ଘରୋଇ ହସ୍ପିଟାଲ ନେଇଛନ୍ତି ୩୪୫ କୋଟି

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୩୩ଟି କୋଭିଡ୍‌-୧୯ ଘରୋଇ ହସ୍ପିଟାଲକୁ ୩୪୪.୫୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୩୦ଟି ସରକାରୀ ହସ୍ପିଟାଲ ସହିତ ୩୩ ଘରୋଇ ହସ୍ପିଟାଲକୁ ଅନୁବନ୍ଧିତ କରିଥିଲେ। କୋଭିଡ୍‌ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବାବଦରେ ଘରୋଇ ହସ୍ପିଟାଲଗୁଡ଼ିକ ୪୭୯.୯୦ କୋଟି ଟଙ୍କାର ବିଲ୍‌ ପଇଠ କରିଥିଲେ। ସେଥିରୁ ସରକାର ୩୪୪.୫୫କୋଟି ଟଙ୍କା ପ୍ରଦାନ କରିଛନ୍ତି। ଘରୋଇ ହସ୍ପିଟାଲଗୁଡିକ ମଧ୍ୟରୁ କିମ୍ସ ସର୍ବାଧିକ ୫୯.୪୧ କୋଟି ଟଙ୍କା ବିଲ୍‌ ଦେଇଥିବା ବେଳେ ସମ୍‌ ହସ୍ପିଟାଲ ୫୮.୫୯ କୋଟି ଦାବି କରିଥିଲେ। ସେଥିରୁ ରାଜ୍ୟ ସରକାର କିମ୍ସକୁ ୩୮.୪୦ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ସମ୍‌କୁ ୨୮ କୋଟି ଟଙ୍କା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ହାଇଟେକ୍‌ ମେଡିକାଲ କଲେଜକୁ ୩୩.୩୮ କୋଟି, କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ୨୭.୬୬ କୋଟି, ଯାଜପୁର ଡୁବୁରିସ୍ଥିତ ଟାଟା ହସ୍ପିଟାଲକୁ ୨୪.୦୨ କୋଟି, ଭୁବନେଶ୍ୱର ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ୧୮.୨୮ କୋଟି, କେନ୍ଦ୍ରାପଡ଼ା ଛତାହାଟ କୋଭିଡ୍‌ ହେଲ୍‌ଥ କେୟାର ସେଣ୍ଟରକୁ ୧୩.୪୫ କୋଟି, ଭୁବନେଶ୍ୱର ସ୍ଥିତ ନୀଳାଚଳ ହସ୍ପିଟାଲକୁ ୧୨.୧୮ କୋଟି, ବ୍ଲୁ ହୁଇଲ ହସ୍ପିଟାଲକୁ ୬.୪୭ କୋଟି ଏବଂ କେନ୍ଦୁଝର ଯୋଡା ଟାଟା ହସ୍ପିଟାଲକୁ ୬୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୨୧ ଫେବୃୟାରୀ ୧୩ ସୁଦ୍ଧା ୮୦ ଲକ୍ଷ ୨୩ ହଜାର ୯୭୮ ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ୩ ଲକ୍ଷ ୩୬ ହଜାର ୧୭୪ ଜଣ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ। ୧୯୧୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ଏହି ସମୟ ସୁଦ୍ଧା ୧୬ ଲକ୍ଷ ୯୭ ହଜାର ୨୩୪ ଜଣଙ୍କର ଆର୍‌ଟି-ପିସିଆର୍‌ ଓ ୬୨ ଲକ୍ଷ ୯୯ ହଜାର ୭୧୬ ଜଣଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୩,୩୩,୪୫୧ ଜଣ ସୁସ୍ଥ ହୋଇଛନ୍ତି। ନକଲି ନାମ, ମିଥ୍ୟା ମୋବାଇଲ ନମ୍ବର ଦେଇ ସୁସ୍ଥ ଲୋକଙ୍କୁ ପଜିଟିଭ ଦର୍ଶାଇ ରୋଗୀସଂଖ୍ୟା ବଢ଼ାଇ ଅର୍ଥ ହଡ଼ପ କରିବା, ଜବରଦସ୍ତ ଟେଷ୍ଟିଂ ପାଇଁ ଲୋକଙ୍କୁ ନେବା, ଭୁଲ୍‌ ରିପୋର୍ଟ ଦେଇ କ୍ୱାରାଣ୍ଟାଇନରେ ରଖିବା, ମିଥ୍ୟା ଟେଷ୍ଟିଂ ରିପୋର୍ଟ ଦେଇ ବିଲ୍‌ କରିବା ଭଳି କୌଣସି ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ ପଚାରିଥିବା ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, କଟକ ମହାନଗର ନିଗମ ଅଞ୍ଚଳରେ କୋଭିଡ୍‌ ଆକ୍ରାନ୍ତଙ୍କ ପିଛା ୧୬,୨୭୯ ଟଙ୍କା ୩୨ ପଇସା ଖର୍ଚ୍ଚ ହୋଇଛି। ଏ ବାବଦରେ ଘରୋଇ ହସ୍ପିଟାଲଗୁଡ଼ିକୁ ଏ ପର୍ଯ୍ୟନ୍ତ ୨୪,୮୬,୧୬,୧୧୪ ଟଙ୍କା ପ୍ରଦାନ କରାଯାଇଛି। କଟକ ମହାନଗର ନିଗମକୁ ୨୬,୭୪,୫୨,୮୬୮ କୋଟି ଟଙ୍କା ପ୍ରଦାନ କରାଯାଇଛି।

