୩୦ ହଜାର ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା କୋଡିଂ ଶିକ୍ଷା

ନବରଙ୍ଗପୁର,୫।୬(ବି.ପ୍ର.): ନବରଙ୍ଗପୁର ଜିଲା ପ୍ରଶାସନ ସିଙ୍ଗାପୁରର କୋଡ୍‌ଭର୍‌ସିଟି.କ୍ଲବର ମିଳିତ ପ୍ରୟାସରେ ବିନା ମୂଲ୍ୟରେ ୩୦ ହଜାର ଛାତ୍ରୀଛାତ୍ରଙ୍କୁ ମିଳିବ ଗୁଣାତ୍ମକ କୋଡିଂ ଶିକ୍ଷା। ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ତତ୍ତ୍ୱାବଧାନ ଓ ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଉଦ୍ୟମରେ ‘ମିଶନ ନବରଙ୍ଗପୁର କୋଡ’ ଆରମ୍ଭ ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ, ଓ ଶିକ୍ଷା ବିଭାଗର ୧୮୩ ସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ର କୋଡିଂ ଶିକ୍ଷିପାରିବେ। କମ୍ପ୍ୟୁଟର, ଲାପଟପ ଓ ମୋବାଇଲରେ କିଭଳି କୋଡିଂ ଶିଖିପାରିବେ ସେ ନେଇ ଶନିବାର ସ୍ଥାନୀୟ ନୋଡାଲ ଆରସିଡି ହାଇସ୍କୁଲରେ ଅନୁଷ୍ଠାନ ପକ୍ଷରୁ ଭର୍ଚୁଆଲ ବୈଠକ କରାଯାଇଛି। ଅନୁଷ୍ଠାନର ସିଇଓ ବିଶାଳ ନୋଢା ଶିକ୍ଷକମାନଙ୍କୁ କୋଡିଂ ପରିଚାଳନା ତାଲିମ ପ୍ରଦାନ କରିଛନ୍ତି। ଏବେ ସ୍କୁଲ ଛୁଟି ଅଛି। ଛୁଟି ପରେ ପିଲାମାନଙ୍କୁ ୧ ସପ୍ତାହ କୋଡିଂ ଶିକ୍ଷା ଦିଆଯିବ। ଏକକାଳୀନ ଏତେ ମାତ୍ରାରେ ପିଲାଙ୍କୁ କୋଡିଂ ଶିକ୍ଷା ଦେଇ ଗ୍ରୀନୀଜ୍‌ ବୁକ୍‌ ଅପ୍‌ ଓ୍ବାଲ୍ଡ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି।
ଶିଳ୍ପ ବିପ୍ଳବ ଯୁଗରେ କମ୍ପ୍ୟୁଟର ଜ୍ଞାନ ଏବଂ କୋଡିଂ ଶିକ୍ଷା ଆବଶ୍ୟକତା ବଢ଼ିଯାଇଛି। କୋଡିଂ ଶିକ୍ଷାବେଳେ ଭାଷା, ଉପକରଣ ଓ ଅର୍ଥ ପ୍ରତିବନ୍ଧକ ହୁଏ। ଉପଜିଲାପାଳ ଏହି ପ୍ରତିବନ୍ଧକ ଦୂର କରି ଆଦିବାସୀ ପିଲାଙ୍କ ଭବିଷ୍ୟତ ପାଇଁ କୋଡିଂ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ଏହି ତିନୋଟି ପ୍ରତିବନ୍ଧକକୁ ସମାଧାନ କରିବା ପାଇଁ ଉପଜିଲାପାଳ ଜିଲାର ଛାତ୍ରଙ୍କୁ ବିନା ମୂଲ୍ୟରେ ସ୍ମାର୍ଟଫୋନଅନୁକୂଳ କୋଡିଂ ପାଠ୍ୟକ୍ରମ ଆଣିବା ପାଇଁ କୋଡ୍‌ଭର୍‌ସିଟି.କ୍ଲବ ସହ ଯୋଗା ଯୋଗ କରିଥିଲେ। ଜିଲା ପ୍ରଶାସନ ଉକ୍ତ ସଂସ୍ଥା ସହ ଏବେ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ପାଠ୍ୟକ୍ରମ ସମାପ୍ତ କରୁଥିବା ଛାତ୍ରମାନେ ଏକ ଡିଜିଟାଲ ସାର୍ଟିଫିକେଟ ପାଇବେ। ବେସରକାରୀ କମ୍ପାନୀ ଅଧିକ ପରିମାଣର ଫିରେ ଅନଲାଇନ ପାଠ୍ୟକ୍ରମ ପ୍ରଦାନ କରନ୍ତି। ତାହାକୁ ଗ୍ରହଣ କରିବା ଧନୀକଙ୍କ ପାଇଁ ସକ୍ଷମ। ଯେଉଁମାନେ ଘରୋଇ ବିଦ୍ୟାଳୟରେ ନାହାଁନ୍ତି ଏବଂ ଏହି ମହଙ୍ଗା ଅନ୍‌ଲାଇନ ସ୍ବତନ୍ତ୍ର ପାଠ୍ୟକ୍ରମ ନେଇପାରିବେ ନାହିଁ ସେମାନଙ୍କ ପାଇଁ ଏହି ସୁବିଧା ରହିଛି ବୋଲି ଉପଜିଲାପାଳ କହିଛନ୍ତି। ଆମେ ଏକାଧିକ ସରକାରୀ ସଂସ୍ଥା ସହ କାର୍ଯ୍ୟ କରିଛୁ ଏବଂ ସ୍କୋ ଅବ୍ରାନ୍ସ ଏ ପର୍ଯ୍ୟନ୍ତ ଆମର ଯାତ୍ରାର ସବୁଠାରୁ ବଡ ମାଇଲଖୁଣ୍ଟ ଅଟେ ବୋଲି କୋଡ୍‌ଭରସିଟି ପ୍ରତିଷ୍ଠାତା ତଥା ସିଇଓ ବିଶାଲ ଲଢ଼ା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଡିଇଓ ପ୍ରଦୀପ କୁମାର ନାଗ, ସମଗ୍ର ଶିକ୍ଷା ଅଭିଯାନର ଯୋଜନା ସଂଯୋଜକ ପ୍ରଦୀପ୍ତ କୁମାର ଷଡଙ୍ଗୀ ଓ ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri