ଏଭରେଷ୍ଟ ସମେତ ୪ ଗିରିଶୃଙ୍ଗରୁ ମିଳିଲା ୩୪ ଟନ୍‌ ଆବର୍ଜନା…

କାଠମାଣ୍ଡୁ, ୭।୬ : ନେପାଳ ସୈନ୍ୟବାହିନୀଙ୍କ ନେତୃତ୍ୱରେ ଏକ ଟିମ ‘ସଫା ହିମାଲ ଅଭିଯାନ -୨୦୨୨’ ସମୟରେ ୩୩.୮ ଟନ ଆବର୍ଜନା ସଂଗ୍ରହ କରିଛନ୍ତି। ଏହି ଅଭିଯାନ ୫ ଏପ୍ରିଲରେ ଆରମ୍ଭ ହୋଇଥିଲା। ୨୦୧୯ରେ ଆରମ୍ଭ ହୋଇଥିବା ଏହି ଅଭିଯାନ, କରୋନା ମହାମାରୀ ସଂକ୍ରମଣ ଯୋଗୁ ୨୦୨୦ରେ ବନ୍ଦ ହୋଇଯାଇଥିଲା। ଚଳିତ ବର୍ଷ ସଂଗୃହୀତ ହୋଇଥିବା ଆବର୍ଜନା ସର୍ବାଧିକ ବୋଲି କୁହାଯାଉଛି। ଏକ ବିବୃତ୍ତିରେ ସୈନ୍ୟବାହିନୀ କହିଛି ଯେ ୨୦୧୯ ରେ ପ୍ରାୟ ୧୦ ଟନ ଏବଂ ଗତ ୨୦୨୧ ବର୍ଷରେ ୨୭ ଟନ୍‌ରୁ ଅଧିକ ଆବର୍ଜନା ସଂଗ୍ରହ କରାଯାଇଥିଲା।

ରବିବାର ବିଶ୍ୱ ପରିବେଶ ଦିବସ ଅବସରରେ ‘ସଫା ହିମାଲ ଅଭିଯାନ ୨୦୨୨’ ସମାପ୍ତ ହୋଇଛି। ନେପାଳ ସେନା ଏବଂ ଶେର୍ପାଙ୍କର ଏକ ମିଳିତ ଦଳ ମାଉଣ୍ଟ ଏଭରେଷ୍ଟ, ଲୋହତ୍ସେ, କାଞ୍ଚନଜଙ୍ଘା ଏବଂ ମାନସଲୁରୁ ୩୩,୮୭୭ କିଲୋଗ୍ରାମ ଅଳିଆ ଆବର୍ଜନା ସଂଗ୍ରହ କରିଛନ୍ତି ।

୩୦ ସେନା କର୍ମଚାରୀ ଏବଂ ୪୮ ଶେର୍ପାଙ୍କ ଏକ ଟିମ ଏହି ସ୍ବଚ୍ଛତା ଡ୍ରାଇଭରେ ନିୟୋଜିତ ଥିଲେ । ଏହି ଟିମ୍‌ରେ ୪ ଜଣ ଡାକ୍ତର ମଧ୍ୟ ସାମିଲ ହୋଇଥିଲେ। ରବିବାର ଅଭିଯାନ ଶେଷ ହେବା ପରେ ଦଳ ନେପାଳର ସେନା ମୁଖ୍ୟ ପ୍ରଭାସ ରାମ ଶର୍ମାଙ୍କୁ ପତାକା ହସ୍ତାନ୍ତର କରିଛନ୍ତି।

ସେନା ମୁଖ୍ୟ ଶର୍ମା କହିଛନ୍ତି ଯେ ପରିବେଶର ଅବନତି ହେବାରେ ଲାଗିଛି। ଏପରିସ୍ଥଳେ ପରିବେଶରେ ସନ୍ତୁଳନ ବଜାୟ ରଖିବା ମଣିଷର ସର୍ବୋଚ୍ଚ କର୍ତ୍ତବ୍ୟ।

ଏହି ବିବୃତ୍ତିରେ କୁହାଯାଇଛି ଯେ ପର୍ବତରୁ ପୁନଃପ୍ରକ୍ରିୟା କରଣ ହେଉଥିବା ଏବଂ ପୁନଃପ୍ରକ୍ରିୟାକରଣ ହେଉ ନଥିବା ଦୁଇ ପ୍ରକାରର ଆବର୍ଜନା ସଂଗ୍ରହ କରାଯାଇଥିଲା । ବର୍ଜ୍ୟବସ୍ତୁକୁ ପୃଥକ ଭାବରେ ପ୍ରକ୍ରିୟା କରଣ କରାଯାଉଥିଲା ଏବଂ କିଛି ବର୍ଜ୍ୟବସ୍ତୁର ବର୍ତ୍ତମାନ ମଧ୍ୟ ପ୍ରକ୍ରିୟା କରଣ ହେଉଛି ।

ବିବୃତ୍ତିରେ କୁହାଯାଇଛି ଯେ ମାଉଣ୍ଟ ଏଭରେଷ୍ଟ ଏବଂ ଲୋହତ୍ସେର ଶିଖରକୁ ସଫା କରିବା ଲାଗି ୫୫ ଦିନ ଲାଗି ଥିଲା। ସେହିପରି କାଞ୍ଚନଜଙ୍ଘା ଏବଂ ମାନସଲୁର ସଫା ପାଇଁ ଯଥାକ୍ରମେ ୪୪ ଏବଂ ୪୩ ଦିନ ସମୟ ଲାଗିଛି। ଏହି ଅଭିଯାନର ତୃତୀୟ ପର୍ଯ୍ୟାୟରେ କାଞ୍ଚନଜଙ୍ଘାଠାରେ ଦୁଇଟି ମାନବ କଙ୍କାଳ ମଧ୍ୟ ମିଳିଥିଲା। ସେନା ପକ୍ଷରୁ କୁହାଯାଇଛି ଯେ ଜୈବ ଡିଗ୍ରେଡେବଲ ବର୍ଜ୍ୟବସ୍ତୁ ସମ୍ପୃକ୍ତ ସ୍ଥାନୀୟ ସରକାରଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଅଣ-ଜୈବ ଡିଗ୍ରେଡେବଲ ବର୍ଜ୍ୟବସ୍ତୁ ପୁନଃବ୍ୟବହାର ପାଇଁ ବିଭିନ୍ନ ସଂଗଠନକୁ ଦିଆଯାଇଥିଲା। କିଛି ବର୍ଜ୍ୟବସ୍ତୁ ଏପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇ ନାହିଁ।

ମାଇଁ ରିପବ୍ଲିକା ଖବରକାଗଜ ରିପୋର୍ଟ କରିଛି ଯେ ପର୍ଯ୍ୟଟନ ବିଭାଗର ମହାନିର୍ଦ୍ଦେଶକ ତାରାନାଥ ଅଧିକାରୀ କହିଛନ୍ତି ଯେ ପର୍ବତ ଶିଖରଗୁଡିକର ସୁରକ୍ଷା ତଥା ପରିଷ୍କାର କରିବା ପାଇଁ ଏକ ପୃଥକ ବାଟାଲିୟନ କିମ୍ବା କମ୍ପାନୀର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri