ସ୍କୁଲ ଖୋଲୁ ଖୋଲୁ ୩୩ପିଲା କରୋନାରେ ଆକ୍ରାନ୍ତ

ଚଣ୍ଡିଗଡ଼,୧୩।୮: କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ହ୍ରାସ ପାଇବା ପରେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ବର୍ତ୍ତମାନ ସ୍କୁଲ ଖୋଲାଯାଇଛି। ତେବେ ସ୍କୁଲ ଖୋଲିବା ମାତ୍ରେ ଛୋଟ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କର୍ନାଟକ, ହରିଆଣା ଓ ହିମାଚଳ ପ୍ରଦେଶର ସ୍କୁଲଗୁଡ଼ିକରେ କେତେକ ପିଲା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଇତିମଧ୍ୟରେ ପଞ୍ଜାବରେ ସ୍କୁଲ ଖୋଲିବା ମାତ୍ରେ ୩୩ଜଣ ପିଲା କରୋନା ପଜିଟିଭ୍‌ ହୋଇଛନ୍ତି। ସୂଚନା ମୁତାବକ ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ରାଜ୍ୟ ସରକାର ପୁଣି ଥରେ ଅଗଷ୍ଟ ୨ରୁ ଅଫ୍‌ଲାଇନ୍‌ ପାଠପଢ଼ା ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହ ରାଜ୍ୟ ସରକାର ସ୍କୁଲଗୁଡ଼ିକରେ କରୋନା ପରୀକ୍ଷା ମଧ୍ୟ ଆରମ୍ଭ କରିଥିଲେ। ତେବେ ଏହି ଯାଞ୍ଚ ସମୟରେ ପଞ୍ଜାବରେ ୩୩ଜଣ ପିଲା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏପର୍ଯ୍ୟନ୍ତ ସ୍କୁଲଗୁଡ଼ିକରେ ୨୧,୨୦୦ରୁ ଅଧିକ କରୋନା ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୩୩ କରୋନା ପଜିଟିଭ୍‌ ବାହାରିଛନ୍ତି ବୋଲି ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ ସିଦ୍ଧୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ସରକାରଙ୍କ ବଡ଼ ଘୋଷଣା; ମହିଳାଙ୍କୁ ମାସିକ ୩ ହଜାର, ୭ମ ବେତନ ଆୟୋଗ ଲାଗୁ, ମାଗଣା ବସ୍ ଯାତ୍ରା

କୋଲକାତା,୧୮।୫: ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ତାଙ୍କର ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ଏଥିରେ ମହିଳାମାନଙ୍କୁ ମାସିକ ୩ ହଜାର ଆର୍ଥିକ…

ମସ୍କଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ହଇଚଇ, ଝିଅମାନଙ୍କ…

ନୂଆଦିଲ୍ଲୀ,୧୮।୫: ଏଲନ ମସ୍କ ପୁଣିଥରେ ନିଜ ବୟାନକୁ ନେଇ ଖବରର ଶିରୋନାମା ପାଲଟିଛନ୍ତି । ଏଥର ସେ ଇନଷ୍ଟାଗ୍ରାମକୁ “ଝିଅମାନଙ୍କ ପ୍ଲାଟଫର୍ମ” ବୋଲି କହି ଏକ ନୂତନ…

ଭୁବନେଶ୍ବରରେ ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା, କାଲିଠୁ….

ଭୁବନେଶ୍ବର,୧୮।୫: ରାଜ୍ୟରେ ତେଲ ସଂକଟ ଭିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୟାନ ସାମ୍ନାକୁ ଆସିଛି । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା…

ଯୁକ୍ରେନ ଡ୍ରୋନ ମାଡ଼ରେ ମାଧବନ୍ଧର ଓଡ଼ିଆ ଯୁବକ ମୃତ, ଚାକିରି କରିବାକୁ ରୁଷିଆ ଯାଇଥିଲେ ରାମେୟା

ଚିକିଟି,୧୮।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଜଣେ ଯୁବକ ଯୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଛନ୍ତି । ଶନିବାର ତାଙ୍କର…

୨୦ ଦିନରେ କୋଟି କୋଟି ଟଙ୍କାର ଶେୟାର କିଣିଲେ ଟ୍ରମ୍ପ, ଥରି ଉଠିଲା ଆମେରିକା

ଓ୍ବାଶିଂଟନ,୧୮।୫: ଏହି ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ତାଙ୍କ ପରାମର୍ଶଦାତାମାନେ ୩,୭୦୦ରୁ ଅଧିକ ଷ୍ଟକ ବାଣିଜ୍ୟ କରିଛନ୍ତି। ଏହି…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

କ୍ରାଇମବ୍ରାଞ୍ଚ DGଙ୍କ ବଡ଼ ବୟାନ: ସୌମ୍ୟ ହତ୍ୟାର ସବୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୫: କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା DG ମିଶ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri