ଝୁଲିଛି ୩୯ ଆସନ: ଅଧିକାଂଶରେ ବିଦ୍ରୋହୀ ଚିନ୍ତା

ଭୁବନେଶ୍ୱର,୬ା୪(ଅନିଲ ଦାସ): ବିଜେଡି ଏ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ୨୦ ଲୋକ ସଭା ଏବଂ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବାଲେଶ୍ୱର ଲୋକ ସଭା ଆସନ ସମେତ ୩୯ ବିଧାନସଭା ଆସନର ଘୋଷଣା ବାକି ରହିଛି। ଘୋଷଣା ହୋଇ ନ ଥିବା ଅଧିକାଂଶ ଆସନରେ ବିଧାୟକମାନଙ୍କୁ କଡା ଟକ୍କର ଦେଉଛନ୍ତି ଆଶାୟୀ ପ୍ରାର୍ଥୀ। ନିର୍ବାଚନମଣ୍ଡଳୀଠାରୁ ଆରମ୍ଭ କରି ନବୀନ ନିବାସ ଯାଏ ଆଶାୟୀମାନେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ୨୦ରୁ ଅଧିକ ଆସନକୁ ନେଇ ବିଜେଡି ଚିନ୍ତାରେ ପଡ଼ିଛି।
ଭୁବନେଶ୍ୱର ମଧ୍ୟ, ଜଗତ୍‌ସିଂହପୁର ଜିଲାର ପାରାଦୀପ, ଏରସମା-ବାଲିକୁଦା, ଖୋର୍ଦ୍ଧା, ବେଗୁନିଆ, କୋରେଇ, ନିମାପଡା, ଚିଲିକା ଭଳି ଅନେକ ଆସନରେ କାହା ଟିକେଟ କଟିବ ଓ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ବିଜେଡିରେ ମାନସ ମନ୍ଥନ ଚାଲିଛି। ଜଗତ୍‌ସିଂହପୁରର ପାରାଦୀପ ଓ ବାଲିକୁଦା-ଏରସମା ବିଧାନସଭା ପାଇଁ ଛକାପଞ୍ଝା ଚାଲିଛି। ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପୁଣି ଥରେ ଟିକେଟ ଲବିରେ ଆଗରେ ଥିବାବେଳେ ଏଠାରେ କଂଗ୍ରେସ ଛାଡ଼ିଥିବା ନେତା ବାପି ସର୍ଖେଲ ଲଢ଼ିବାକୁ ଚାହୁଁଛନ୍ତି। କୁହାଯାଉଛି ଦଳ ପାରାଦୀପରୁ ବାପି ସର୍ଖେଲଙ୍କୁ ଟିକେଟ ଦେଇ ସମ୍ବିତଙ୍କୁ ବାଲିକୁଦା-ଏରସମା ପଠାଇ ଦେଇପାରେ। ଯଦି ସମ୍ବିତଙ୍କୁ ବାଲିକୁଦା ପାଇଁ ଟିକେଟ ଦିଆଯିବ, ବିଧାୟକ ରଘୁନନ୍ଦନ ଦାସ ଗୋଷ୍ଠୀ ବିରୋଧ କରିବା ନେଇ ସୂଚନା ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ମଧ୍ୟ ଦଳ ଏଯାଏ ଥଇଥାନ କରିପାରିନାହିଁ। ସେହିପରି ବାଲେଶ୍ୱର ଲୋକ ସଭା ସହ ଏହା ଅଧୀନ ୩ ବିଧାନସଭା ଆସନରେ ମଧ୍ୟ ବିଜେଡିରେ ସ୍ଥିତି ସଙ୍ଗିନ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ସୁବାସିନୀ ଜେନା ବସ୍ତାରୁ ଟିକେଟ ପାଇବା ପରେ ବାଲେଶ୍ୱର ଲୋକ ସଭା ଟିକେଟ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଚାଲିଛି। ରବୀନ୍ଦ୍ର ଜେନା ଏବଂ ବାଲେଶ୍ୱର ବିଧାନସଭା ପ୍ରାର୍ଥୀ ସ୍ବରୂପ ଦାସଙ୍କ ମଧ୍ୟରେ ସମ୍ପର୍କ ସେତେଟା ଭଲ ନ ଥିବାରୁ ବିଜେଡି ଲୋକ ସଭା ଆସନରେ ନୂଆ ପ୍ରାର୍ଥୀ ଯୋଗାଡ଼ରେ ରହିଥିବା କୁହାଯାଉଛି। କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ପୁଅକୁ ଆଣି ଏଠାରେ ବିଜେଡି ଟିକେଟ ଦେବା ନେଇ ଚର୍ଚ୍ଚା ହେଉଛି। ଏହା ହେଲେ ରବୀନ୍ଦ୍ର ଜେନାଙ୍କ ସମର୍ଥନ ନୂଆ ପ୍ରାର୍ଥୀଙ୍କୁ କେତେ ମିଳିବ ତାହା ସନ୍ଦେହଜନକ। ଅନ୍ୟପକ୍ଷରେ ସିମୁଳିଆ ଓ ନୀଳଗିରି ଆସନକୁ ନେଇ ଦଳରେ ଛକାପଞ୍ଝା ଚାଲିଛି। ଭାଜପା ଛାଡ଼ି ବିଜେଡିରେ ଯୋଗଦେଇଥିବା ବିଧାୟକ ସୁକାନ୍ତ ନାୟକଙ୍କୁ ଦଳ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ସେଠାକାର ବିଜେଡି ନେତା ସନ୍ତୋଷ ଖଟୁଆ ମଧ୍ୟ ଜୋର୍‌ଦାର ଲବି ଚଳାଇଛନ୍ତି। ସେହିପରି ସିମୁଳିଆରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପାଣିଗ୍ରାହୀ ଥିବାବେଳେ ଶଶୀ ସାହୁ ଲବିରେ ରହିଛନ୍ତି।
ସେହିପରି ଖୋର୍ଦ୍ଧା ଜିଲାର ୩ ଆସନ ଚିଲିକା, ବେଗୁନିଆ ଓ ଖୋର୍ଦ୍ଧାକୁ ନେଇ ଦଳ ଏବେ ଦ୍ୱନ୍ଦ୍ୱରେ ରହିଛି। ଚିଲିକାରେ ପ୍ରସନ୍ନ ପାଟଶାଣୀଙ୍କୁ ମଇଦାନକୁ ଓହ୍ଲାଇବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଚାଲିଛି। ତେବେ ତାଙ୍କ ପ୍ରାର୍ଥିତ୍ୱକୁ ପୂର୍ବତନ ବିଧାୟକ ରଘୁ ସାହୁଙ୍କ ଗୋଷ୍ଠୀ ଖୋଲାଖୋଲି ଭାବେ ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ ବିଜେଡିରୁ ବିତାଡ଼ିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଜପାରେ ମିଶିବା ପରେ ବେଗୁନିଆ ଓ ଖୋର୍ଦ୍ଧା ବିଧାନସଭା ଆସନକୁ ନେଇ ବିଜେଡି ଦ୍ୱନ୍ଦ୍ୱରେ ରହିଛି। ଜଗଦ୍ଦେବ ଖୋର୍ଦ୍ଧାରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ବିରୋଧରେ ଜିତୁ ମିତ୍ର ନା ଆଉ କାହାକୁ ଦଳ ଟିକେଟ ଦେବ ତାହା ଉପରେ ରହିଛି ନଜର। ସେହିପରି ବେଗୁନିଆରେ ବିଧାୟକ ରାଜେନ୍ଦ୍ର ସାହୁ ଓ ପ୍ରଦୀପ ସାହୁ ମଧ୍ୟ ଟିକେଟ ଲବିରେ ରହିଛନ୍ତି।
ଭୁବନେଶ୍ୱର-ମଧ୍ୟ ଆସନରେ ବିଧାୟକ ଅନନ୍ତ ନାରାୟଣ ଜେନା ଓ କର୍ପୋରେଟର ଅମରେଶ ଜେନାଙ୍କ ବିବାଦ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ସେହିପରି ଯାଜପୁର ଜିଲାର କୋରେଇ ବିଧାନସଭା ଆସନରେ ମଧ୍ୟ ରାଜନୀତି ରୋଚକ ହେବାରେ ଲାଗିଛି। ଗୋଟିଏ ପଟେ ଭାଜପା ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ ବିଜେଡି ଓ କଂଗ୍ରେସ ଝୁଲାଇ ରଖିଛନ୍ତି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ହେବା ଓ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କ ନଁା ସୁକିନ୍ଦା ବିଧାନସଭା ଆସନ ପାଇଁ ଘୋଷଣା ହେବା ପରେ ଏବେ ବିଜେଡିର ଗୋଟିଏ ଗୋଷ୍ଠୀ ପ୍ରଣବଙ୍କ ଭାଇ ଭବପ୍ରସାଦ ଦାସଙ୍କୁ ପ୍ରାର୍ଥୀ କରିବାକୁ ଦାବି କରୁଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟଙ୍କୁ ଟିକେଟ୍‌ ଦେବାକୁ ଦାବି କଲେଣି। କୋରେଇ ବିଧାୟକ ଅଶୋକ ବଳ ମଧ୍ୟ ଟିକେଟ ଲବିରେ ରହିଛନ୍ତି। ଏସବୁ ଭିତରେ ବିଜେଡି ବିରୋଧୀଙ୍କୁ ମ୍ୟାନେଜ୍‌ କରି କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ଏବେ ସଭଁିଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?