 

କୋଭିଡ୍‌ ହସ୍ପିଟାଲ ନାମ ଦାବି କରିଥିବା ସରକାର ଦେଇଥିବା
ଅର୍ଥ(କୋଟିରେ) ଅର୍ଥ (କୋଟିରେ)
କିମ୍ସ ହସ୍ପିଟାଲ, ଭୁବନେଶ୍ୱର ୫୯.୪୧ ୩୮.୪୦
ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ ୫୮.୫୯ ୨୮
ହାଇଟେକ ମେଡିକାଲ କଲେଜ,ଭୁବନେଶ୍ୱର ୩୩.୩୮ ୧୯.୧୦
ଅଶ୍ୱିନୀ ହସ୍ପିଟାଲ, କଟକ ୩୨.୩୫ ୨୭.୬୬
ଟାଟା ହସ୍ପିଟାଲ(ଡୁବୁରୀ) ୨୪.୦୨ ୨୪.୦୨
ରାନକୀ, କେନ୍ଦୁଝର ୧୯.୨୫ ୧୮.୨୨
କିମ୍ସ କ୍ୟାମ୍ପସ, ବାରିପଦା ୧୮.୩୭ ୮.୩୪
ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ,ଭୁବନେଶ୍ୱର ୧୮.୨୮ ୧୮.୨୮
ହାଇଟେକ୍‌ ମେଡିକାଲ କଲେଜ,ରାଉରକେଲା ୧୭.୩୧ ୧୫.୨୯
ସୃଷ୍ଟି ହସ୍ପିଟାଲ, କଟକ ୧୬.୫୩ ୧୧.୭୮
କିସ୍‌ କ୍ୟାମ୍ପସ, ବଲାଙ୍ଗୀର ୧୬.୩୯ —
ଚାନ୍ଦପୁର ଟିବି ହସ୍ପିଟାଲ, ନୟାଗଡ ୧୩.୫୮ ୫.୬୭
କୋଭିଡ୍‌ କେୟାର ଇନଷ୍ଟିଚ୍ୟୁଶନ,କେନ୍ଦ୍ରାପଡା ୧୩.୪୫ ୧୩.୪୫
ଜୟ ପ୍ରକାଶ ହସ୍ପିଟାଲ, ରାଉରକେଲା ୧୩.୦୭ ୧୧.୯୫
ଅମିତ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ,ବ୍ରହ୍ମପୁର ୧୨.୫୩ ୫.୯୯
ଏନ୍‌ଏସ୍‌ସିଏଚ୍‌ ହସ୍ପିଟାଲ, ତାଳଚେର ୧୨.୧୯ ୮.୧୮
ନୀଳାଚଳ ହସ୍ପିଟାଲ,ବାଳକାଟି ୧୨.୧୮ ୧୨.୧୮
ଟାଟା ହସ୍ପିଟାଲ, ଗଞ୍ଜାମ ୧୦.୮୩ ୫.୬୩
ସାଉଥ ପଏଣ୍ଟ ହସ୍ପିଟାଲ, କଟକ ୮.୪୪ ୫.୮୮
ଏମ୍‌ସିଏଚ୍‌ ବିଲ୍ଡିଂ, ବରଗଡ଼ ୭.୯୨ ୭.୯୨
ସଦ୍‌ଗୁରୁ ହସ୍ପିଟାଲ, କଟକ ୭.୫୪ ୭.୫୪
କାନୁନ୍‌ଗୋ ଇନଷ୍ଟିଚ୍ୟୁଟ ଅଫ୍‌ ଡାଇବେଟିସ ୭.୩୩ ୭.୩୩
ସନ୍‌ ହସ୍ପିଟାଲ, କଟକ ୭.୩୦ ୭.୧୯
ଜ୍ୟୋତି ହସ୍ପିଟାଲ, ବାଲେଶ୍ୱର ୬.୯୫ ୬ କୋଟି
ଡିଏଚ୍‌ଏଚ୍‌ ,ଝାରସୁଗୁଡା ୬.୬୩ ୬.୧୩
ବ୍ଲୁ ହୁଇଲ ହସ୍ପିଟାଲ, ଭୁବନେଶ୍ୱର ୬.୪୭ ୬.୪୭
ସେଞ୍ଚୁରିଆନ ହେଲ୍‌ଥ ୟୁନିଭରସିଟି,ଗଜପତି ୬.୩୮ ୫.୬୫
ବିଏଡ୍‌ କଲେଜ,ନବରଙ୍ଗପୁର ୩.୪୨ ୨.୮୫
ସୁନ୍ଦରଗଡ ମେଡିକାଲ କଲେଜ ୩.୩୭ ୩.୩୭
ଶାନ୍ତି ମେମୋରିଆଲ ହସ୍ପିଟାଲ, ରାଉରକେଲା ୨.୭୮ ୨.୭୮
ସାଲନ୍ଦୀ ହସ୍ପିଟାଲ ୧.୬୩ ୧.୨୮
ଜିଆଇଏମ୍‌ଏସ୍‌ଏଆର୍‌,କଟକ ୧.୨୩ ୧.୨୩
ଟାଟା ହସ୍ପିଟାଲ, ଯୋଡ଼ା ୦.୬୫ ୦.୬୫


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri