ଘରୋଇ ହସ୍ପିଟାଲ ନେଇଛନ୍ତି ୩୪୫ କୋଟି

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୩୩ଟି କୋଭିଡ୍‌-୧୯ ଘରୋଇ ହସ୍ପିଟାଲକୁ ୩୪୪.୫୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୩୦ଟି ସରକାରୀ ହସ୍ପିଟାଲ ସହିତ ୩୩ ଘରୋଇ ହସ୍ପିଟାଲକୁ ଅନୁବନ୍ଧିତ କରିଥିଲେ। କୋଭିଡ୍‌ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବାବଦରେ ଘରୋଇ ହସ୍ପିଟାଲଗୁଡ଼ିକ ୪୭୯.୯୦ କୋଟି ଟଙ୍କାର ବିଲ୍‌ ପଇଠ କରିଥିଲେ। ସେଥିରୁ ସରକାର ୩୪୪.୫୫କୋଟି ଟଙ୍କା ପ୍ରଦାନ କରିଛନ୍ତି। ଘରୋଇ ହସ୍ପିଟାଲଗୁଡିକ ମଧ୍ୟରୁ କିମ୍ସ ସର୍ବାଧିକ ୫୯.୪୧ କୋଟି ଟଙ୍କା ବିଲ୍‌ ଦେଇଥିବା ବେଳେ ସମ୍‌ ହସ୍ପିଟାଲ ୫୮.୫୯ କୋଟି ଦାବି କରିଥିଲେ। ସେଥିରୁ ରାଜ୍ୟ ସରକାର କିମ୍ସକୁ ୩୮.୪୦ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ସମ୍‌କୁ ୨୮ କୋଟି ଟଙ୍କା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ହାଇଟେକ୍‌ ମେଡିକାଲ କଲେଜକୁ ୩୩.୩୮ କୋଟି, କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ୨୭.୬୬ କୋଟି, ଯାଜପୁର ଡୁବୁରିସ୍ଥିତ ଟାଟା ହସ୍ପିଟାଲକୁ ୨୪.୦୨ କୋଟି, ଭୁବନେଶ୍ୱର ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ୧୮.୨୮ କୋଟି, କେନ୍ଦ୍ରାପଡ଼ା ଛତାହାଟ କୋଭିଡ୍‌ ହେଲ୍‌ଥ କେୟାର ସେଣ୍ଟରକୁ ୧୩.୪୫ କୋଟି, ଭୁବନେଶ୍ୱର ସ୍ଥିତ ନୀଳାଚଳ ହସ୍ପିଟାଲକୁ ୧୨.୧୮ କୋଟି, ବ୍ଲୁ ହୁଇଲ ହସ୍ପିଟାଲକୁ ୬.୪୭ କୋଟି ଏବଂ କେନ୍ଦୁଝର ଯୋଡା ଟାଟା ହସ୍ପିଟାଲକୁ ୬୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୨୧ ଫେବୃୟାରୀ ୧୩ ସୁଦ୍ଧା ୮୦ ଲକ୍ଷ ୨୩ ହଜାର ୯୭୮ ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ୩ ଲକ୍ଷ ୩୬ ହଜାର ୧୭୪ ଜଣ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ। ୧୯୧୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ଏହି ସମୟ ସୁଦ୍ଧା ୧୬ ଲକ୍ଷ ୯୭ ହଜାର ୨୩୪ ଜଣଙ୍କର ଆର୍‌ଟି-ପିସିଆର୍‌ ଓ ୬୨ ଲକ୍ଷ ୯୯ ହଜାର ୭୧୬ ଜଣଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୩,୩୩,୪୫୧ ଜଣ ସୁସ୍ଥ ହୋଇଛନ୍ତି। ନକଲି ନାମ, ମିଥ୍ୟା ମୋବାଇଲ ନମ୍ବର ଦେଇ ସୁସ୍ଥ ଲୋକଙ୍କୁ ପଜିଟିଭ ଦର୍ଶାଇ ରୋଗୀସଂଖ୍ୟା ବଢ଼ାଇ ଅର୍ଥ ହଡ଼ପ କରିବା, ଜବରଦସ୍ତ ଟେଷ୍ଟିଂ ପାଇଁ ଲୋକଙ୍କୁ ନେବା, ଭୁଲ୍‌ ରିପୋର୍ଟ ଦେଇ କ୍ୱାରାଣ୍ଟାଇନରେ ରଖିବା, ମିଥ୍ୟା ଟେଷ୍ଟିଂ ରିପୋର୍ଟ ଦେଇ ବିଲ୍‌ କରିବା ଭଳି କୌଣସି ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ ପଚାରିଥିବା ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, କଟକ ମହାନଗର ନିଗମ ଅଞ୍ଚଳରେ କୋଭିଡ୍‌ ଆକ୍ରାନ୍ତଙ୍କ ପିଛା ୧୬,୨୭୯ ଟଙ୍କା ୩୨ ପଇସା ଖର୍ଚ୍ଚ ହୋଇଛି। ଏ ବାବଦରେ ଘରୋଇ ହସ୍ପିଟାଲଗୁଡ଼ିକୁ ଏ ପର୍ଯ୍ୟନ୍ତ ୨୪,୮୬,୧୬,୧୧୪ ଟଙ୍କା ପ୍ରଦାନ କରାଯାଇଛି। କଟକ ମହାନଗର ନିଗମକୁ ୨୬,୭୪,୫୨,୮୬୮ କୋଟି ଟଙ୍କା ପ୍ରଦାନ କରାଯାଇଛି।

 

କୋଭିଡ୍‌ ହସ୍ପିଟାଲ ନାମ ଦାବି କରିଥିବା ସରକାର ଦେଇଥିବା
ଅର୍ଥ(କୋଟିରେ) ଅର୍ଥ (କୋଟିରେ)
କିମ୍ସ ହସ୍ପିଟାଲ, ଭୁବନେଶ୍ୱର ୫୯.୪୧ ୩୮.୪୦
ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ ୫୮.୫୯ ୨୮
ହାଇଟେକ ମେଡିକାଲ କଲେଜ,ଭୁବନେଶ୍ୱର ୩୩.୩୮ ୧୯.୧୦
ଅଶ୍ୱିନୀ ହସ୍ପିଟାଲ, କଟକ ୩୨.୩୫ ୨୭.୬୬
ଟାଟା ହସ୍ପିଟାଲ(ଡୁବୁରୀ) ୨୪.୦୨ ୨୪.୦୨
ରାନକୀ, କେନ୍ଦୁଝର ୧୯.୨୫ ୧୮.୨୨
କିମ୍ସ କ୍ୟାମ୍ପସ, ବାରିପଦା ୧୮.୩୭ ୮.୩୪
ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ,ଭୁବନେଶ୍ୱର ୧୮.୨୮ ୧୮.୨୮
ହାଇଟେକ୍‌ ମେଡିକାଲ କଲେଜ,ରାଉରକେଲା ୧୭.୩୧ ୧୫.୨୯
ସୃଷ୍ଟି ହସ୍ପିଟାଲ, କଟକ ୧୬.୫୩ ୧୧.୭୮
କିସ୍‌ କ୍ୟାମ୍ପସ, ବଲାଙ୍ଗୀର ୧୬.୩୯ —
ଚାନ୍ଦପୁର ଟିବି ହସ୍ପିଟାଲ, ନୟାଗଡ ୧୩.୫୮ ୫.୬୭
କୋଭିଡ୍‌ କେୟାର ଇନଷ୍ଟିଚ୍ୟୁଶନ,କେନ୍ଦ୍ରାପଡା ୧୩.୪୫ ୧୩.୪୫
ଜୟ ପ୍ରକାଶ ହସ୍ପିଟାଲ, ରାଉରକେଲା ୧୩.୦୭ ୧୧.୯୫
ଅମିତ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ,ବ୍ରହ୍ମପୁର ୧୨.୫୩ ୫.୯୯
ଏନ୍‌ଏସ୍‌ସିଏଚ୍‌ ହସ୍ପିଟାଲ, ତାଳଚେର ୧୨.୧୯ ୮.୧୮
ନୀଳାଚଳ ହସ୍ପିଟାଲ,ବାଳକାଟି ୧୨.୧୮ ୧୨.୧୮
ଟାଟା ହସ୍ପିଟାଲ, ଗଞ୍ଜାମ ୧୦.୮୩ ୫.୬୩
ସାଉଥ ପଏଣ୍ଟ ହସ୍ପିଟାଲ, କଟକ ୮.୪୪ ୫.୮୮
ଏମ୍‌ସିଏଚ୍‌ ବିଲ୍ଡିଂ, ବରଗଡ଼ ୭.୯୨ ୭.୯୨
ସଦ୍‌ଗୁରୁ ହସ୍ପିଟାଲ, କଟକ ୭.୫୪ ୭.୫୪
କାନୁନ୍‌ଗୋ ଇନଷ୍ଟିଚ୍ୟୁଟ ଅଫ୍‌ ଡାଇବେଟିସ ୭.୩୩ ୭.୩୩
ସନ୍‌ ହସ୍ପିଟାଲ, କଟକ ୭.୩୦ ୭.୧୯
ଜ୍ୟୋତି ହସ୍ପିଟାଲ, ବାଲେଶ୍ୱର ୬.୯୫ ୬ କୋଟି
ଡିଏଚ୍‌ଏଚ୍‌ ,ଝାରସୁଗୁଡା ୬.୬୩ ୬.୧୩
ବ୍ଲୁ ହୁଇଲ ହସ୍ପିଟାଲ, ଭୁବନେଶ୍ୱର ୬.୪୭ ୬.୪୭
ସେଞ୍ଚୁରିଆନ ହେଲ୍‌ଥ ୟୁନିଭରସିଟି,ଗଜପତି ୬.୩୮ ୫.୬୫
ବିଏଡ୍‌ କଲେଜ,ନବରଙ୍ଗପୁର ୩.୪୨ ୨.୮୫
ସୁନ୍ଦରଗଡ ମେଡିକାଲ କଲେଜ ୩.୩୭ ୩.୩୭
ଶାନ୍ତି ମେମୋରିଆଲ ହସ୍ପିଟାଲ, ରାଉରକେଲା ୨.୭୮ ୨.୭୮
ସାଲନ୍ଦୀ ହସ୍ପିଟାଲ ୧.୬୩ ୧.୨୮
ଜିଆଇଏମ୍‌ଏସ୍‌ଏଆର୍‌,କଟକ ୧.୨୩ ୧.୨୩
ଟାଟା ହସ୍ପିଟାଲ, ଯୋଡ଼ା ୦.୬୫ ୦.୬୫


Enter your email to get our daily news in your inbox.

All Right Reserved By Dharitri.Com

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri