ହଟିବନି ଜଳବନ୍ଦୀ, ହଟହଟା କରିବ ବର୍ଷା

ଭୁବନେଶ୍ୱର,୩୦।୬(ବ୍ୟୁରୋ): କରୋନା ପାଇଁ ୩ ମାସ ବିଏମ୍‌ସି କର୍ମଚାରୀ ଠିକ୍‌ ଭାବେ କାମ କରିପାରିଲେ ନାହିଁ। ଠିକାଦାର ଓ ଶ୍ରମିକମାନେ ମଧ୍ୟ ହାତବାନ୍ଧି ବସିଲେ। ଫଳରେ ଭୁବନେଶ୍ୱରର ୩୭ଟି ସମ୍ବେଦନଶୀଳ ସ୍ଥାନରେ ନୂଆ ଡ୍ରେନ୍‌ର ନିର୍ମାଣ ହୋଇପାରିଲା ନାହିଁ। ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ ଭିତରେ ଆସିଗଲା ମୌସୁମୀ। କଟକଣା କୋହଳ ହେବାବେଳକୁ ଆରମ୍ଭ ହୋଇଯାଇଛି ବର୍ଷା। ବର୍ଷାରେ ସହରର ବିଭିନ୍ନ ସ୍ଥାନରେ ଏବେ ଡ୍ରେନ୍‌ ନିର୍ମାଣ, ମରାମତି ଓ ପୁନରୁଦ୍ଧାର କାମ ଚାଲିଛି। କାମରେ କରୋନା ଗାଇଡ୍‌ଲାଇନ୍‌ ଓ ବର୍ଷା ସମସ୍ୟା ସୃଷ୍ଟି କରୁଛି। ଧିମାଗତିରେ କାର୍ଯ୍ୟ ଚାଲିଥିବାବେଳେ ନୂଆ କାମ ସମ୍ପୂର୍ଣ୍ଣ ହେବା ଭଳି ଦେଖାଯାଉନି। ଫଳରେ ଚଳିତ ବର୍ଷାରେ ଜଳବନ୍ଦୀ ସମସ୍ୟା ହଟିବନି। ପୁଣି ଯଦି ଚାଲିଥିବା କାମ ନିମ୍ନମାନର ହେବ ଓ କାମ ସରିବା ପରେ ନିର୍ମାଣ ଆବର୍ଜନାକୁ ସଫା କରା ନ ଯିବ ତେବେ ସ୍ଥିତି ଆହୁରି ବିଗିଡି ଯିବ। ସହରବାସୀ ଆହୁରି ନାନା ହଟହଟାର ସମ୍ମୁଖୀନ ହେବେ ବୋଲି ବର୍ତ୍ତମାନର ସ୍ଥିତିକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ବିଏମ୍‌ସି ଡ୍ରେନେଜ୍‌ ବିଭାଗ ପକ୍ଷରୁ ସହରର ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବଡ଼ ବଡ଼ ପମ୍ପ ସେଟ୍‌କୁ ସେସବୁ ସ୍ଥାନରେ ପ୍ରସ୍ତୁତ ରଖାଯାଇଛି। ଏହାବ୍ୟତୀତ କିଛି ସମ୍ବେଦନଶୀଳ ସ୍ଥାନରେ ଡ୍ରେନ୍‌ ନିର୍ମାଣ ଜାରି ରହିଛି। ତଥାପି ଏବର୍ଷ ଭୁବନେଶ୍ୱରବାସୀଙ୍କୁ କିଛି ପରିମାଣରେ ଜଳବନ୍ଦୀର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଡ୍ରେନେଜ୍‌ ବିଭାଗର ମୁଖ୍ୟ ଇଞ୍ଜିନିୟର ପ୍ରଦୀପ ସାଗର ଦୂରିଆ କହିଛନ୍ତି। ସହରରେ ମୋଟ ୨୧୦ ନୂଆ ଡ୍ରେନ୍‌ ପାଇଁ ଟେଣ୍ଡର ସରି କାମ ଆରମ୍ଭ ହୋଇଛି। ବର୍ଷା ଓ କରୋନା କଟକଣାରେ କାମ ହେଉଥିବାରୁ ବିଏମ୍‌ସି ପକ୍ଷରୁ ଏନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଯଦି ଡ୍ରେନ୍‌ କାମ ଯେପରି ଭଲ ହେବ ତାହାର ତଦାରଖ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଆସନ୍ତାବର୍ଷକୁ ବିଏମ୍‌ସି ତା’ର ସବୁ କାମ ସାରିଦେଇଥିବ ଓ ଏହାପରେ ହିଁ ସହରରେ ଜଳବନ୍ଦୀ ସମସ୍ୟା ସମ୍ପୂର୍ଣ୍ଣ ଦୂର ହେବ ବୋଲି ଦୁରିଆ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବର୍ଷା ଜଳ ନିଷ୍କାସନ ଭୁବନେଶ୍ୱର ପାଇଁ ବଡ଼ ସମସ୍ୟା ପାଲଟିଛି। ପ୍ରତିବର୍ଷ ଜୋର୍‌ରେ ବର୍ଷା ହେଲେ ରାଜଧାନୀ ରାସ୍ତାଠାରୁ କଲୋନୀ ଓ ସହରର ତଳି ଅଞ୍ଚଳ ଜଳବନ୍ଦୀ ହୋଇ ରହୁଛି। ନୟାପଲ୍ଲୀ, ରସୁଲଗଡ଼, ବମିଖାଲ, ଜିଜିପି କଲୋନୀ, ପୁରୁଣା ଭୁବନେଶ୍ୱର, ଜନପଥ, ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର, ସତ୍ୟ ବିହାର, ସାଲିଆସାହି, ଜୟଦେବ ବିହାର, ଆଚାର୍ଯ୍ୟ ବିହାର ଆଦି ପ୍ରମୁଖ ଅଞ୍ଚଳରେ ଲୋକେ ନାନା ହଟହଟା ହୋଇଥାନ୍ତି। ଏହି ସମସ୍ୟା ଦୂର ପାଇଁ ବିଏମ୍‌ସିକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପାଣ୍ଠିରୁ ୧୦୦୦ କୋଟି ଟଙ୍କା ମିଳିଛି। ଏହି ଟଙ୍କାରେ ଗତବର୍ଷଠାରୁ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଂକ୍ଷୀ ଜିଲାରେ ମଜଭୁତ ହେବ ୪-ଜି ସେବା

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟର ଦୁର୍ଗମ ତଥା ଆଭ୍ୟନ୍ତରୀଣ ଗ୍ରାମରେ ଇଣ୍ଟରନେଟ୍‌ ସେବା ମଜଭୁତ୍‌ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ୧୦ ଆକାଂକ୍ଷୀ ଜିଲାର ୩,୯୩୩...

ଆଇଆଇଟିକୁ ଛାତ୍ରୀଛାତ୍ରଙ୍କ ପ୍ରବେଶ ସ୍ଥଗିତ

ଜଟଣୀ,୨୯।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଅରଗୁଳସ୍ଥିତ ଆଇଆଇଟି, ଭୁବନେଶ୍ୱର କ୍ୟାମ୍ପସରେ ୧୦ ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ପରେ ନିୟମକୁ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷିରେ...

ଗୁରୁତର ରୋଗୀଙ୍କୁ ଟୋସିଲିଜୁମାବ ଇଞ୍ଜେକ୍‌ଶନ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ଟୋସିଲିଜୁମାବ୍‌ ଇଞ୍ଜେକ୍ସନ ଓ ଅନୁମୋଦିତ ଅନ୍ୟ ଔଷଧ ବ୍ୟବହାର ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସ୍‌ଓପି...

ଯୁବତୀଙ୍କୁ ବଳାତ୍କାର କରି ଗିରଫ ହେଲେ ବନପାଳ

ମାଲକାନଗିରି,୪।୭: ମାଲକାନଗିରି ଜିଲା ଓର୍କେଲ ଥାନା ଅଞ୍ଚଳର ଜଣେ ଯୁବତୀ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାଲକାନଗିରି ବନପାଳ ମୁରଲୀଧର ଅନୁଗୁଳିଆଙ୍କୁ...

ଆଇଏଏସ୍‌ ଅଫିସର ବିଜୟଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର, ୧-୧(ବ୍ୟୁରୋ):ବିଲ୍‌ ପାସ୍‌ କରିବାକୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ମଙ୍ଗଳବାର ଭୁବନେଶ୍ୱର...

କନ୍ଦରପୁର ଲେଭଲକ୍ରସିଂ ଓଭରବ୍ରିଜ୍‌ ନିର୍ମାଣ ବିଳମ୍ବ

କଟକସଦର, ୧୯।୭(ଡି.ଏନ୍‌.ଏ.)-କଟକ-ପାରାଦ୍ୱୀପ ରେଳପଥରେ ପ୍ରତି ୧୦ମିନିଟ୍‌ ଅନ୍ତରାଳରେ ମାଲ ଓ ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁଛି। ସେଥିପାଇଁ କଟକ-ଏରସମାନୂଆଗଁା ଏନ୍‌ଏଚ୍‌ ଜାତୀୟ ରାଜପଥ ନଂ ୫୫ରେ...

ରାଜଧାନୀରେ ଆର୍ମି ପରୀକ୍ଷାର୍ଥୀଙ୍କ ଆତଙ୍କ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ଆର୍ମିରେ ଭର୍ତ୍ତି ହେବା ପାଇଁ ଭୁବନେଶ୍ୱରସ୍ଥ ୧୨୦ ବାଟାଲିୟନର ରାଲିରେ ଯୋଗଦେବାକୁ ଆସିଥିବା କେତେଜଣ ପରୀକ୍ଷାର୍ଥୀଙ୍କ ଆତଙ୍କରାଜ ସୋମବାର ଦେଖିବାକୁ ମିଳିଛି। ଅପରାହ୍ନ ପ୍ରାୟ ୪ଟାରେ...

‘ଅମ୍ଫନ୍‌’କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୬ା୬(ବ୍ୟୁରୋ)/ଚାନ୍ଦବାଲି/ଭଦ୍ରକ ଅଫିସ, (ଡି.ଏନ୍‌.ଏ.)/ଜଗତ୍‌ସିଂହପୁର ଅଫିସ/ଏରସମା(ସ୍ବ.ପ୍ର.): ବାତ୍ୟା ‘ଅମ୍ଫନ୍‌’ର କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶା ଗସ୍ତରେ ଆସିଥିବା ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ୪ଟି ଜିଲା...

Advertisement
Archives

Model This Week