Posted inଜାତୀୟ

ଡାକ୍ତରଙ୍କ ଘରୁ ମିଳିଲା ହଜାର ହଜାର ସଂଖ୍ୟାରେ ନକଲି ଇଞ୍ଜେକଶନ

ନୂଆଦିଲ୍ଲୀ,୨୦।୬: ବ୍ଲାକ ଫଙ୍ଗ୍‌ସରେ ପୀଡ଼ିତ ରୋଗୀଙ୍କୁ ଦିଆଯାଉଥିବା ଲିପୋସୋମାଲ ଆମ୍ଫୋଟେରିକିନ-ବି’ର ନକଲି ଇଞ୍ଜେକଶନ ଉତ୍ପାଦନ ଓ ବିକ୍ରି ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ। ସେମାନଙ୍କ ମଧ୍ୟରେ ରହିଛନ୍ତି ଦୁଇ ଡାକ୍ତର। ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତରଙ୍କ ଘରୁ ୩,୨୯୩ ନକଲି ଇଞ୍ଜେକଶନ ଭାୟାଲ ମିଳିଛି। ଏ ନେଇ ପୋଲିସ ପକ୍ଷରୁ ରବିବାର କୁହାଯାଇଛି।

ନିଜାମୁଦ୍ଦିନ ପଶ୍ଚିମାଞ୍ଚଳରେ ଚଢ଼ାଉ କଲାବେଳେ ପୋଲିସକୁ ବିପୁଳ ପରିମାଣରେ ନକଲି ଇଞ୍ଜେକଶନ ମିଳିଥିଲା। ପ୍ରାୟ ଇଞ୍ଜେକଶନରେ ବ୍ଲାକ ଫଙ୍ଗ୍‌ସ ମେଡିସିନ ଥିବାବେଳେ କିଛି କଣ୍ଟେନରରେ ନକଲି ରାମଡେସିଭିର ଔଷଧ ଥିଲା ବୋଲି କ୍ରାଇମ ବ୍ରାଞ୍ଚ ଡିସିପି ମୋନିକା ଭରଦ୍ୱାଜ କହିଛନ୍ତି।

କରୋନାରୁ ସୁସ୍ଥ ହେବା ପରେ ପୀଡ଼ିତଙ୍କ ଆଖି, ନାକ, ସାଇନସ ଓ ବ୍ରେନକୁ ନଷ୍ଟ କରୁଥିବା ବ୍ଲାକ ଫଙ୍ଗ୍‌ସ ରୋଗ ପାଇଁ ଆମ୍ଫୋଟେରିକିନ-ବି’ ଔଷଧ ଦିଆଯାଇଥାଏ। ଡାଇବେଟିସ କିମ୍ବା କର୍କଟ ଓ ଅନ୍ୟ ବଡ଼ ରୋଗରେ ପୀଡ଼ିତ ଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ରୋଗ ମାରତ୍ମକ ହୋଇପାରେ। ଏହି ଗ୍ୟାଙ୍ଗ ୪୦୦ରୁ ଅଧିକ ନକଲି ଇଞ୍ଜେକଶନ ବିକି ସାରିଛନ୍ତି। ୪୦୦ରୁ ୧୨ ହଜାର ଟଙ୍କାରେ ପ୍ରତ୍ୟେକ ଇଞ୍ଜେକଶନକୁ ବିକୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତ୍ର ୯ରୁ ଭୋର୍‌ ୫: ଘରୁ ବାହାରିବା ମନା

ଚଣ୍ଡିଗଡ଼,୧୮।୩: ପଞ୍ଜାବରେ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ହଜାର ୪୫...

ସେନା ପୋଷାକ ସହ ଖାପ ଖାଉଥିବା ପୋଷାକ ପିନ୍ଧି ଅଡୁଆରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୪।୨: ରାଜଧାନୀ ଦିଲ୍ଲୀର ଜାଫରାବାଦ ମେଟ୍ରୋ ଷ୍ଟେଶନ ନିକଟରେ ରବିବାର ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲୁଥିବା ବେଳେ ଦିଲ୍ଲୀ ପୋଲିସ ଏକ...

‘ଭାରତ ଆତ୍ମବିଶ୍ୱାସର ସହ ଅଜଣା ଶତ୍ରୁକୁ କରିଛି ସାମ୍ନା’

ଚେନ୍ନାଇ,୨୯।୭: ଚେନ୍ନାଇରେ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ତାମିଲନାଡୁର ରାଜ୍ୟପାଳ...

୫ରାଜ୍ୟରୁ ଉତ୍ତରାଖଣ୍ଡକୁ ଆସୁଥିବା ଯାତ୍ରୀଙ୍କ ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ

ଡେରାଡୁନ,୨୩ ।୨: ମହାରାଷ୍ଟ୍ର, ଗୁଜରାଟ, କେରଳ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ଉତ୍ତରାଖଣ୍ଡ ଆସୁଥିବା ଯାତ୍ରୀଙ୍କ ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏନେଇ ଉତ୍ତରାଖଣ୍ଡ...

ଯାଦୁ ଦେଖାଇବାକୁ ଯାଇ ଗଙ୍ଗାନଦୀରେ ବୁଡ଼ି ଜୀବନ ହାରିଲେ ଯାଦୁକର

କୋଲକାତା, ୧୮।୬: ଗଙ୍ଗାନଦୀରେ ଦୁଃସାହସିକ ଯାଦୁ ଦେଖାଇବାକୁ ଯାଇ ଯାଦୁକର ଚଞ୍ଚଳ ଲହରୀଙ୍କ ମୃତ୍ୟୁ ଘଟିଛି। ଗତ ୩୦ ଘଣ୍ଟା ହେବ ନିଖୋଜ ଥିବା ଚଞ୍ଚଳଙ୍କୁ...

ଦୁର୍ଲଭ ବତକ ଦେଖି ଆଶ୍ଚର୍ଯ୍ୟ ହେଲେ ମୁଖ୍ୟମନ୍ତ୍ରୀ, ସୋସିଆଲ ମିଡିଆରେ ଶେୟାର କଲେ ଫଟୋ

ଇଟ୍ଟାନଗର,୮।୩: ଅରୁଣାଚଳ ପ୍ରଦେଶରେ ପଶ୍ଚିମ ୟୁରୋପ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ମାଣ୍ଡାରିନ ବତକ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ...

ତିନି ତଲାକ୍‌ ନେଇ ଏନ୍‌ଡିଏ ମେଣ୍ଟରେ ଫାଟ: ଜେଡିୟୁ କରିବ ବିରୋଧ

ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଲୋକ ସଭାରେ ଗୁରୁବାର ତିନି ତଲାକ୍‌ ବିଲ୍‌ ପୁଣି ଥରେ ଆଗତ କରାଯିବାର ଯୋଜନା କରାଯାଇଛି। ତେବେ...

କରୋନାରେ କଂଗ୍ରେସ ବିଧାୟକଙ୍କ ପରଲୋକ

ମୁମ୍ବାଇ,୧୦।୪: ମହାରାଷ୍ଟ୍ରରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟର ନାନ୍ଦେଦ୍‌ ଜିଲାର ଡେଗଲୋରର ବିଧାୟକ ରାଓସାହେବ ଅଣ୍ଟାପୁରକାରଙ୍କ ପରଲୋକ ଘଟିଛି।...

Advertisement
Archives

Model This Week