Posted inଜାତୀୟ

୩୨ ସେକେଣ୍ଡର ଭୂମି ପୂଜନ: ୪୯୨ ବର୍ଷର ପ୍ରତୀକ୍ଷା ଶେଷ

ଅଯୋଧ୍ୟା, ୫।୮: ରାମଲଲାଙ୍କ ମନ୍ଦିରର ଭୂମି ପୂଜନ ମାତ୍ର ୩୨ ସେକେଣ୍ଡର ଶୁଭ ମୂହୁର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବୁଧବାର ସମ୍ପନ୍ନ ହୋଇଛି। ୧୨ଟା ୩୦ରୁ ଅଧମିନିଟ ପାଇଁ ଥିବା ଶୁଭବେଳାରେ ଭୂମିପୂଜନ କାର୍ଯ୍ୟ କରାଯାଇଛି। ଦୀର୍ଘ ୪୦ ମିିନିଟ ଧରି ପୂଜା କରାଯାଇଥିଲା। ୯ଟି ଇଟାରେ ମନ୍ଦିରର ମୂଳଦୂଆ ରଖାଯାଇଥିଲା। ଏହାଦ୍ୱାରା ରାମଲଲାଙ୍କ ଦୀର୍ଘ ୪୯୨ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। ୭୦ ଏକର ଜମିରେ ୩୦୦ କୋଟି ଟଙ୍କାରେ ଏଠାରେ ଭବ୍ୟ ମନ୍ଦିର ନିର୍ମାଣ କରାଯିବ।

୧୫୨୬ରେ ଇବ୍ରାହିମ୍‌ ଲୋଧୀଙ୍କୁ ହରାଇବା ଲାଗି ବାବରୀ ସୈନ୍ୟ ଭାରତ ଆକ୍ରମଣ କରିଥିଲେ। ୧୫୨୮ରେ ବାବରଙ୍କ ଦ୍ୱାରା ନିୟୋଜିତ ଥିବା ସୁବେଦାର ମୀର୍‌ ବାକି ଏଠାରେ ଏକ ମସଜିଦ୍‌ ନିର୍ମାଣ କରି ଏହାକୁ ବାବରୀ ନାମ ଦେଇଥିଲେ। ମୀର୍‌ ବାକି କରିଥିବା ବିବାଦୀୟ ନିର୍ମାଣ ଅଞ୍ଚଳରେ ପୁଣି ରାମଲଲାଙ୍କ ମନ୍ଦିର ନିର୍ମାଣର ଶୁଭାରମ୍ଭ ହୋଇଛି। ୧୮୮୩ରେ ଏଠାରେ ମନ୍ଦିର ଥିବାନେଇ ପ୍ରଥମେ ହିଂସାକାଣ୍ଡ ଘଟିଥିଲା। ୧୮୫୮ରେ ବିବାଦୀୟ ପରିସରରେ ପୂଜା କରିବା ନେଇ ପ୍ରଥମେ ମାମଲା ଦାଏର ହୋଇଥିଲା। ପରେ ୧୮୮୫ରେ ପ୍ରଥମ ଥର ପାଇଁ ଏହି ମାମଲା କୋର୍ଟରେ ପହଞ୍ଚିଥିଲା। ୧୯୩୪ରେ ବିବାଦୀୟ ନିର୍ମାଣର କିଛି ଅଂଶ ଭଙ୍ଗା ଯାଇଥିଲା। ୧୯୪୯ରେ ଏଠାରେ ତାଲା ଲଗାଯାଇଥିଲା। ୩୦ ବର୍ଷ ୮ ମାସ ୨୭ ଦିନ ତଳେ ବିବାଦୀୟ ନିର୍ମାଣ ଅଞ୍ଚଳରେ ୧୯୮୯ରେ ମନ୍ଦିର ନିର୍ମାଣର ଶିଳାନ୍ୟାସ କରାଯାଇଥିଲା। ୧୯୯୨ ଡିସେମ୍ବର ୬ରେ ବିବାଦୀୟ ନିର୍ମାଣକୁ ଧ୍ୱଂସ କରାଯାଇଥିଲା। ଦୀର୍ଘବର୍ଷ କୋର୍ଟରେ ମାମଲା ରହିବା ପରେ ରାମଲଲାଙ୍କ ବିଜୟ ହେବା ପରେ ଏବେ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଃଶ୍ୱାସ ଦେଇ ନବଜାତକଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

ଆଗ୍ରା,୧୪।୩: ଦୁନିଆରେ ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ଭାବରେ ବିବେଚନା କରାଯାଏ। ଡାକ୍ତରମାନେ ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ନିକଟରେ...

ଶାନ୍ତି ଭୂଷଣଙ୍କ ପରଲୋକ

ନୂଆଦିଲ୍ଲୀ,୧।୨: ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଇନମନ୍ତ୍ରୀ ଶାନ୍ତି ଭୂଷଣଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ତାଙ୍କୁ ୯୭ ବର୍ଷ ହୋଇଥିଲା। ମୋରାରଜୀ ଦେଶାଇ ସରକାରରେ ୧୯୭୭ରୁ...

ବ୍ୟାଗ୍‌ରୁ ମିଳିଲା ମନୁଷ୍ୟର କଟା ଅଙ୍ଗପ୍ରତ୍ୟଙ୍ଗ

ନୂଆଦିଲ୍ଲୀ,୭।୬: ପୂର୍ବ ଦିଲ୍ଲୀ କଲ୍ୟାଣୀପୁରା ରାମଲୀଳା ପଡ଼ିଆରୁ ପୋଲିସ ମନୁଷ୍ୟର କଟା ହୋଇଥିବା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଭର୍ତ୍ତି ଏକ ବ୍ୟାଗ୍‌ ଜବତ କରିଛି। ମିଳିଥିବା ସୂଚନା...

ଡୋମିନିକାରେ ୮ ଜଣିଆ ଟିମ୍‌

ନୂଆଦିଲ୍ଲୀ,୨ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ବିଭିନ୍ନ ଭାରତୀୟ ସଂସ୍ଥାର ଏକ ୮ ଜଣିଆ ଟିମ୍‌ ଦ୍ୱୀପ ରାଷ୍ଟ୍ର ଡୋମିନିକାରେ...

ଧାର ଟଙ୍କା ଫେରସ୍ତ ମାଗିବାରୁ ମହିଳାଙ୍କୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦେଲେ କେନାଲରେ

ନୂଆଦିଲ୍ଲୀ,୧୪।୭: ଜଣେ ବୃଦ୍ଧାଙ୍କୁ ହତ୍ୟା କରି ଦିଲ୍ଲୀ ନଜଫଗଡ଼ ଅଞ୍ଚଳର କେନାଲରେ ଫିଙ୍ଗି ଦେବା ଘଟଣାରେ ବୁଧବାର ଏକ ଦମ୍ପତିକୁ ଗିରଫ କରାଯାଇଛି। ମୃତକଙ୍କ ଠାରୁ...

ନିହତ ହେଲେ ଲସ୍କରର ୨ ଆତଙ୍କବାଦୀ

ଶ୍ରୀନଗର, ୪ା୧: ଦକ୍ଷିଣ କଶ୍ମୀରର କୁଲଗାମ୍‌ ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମଙ୍ଗଳବାର ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଉଭୟ ଆତଙ୍କବାଦୀ ସ୍ଥାନୀୟ ବାସିନ୍ଦା ହୋଇଥିବା ଜଣାପଡିଛି।...

୮୫ ପ୍ରତିଶତ ଯାତ୍ରୀ କରିପାରିବେ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୯ ।୯: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମି ଆସୁଥିବା ବେଳେ ଜୀବନଯାତ୍ରା ସାଧାରଣ ହେବାକୁ ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି...

କର୍ତ୍ତବ୍ୟ ପଥରେ ନିୟୋଜିତ ହେବେ ଘରୋଇ ସୁରକ୍ଷା କର୍ମୀ

ନୂଆଦିଲ୍ଲୀ,୯।୯(ପି.ଟି.): ଇଣ୍ଡିଆ ଗେଟ୍‌ରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ‘କର୍ତ୍ତବ୍ୟ ପଥ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟନ କରିଛନ୍ତି। ଏହି ବିସ୍ତୀର୍ଣ୍ଣ ଅଞ୍ଚଳରେ ହୋଇଥିବା...

Advertisement
Archives

Model This Week