ଏଭରେଷ୍ଟ ସମେତ ୪ ଗିରିଶୃଙ୍ଗରୁ ମିଳିଲା ୩୪ ଟନ୍‌ ଆବର୍ଜନା…

କାଠମାଣ୍ଡୁ, ୭।୬ : ନେପାଳ ସୈନ୍ୟବାହିନୀଙ୍କ ନେତୃତ୍ୱରେ ଏକ ଟିମ ‘ସଫା ହିମାଲ ଅଭିଯାନ -୨୦୨୨’ ସମୟରେ ୩୩.୮ ଟନ ଆବର୍ଜନା ସଂଗ୍ରହ କରିଛନ୍ତି। ଏହି ଅଭିଯାନ ୫ ଏପ୍ରିଲରେ ଆରମ୍ଭ ହୋଇଥିଲା। ୨୦୧୯ରେ ଆରମ୍ଭ ହୋଇଥିବା ଏହି ଅଭିଯାନ, କରୋନା ମହାମାରୀ ସଂକ୍ରମଣ ଯୋଗୁ ୨୦୨୦ରେ ବନ୍ଦ ହୋଇଯାଇଥିଲା। ଚଳିତ ବର୍ଷ ସଂଗୃହୀତ ହୋଇଥିବା ଆବର୍ଜନା ସର୍ବାଧିକ ବୋଲି କୁହାଯାଉଛି। ଏକ ବିବୃତ୍ତିରେ ସୈନ୍ୟବାହିନୀ କହିଛି ଯେ ୨୦୧୯ ରେ ପ୍ରାୟ ୧୦ ଟନ ଏବଂ ଗତ ୨୦୨୧ ବର୍ଷରେ ୨୭ ଟନ୍‌ରୁ ଅଧିକ ଆବର୍ଜନା ସଂଗ୍ରହ କରାଯାଇଥିଲା।

ରବିବାର ବିଶ୍ୱ ପରିବେଶ ଦିବସ ଅବସରରେ ‘ସଫା ହିମାଲ ଅଭିଯାନ ୨୦୨୨’ ସମାପ୍ତ ହୋଇଛି। ନେପାଳ ସେନା ଏବଂ ଶେର୍ପାଙ୍କର ଏକ ମିଳିତ ଦଳ ମାଉଣ୍ଟ ଏଭରେଷ୍ଟ, ଲୋହତ୍ସେ, କାଞ୍ଚନଜଙ୍ଘା ଏବଂ ମାନସଲୁରୁ ୩୩,୮୭୭ କିଲୋଗ୍ରାମ ଅଳିଆ ଆବର୍ଜନା ସଂଗ୍ରହ କରିଛନ୍ତି ।

୩୦ ସେନା କର୍ମଚାରୀ ଏବଂ ୪୮ ଶେର୍ପାଙ୍କ ଏକ ଟିମ ଏହି ସ୍ବଚ୍ଛତା ଡ୍ରାଇଭରେ ନିୟୋଜିତ ଥିଲେ । ଏହି ଟିମ୍‌ରେ ୪ ଜଣ ଡାକ୍ତର ମଧ୍ୟ ସାମିଲ ହୋଇଥିଲେ। ରବିବାର ଅଭିଯାନ ଶେଷ ହେବା ପରେ ଦଳ ନେପାଳର ସେନା ମୁଖ୍ୟ ପ୍ରଭାସ ରାମ ଶର୍ମାଙ୍କୁ ପତାକା ହସ୍ତାନ୍ତର କରିଛନ୍ତି।

ସେନା ମୁଖ୍ୟ ଶର୍ମା କହିଛନ୍ତି ଯେ ପରିବେଶର ଅବନତି ହେବାରେ ଲାଗିଛି। ଏପରିସ୍ଥଳେ ପରିବେଶରେ ସନ୍ତୁଳନ ବଜାୟ ରଖିବା ମଣିଷର ସର୍ବୋଚ୍ଚ କର୍ତ୍ତବ୍ୟ।

ଏହି ବିବୃତ୍ତିରେ କୁହାଯାଇଛି ଯେ ପର୍ବତରୁ ପୁନଃପ୍ରକ୍ରିୟା କରଣ ହେଉଥିବା ଏବଂ ପୁନଃପ୍ରକ୍ରିୟାକରଣ ହେଉ ନଥିବା ଦୁଇ ପ୍ରକାରର ଆବର୍ଜନା ସଂଗ୍ରହ କରାଯାଇଥିଲା । ବର୍ଜ୍ୟବସ୍ତୁକୁ ପୃଥକ ଭାବରେ ପ୍ରକ୍ରିୟା କରଣ କରାଯାଉଥିଲା ଏବଂ କିଛି ବର୍ଜ୍ୟବସ୍ତୁର ବର୍ତ୍ତମାନ ମଧ୍ୟ ପ୍ରକ୍ରିୟା କରଣ ହେଉଛି ।

ବିବୃତ୍ତିରେ କୁହାଯାଇଛି ଯେ ମାଉଣ୍ଟ ଏଭରେଷ୍ଟ ଏବଂ ଲୋହତ୍ସେର ଶିଖରକୁ ସଫା କରିବା ଲାଗି ୫୫ ଦିନ ଲାଗି ଥିଲା। ସେହିପରି କାଞ୍ଚନଜଙ୍ଘା ଏବଂ ମାନସଲୁର ସଫା ପାଇଁ ଯଥାକ୍ରମେ ୪୪ ଏବଂ ୪୩ ଦିନ ସମୟ ଲାଗିଛି। ଏହି ଅଭିଯାନର ତୃତୀୟ ପର୍ଯ୍ୟାୟରେ କାଞ୍ଚନଜଙ୍ଘାଠାରେ ଦୁଇଟି ମାନବ କଙ୍କାଳ ମଧ୍ୟ ମିଳିଥିଲା। ସେନା ପକ୍ଷରୁ କୁହାଯାଇଛି ଯେ ଜୈବ ଡିଗ୍ରେଡେବଲ ବର୍ଜ୍ୟବସ୍ତୁ ସମ୍ପୃକ୍ତ ସ୍ଥାନୀୟ ସରକାରଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଅଣ-ଜୈବ ଡିଗ୍ରେଡେବଲ ବର୍ଜ୍ୟବସ୍ତୁ ପୁନଃବ୍ୟବହାର ପାଇଁ ବିଭିନ୍ନ ସଂଗଠନକୁ ଦିଆଯାଇଥିଲା। କିଛି ବର୍ଜ୍ୟବସ୍ତୁ ଏପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇ ନାହିଁ।

ମାଇଁ ରିପବ୍ଲିକା ଖବରକାଗଜ ରିପୋର୍ଟ କରିଛି ଯେ ପର୍ଯ୍ୟଟନ ବିଭାଗର ମହାନିର୍ଦ୍ଦେଶକ ତାରାନାଥ ଅଧିକାରୀ କହିଛନ୍ତି ଯେ ପର୍ବତ ଶିଖରଗୁଡିକର ସୁରକ୍ଷା ତଥା ପରିଷ୍କାର କରିବା ପାଇଁ ଏକ ପୃଥକ ବାଟାଲିୟନ କିମ୍ବା କମ୍ପାନୀର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?