୧୬ ଜିଲାରେ ଖୋଲିବ ୩୪ ସିଭିଲ ଜଜ୍‌ କୋର୍ଟ

କଟକ ଅଫିସ,୨୬ା୯: ରାଜ୍ୟର ୧୬ଟି ଜିଲାରେ ୩୪ ନୂତନ ସିଭିଲ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ) ତଥା ଜେଏମ୍‌ଏଫ୍‌ସି ପ୍ରତିଷ୍ଠା ହେବ। ଏଥିପାଇଁ ଉକ୍ତ ଜିଲାଗୁଡ଼ିକର ଜିଲା ଓ ସେସନ୍ସ ଜଜ୍‌ମାନଙ୍କୁ ଅକ୍ଟୋବର ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ କୋର୍ଟ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ସ୍ବରୂପ ଡାଏସ୍‌ ସହିତ କୋର୍ଟ ହଲ୍‌, ସାକ୍ଷ୍ୟ କୋଠରି, ମହିଳା ଓ ପୁରୁଷଙ୍କ ପାଇଁ ପୃଥକ୍‌ ହାଜତ, ଟଏଲେଟ୍‌, ଅଫିସ, ପ୍ରିଜାଇଡିଂ ଅଧିକାରୀଙ୍କ ଚ୍ୟାମ୍ବର ସହିତ ବାସଗୃହ (ସରକାରୀ କିମ୍ବା ବେସରକାରୀ) ବ୍ୟବସ୍ଥା ସମ୍ପର୍କରେ ରିପୋର୍ଟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ରହିଛି। ରିପୋର୍ଟ ହସ୍ତଗତ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।
ବାଲେଶ୍ୱର ଜିଲାର ଔପଦା, ଖଇରା, ବରଗଡ଼ ଜିଲାର ଗାଇସିଲଟ, ପାଇକମାଳ, ବିଜେପୁର, ଭଦ୍ରକ ଜିଲାର ବନ୍ତ, କଟକ ଜିଲାର ନିଶ୍ଚିନ୍ତକୋଇଲି, ଡମପଡ଼ା, ମାହାଙ୍ଗା, ଗଞ୍ଜାମ ଜିଲାର ବେଲଗୁଣ୍ଠା, ଯାଜପୁର ଜିଲାର ବରିପାଲ, ସୁକିନ୍ଦା, ବିଞ୍ଝାରପୁର, ଝାରସୁଗୁଡ଼ା ଜିଲାର ଲାଇକେରା, କିରିମିରା, କଳାହାଣ୍ଡି ଜିଲାର ଗୋଲମୁଣ୍ଡା, ଲାଞ୍ଜିଗଡ଼, କନ୍ଧମାଳ ଜିଲାର ରାଇକିଆ, ଚକାପାଦ, କେଉଁଝର ଜିଲାର ଘଟଗଁା, ଖୋର୍ଦ୍ଧା ଜିଲାର ବୋଲଗଡ଼, ବେଗୁନିଆ, ବାଲିଅନ୍ତା, ବାଲିପାଟଣା, କୋରାପୁଟ ଜିଲାର ନନ୍ଦପୁର, ନାରାୟଣପାଟଣା, ବୈପାରୀଗୁଡ଼ା, ନୟାଗଡ଼ ଜିଲାର ଗଣିଆ, ପୁରୀ ଜିଲାର କୃଷ୍ଣପ୍ରସାଦ, କାକଟପୁର, ରାୟଗଡ଼ା ଜିଲାର ଚନ୍ଦ୍ରପୁର, ମୁନିଗୁଡ଼ା ଓ ସୁନ୍ଦରଗଡ଼ ଜିଲାର କୋଇଡା(ବଣାଇ), ଲହୁଣିପଡ଼ାରେ ନୂତନ ସିଭିଲ ଜଜ୍‌ କୋର୍ଟ ପ୍ରତିଷ୍ଠା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri