୩୫କେଜି ଚାଉଳ ହିଁ ସାହା ଭରସା

କୋକସରା, ୨।୮(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବାରିଆ ଗାଁର ଅସହାୟ ଦମ୍ପତି ଧନେଶ୍ୱର ରାଉତ ଓ ସପୁର ରାଉତ। ସେମାନଙ୍କ ଝିଅ ପୁଅ କିମ୍ବା ଆତ୍ମୀୟ କେହି ନାହାନ୍ତି । ବଳ ବୟସ ଥିବାବେଳେ କୁଲି ମଜୁରୀ କରି ଚଳି ଯାଉଥିଲେ । ଏବେ ରୋଗାକ୍ରାନ୍ତ ହେବା ପରେ ଦୁହେଁ ଅସହାୟ ଅବସ୍ଥାରେ ବଞ୍ଚୁଛନ୍ତି। ଆଜିକୁ ପ୍ରାୟ ୧ ବର୍ଷ ହେବ ଧନେଶ୍ୱରଙ୍କ ଶରୀର ଦୁର୍ବଳ ହେବା ସହ ଦୃଷ୍ଟି ଶକ୍ତି କମି ଯାଇଛି। ସ୍ତ୍ରୀ ସପୁରଙ୍କ ଗୋଡ ଫୁଲିଛି। ଠିକ୍‌ ଭାବେ ସେ ଚଲାବୁଲା କରି ପାରୁ ନାହାନ୍ତି। ପାଖ ଡାକ୍ତରଖାନାରୁ ଔଷଧ ଆଣି ଖାଇବା ପରେ ବି ଦୁହେଁ ସୁସ୍ଥ ହୋଇନାହାନ୍ତି। ଅନ୍ୟ ଡାକ୍ତରଖାନା ଯିବାକୁ ସେମାନଙ୍କ ପାଖରେ ଟଙ୍କା ନାହିଁ । ତେଣୁ ଭାଗ୍ୟକୁ ଆଦରି ଦୁହେଁ ଘରେ ପଡି ରହିିଛନ୍ତି ।
ଖାଦ୍ୟ ସୁରକ୍ଷା ଯୋଜନାର ମିଳୁଥିବା ମାସିକ ୩୫ କେଜି ଚାଉଳରେ ସେମାନେ ଚଳୁଛନ୍ତି। ଧନେଶ୍ୱରଙ୍କୁ ୬୦ ବୟସ ହୋଇଥିଲେ ବି ଆଧାର ଓ ଭୋଟ୍‌ର କାର୍ଡରେ ବୟସ ତ୍ରୁଟି ରହିଛି। ସେଥିପାଇଁ ସେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚତ୍ତ ହୋଇଥିବା କହିଛନ୍ତି । ୨ ବର୍ଷ ତଳେ ଧନେଶ୍ୱରଙ୍କ ନାମରେ ଆବାସ ଘର କାର୍ଯ୍ୟାଦେଶ ମିଳିଥିଲା। ହେଲେ ଯେଉଁ ଠିକାଦାର କାମ ନେଇଥିଲେ ସେ ଅଧ ପନ୍ତରିଆ କରି ଛାଡି ଚାଲିଯାଇଛନ୍ତି। ଫଳରେ ଏହି ଦମ୍ପତି ମାଟି କୁଡ଼ିଆରେ ରହୁଛନ୍ତି । ରାଜ୍ୟ ସରକାର ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ପ୍ରଚଳନ କରିଛନ୍ତି। ହେଲେ ଏହି ଦମ୍ପତିଙ୍କୁ ସେହି ସୁବିଧା ମିଳିନାହିଁ। ଅବଶ୍ୟ ତାଙ୍କୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା କାର୍ଡ ମିଳିଛି । ହେଲେ ସେହି ଯୋଜନା କାମ କରୁ ନ ଥିବାରୁ ଏହି ଦମ୍ପତି ଆବଶ୍ୟକ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ନିମନ୍ତେ ସରକାର ସହାୟତା ଓ ଚଳିବା ପାଇଁ ଭତ୍ତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଟେମରା ସରପଞ୍ଚ ଗୌରୀ ଦଳପତିଙ୍କୁ ପଚାରିବାରୁ ଭତ୍ତା ପାଇଁ ଆବେଦନ କରାଯାଇଛି, ସେମାନଙ୍କ ଚିକିତ୍ସା ପାଇଁ ବିଡିଓଙ୍କ ସହିତ ଆଲୋଚନା କରି ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

ଲଗାଣ ବର୍ଷାରେ ଥୁଆମୂଳ ରାମପୁର ବେହାଲ: ଭାଙ୍ଗିଲା ଘର, ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ RI

ଥୁଆମୂଳ ରାମପୁର,୨୪ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ଟଙ୍କା ଜମାକୁ ୪ବର୍ଷ ବିତିଗଲାଣି, ବୋରୱେଲରେ ବିଦ୍ୟୁତ ସଂଯୋଗ ନାହିଁ

କେସିଙ୍ଗା, ୨୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ଉଠା ଜଳସେଚନ ନିଗମ ଲିମିଟେଡ଼ ଦାରା ଗଭୀର କୂପ ଖୋଲିବା ପାଇଁ ଗତ୨୦୨୨-୨୩ ମସିହାରେ ଚାଷୀମାନଙ୍କୁ ଆହ୍ବାନ କରିଥିଲେ।…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri