ଓଡ଼ିଶାରେ ୫ ବର୍ଷରେ ୩୮ହଜାର ଡେଙ୍ଗୁ ଆକ୍ରାନ୍ତ

ଭୁବନେଶ୍ୱର,୧୮ା୧୧(ବନ୍ଦନା ସେଠୀ) : କିଛିବର୍ଷ ଧରି ଓଡ଼ିଶାରେ ବୃଦ୍ଧି ପାଉଥିବା ଡେଙ୍ଗୁ ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଡେଙ୍ଗୁକୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏଥିରେ ବ୍ରେକ୍‌ ଲାଗିପାରୁ ନାହିଁ। ୨୦୧୯ରେ ରାଜ୍ୟରୁ ପ୍ରାୟ ୩ହଜାର ୭୫୮ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୦୨୦ରେ ୪ହଜାର ୯୬, ୨୦୨୧ରେ ୭ହଜାର ୫୪୮, ୨୦୨୨ରେ ୭ହଜାର ୬୩, ୨୦୨୩ରେ ୧୨ହଜାର ୮୪୫ ଏବଂ ୨୦୨୪ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରାୟ ୩ହଜାର ୨୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍‌ ଗତ ୫ବର୍ଷ ମଧ୍ୟରେ ରାଜ୍ୟରୁ ୩୮ହଜାର ୩୩୨ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯଦିଓ ୨୦୨୩ ଅପେକ୍ଷା ଚଳିତବର୍ଷ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମିଛି, ତଥାପି ଓଡ଼ିଶା ଭଳି ଏକ ବିକଶିତ ରାଜ୍ୟରେ ଏତେ ମାତ୍ରାରେ ଡେଙ୍ଗୁ ସଂକ୍ରମଣକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଜିଲା ମଧ୍ୟରେ ରାଜଧାନୀ ଭୁବନେଶ୍ୱର ସଂକ୍ରମଣରେ ହଟ୍‌ସ୍ପଟ ପାଲଟିଛି। ତେବେ ଡେଙ୍ଗୁ ସଂକ୍ରମଣ ପାଇଁ ଜଳବାୟୁ ପରିବର୍ତ୍ତନ ଅଧିକାଂଶ ମାତ୍ରାରେ ଦାୟୀ ରହୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଥିଲେ ମଧ୍ୟ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରିବାରେ ସ୍ବାସ୍ଥ୍ୟ ବିଭାଗ କାହିଁକି ସଫଳ ହୋଇପାରୁ ନାହିଁ ବୋଲି ପ୍ରଶ୍ନ ଉଠୁଛି।
ଏନେଇ ଏସ୍‌ସିବି ମେଡିକାଲ କଲେଜର ଭେଷଜ ବିଭାଗ ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି, ରାଜ୍ୟରେ ଗତ କିଛିବର୍ଷ ହେବ ଡେଙ୍ଗୁ ସଂକ୍ରମଣ ଅହେତୁକ ଭାବେ ବଢି ଚାଲିଛି। ଡେଙ୍ଗୁ ବ୍ୟାପିବା ପାଇଁ ମୁଖ୍ୟତଃ ୩ଟି ଫ୍ୟାକ୍ଟର ଯଥା ଭୂତାଣୁ ବା ଡେଙ୍ଗୁ ଭାଇରସ୍‌, ଏଡିସ୍‌ ମଶା ଏବଂ ଲୋକଙ୍କ ବୁଷ୍ଟ ଇମ୍ୟୁନିଟି ବା ରେଜିଷ୍ଟାନ୍ସ ପାଓ୍ବାର କମିବା ଦାୟୀ। ତେବେ ଜଳବାୟୁ ପରିବର୍ତ୍ତନ ପାଇଁ ମଶାଙ୍କ ବଂଶ ବୃଦ୍ଧି ପାଉଛି। ଓଡ଼ିଶା ଆଗାମୀ କିଛିବର୍ଷ ମଧ୍ୟରେ ଡେଙ୍ଗୁ ସେଣ୍ଟର ହେବାକୁ ଯାଉଛି। ସେହିପରି ଷ୍ଟ୍ରେସ୍‌, ମୋଟାପା, ଡାଇବେଟିସ୍‌ ଏବଂ ଲାଇଫ୍‌ଷ୍ଟାଇଲ୍‌ ପରିବର୍ତ୍ତନ ପାଇଁ ଲୋକଙ୍କର ରୋଗ ପ୍ରତିଷେଧକ ଶକ୍ତି କମୁଛି। ଫଳରେ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଲାଇଫ୍‌ଷ୍ଟାଇଲ୍‌କୁ ଠିକ୍‌ ରଖିବା ସହ ମଶା ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଦରକାର ବୋଲି ପ୍ରଫେସର ପଣ୍ଡା କହିଛନ୍ତି। ସେହିପରି କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ଯେଉଁଠାରେ ବେଶି ଶୀତ କିମ୍ବା ଗରମ ନ ଥିବ, ସେହିଠାରେ ମଶା ବଢ଼ିବା ପାଇଁ ପାଗ ଅନୁକୂଳ ହୋଇଥାଏ। ପୂର୍ବାପେକ୍ଷା ଏବେ ରାଜ୍ୟରେ ଶୀତଦିନେ ଠିକ୍‌ ଭାବେ ଶୀତ ଅନୁଭୂତ ହେଉନାହିଁ। କେତେବେଳେ ପ୍ରବଳ ଖରା ତ କେତେବେଳେ ବର୍ଷା ହେଉଛି। ଏଭଳି ପରିବର୍ତ୍ତନ ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି ଏବଂ ଡେଙ୍ଗୁ ସଂକ୍ରମଣ ବଢି ଚାଲିଛି ବୋଲି ସେ ମତ ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri