ଭତ୍ତା ଟଙ୍କା ପାଇଁ ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

ବିଷମକଟକ,୫।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକରେ ପୁଣି ଭତ୍ତାକୁ ନେଇ ବିବାଦ। କେନ୍ଦ୍ର ସରକାରଙ୍କ ଡିଜିଟାଲ ବ୍ୟବସ୍ଥା ଗରିବ ଲୋକଙ୍କ ପାଇଁ ସମସ୍ୟା ହୋଇଛି। ବ୍ୟାଙ୍କ ଖାତାରେ ସିଧାସଳଖ ଭତ୍ତା ଟଙ୍କା ଜମା ହେବା ବ୍ୟବସ୍ଥା ସଫଳ ହୋଇପାରୁନି। ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଓ ମଧୁବାବୁ ପେନସନ ପାଉଥିବା ହିତାଧିକାରୀ ଦୀର୍ଘ ଦିନ ଧରି ନିଜର ଭତ୍ତା ପାଉ ନ ଥିବା ଅଭିଯୋଗ ହୋଇଛି। ଆଦିବାସୀ ନେତା ତଥା ବିଏସ୍‌ପିର ଜିଲା ସଭାପତି ଜିତୁ ଜାକାସିକାଙ୍କ ନେତୃତ୍ୱରେ ନିୟମଗିରି ସମେତ ବହୁ ଆଦିବାସୀ ଗ୍ରାମର ହିତାଧିକାରୀ ବିଷମକଟକ ବିଡିଓଙ୍କୁ ଭେଟି ପୂର୍ବ ଭଳି ଅଫ୍‌ଲାଇନରେ ଭତ୍ତା ପ୍ରଦାନ କରିବା ପାଇଁ ଲିଖିତ ଭାବେ ଦାବି ଜଣାଇଛନ୍ତି।
ହିତାଧିକାରୀଙ୍କ ଅଭିଯୋଗ ହେଲା, କେଉଁଠି ଜମା ଖାତାରେ ତ୍ରୁଟି ଯୋଗୁ ଖାତାକୁ ଟଙ୍କା ଆସୁନାହି ତ ଆଉ କାହାର ଟିପି ଚିହ୍ନରେ ତାଳ ମେଳ ରହୁନାହିଁ। ଏହି କାରଣରୁ ଫଳରେ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ପୂର୍ବରୁ ଭତ୍ତା ବ୍ୟବସ୍ଥାରେ କୌଣସି ତ୍ରୁଟି ରହୁ ନ ଥିବାବେଳେ ଏବେ ଡିଜିଟାଲ ବ୍ୟବସ୍ଥାରେ ଅନେକ ତ୍ରୁଟି ରହୁଥିବା କହିଛନ୍ତି। ପୂର୍ବରୁ ବିଷମ କଟକ ବ୍ଲକ ଅଧୀନରେ ଥିବା ପ୍ରତ୍ୟେକ ପଞ୍ଚାୟତରେ ୧୫ ତାରିଖରେ ୧୫୫୨୪ ହିତାଧିକାରୀ ସହଜରେ ଭତ୍ତା ଟଙ୍କା ପାଉଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଗାଁ ଗାଁ ରେ ଭତ୍ତା ଟଙ୍କା ପହଞ୍ଚାଉଥିଲେ। ଏବେ ଡିଜିଟାଲ ବ୍ୟବସ୍ଥାରେ ଭତ୍ତା ଟଙ୍କା ବ୍ୟଙ୍କ ଖାତାକୁ ସିଧାସଳଖ ଯିବା ସୁବିଧା କରିଛନ୍ତି। ହେଲେ ଏହାର ହିତାଧିକାରୀ ଏହାର ସୁଫଳ ପାଉ ନ ଥିବା କହିଛନ୍ତି। ସେହିପରି ଅଧିକାଂଶ ପଞ୍ଚାୟତରେ ମୋବାଇଲ ନେଟୱର୍କ ବ୍ୟବସ୍ଥା ନ ଥିବାବେଳେ ସେଠାରେ ଜନସେବା କେନ୍ଦ୍ର ଏବଂ ମିନି ବ୍ୟାଙ୍କ ବ୍ୟବସ୍ଥା ନାହିଁ। ଫଳରେ ମାତ୍ର ୫୦୦ ଏବଂ ୭୦୦ ଟଙ୍କା ଭତ୍ତା ପାଇବା ପାଇଁ ୨୦୦ ଟଙ୍କା ଖର୍ଚ୍ଚ କରି ଯିବାକୁ ପଡ଼ୁଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କର୍ମୀଙ୍କ ଅନଶନ ପ୍ରତ୍ୟାହୃତ

ଗୁଣପୁର, ୨୮/୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏଶନ୍ ପକ୍ଷରୁ ଦୀର୍ଘଦିନର ବିଭିନ୍ନ ଦାବି ନେଇ ପ୍ରଶାସନକୁ…

ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ…

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri