ସବୁ ଛାତ୍ରୀନିବାସ ଲାଗି ୩ ହଜାର ମାଟ୍ରନ ପଦବୀ

ଭୁବନେଶ୍ୱର, ୧୪ା୩(ବ୍ୟୁରୋ): ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ଲାଗି ରାଜ୍ୟ ସରକାରଙ୍କ ଏସ୍‌ସି ଆଣ୍ଡ ଏସ୍‌ଟି ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ୩ ହଜାର ମାଟ୍ରନ ପଦବୀ ସୃଷ୍ଟି କରାଯାଇ ଛାତ୍ରୀନିବାସଗୁଡିକରେ ନିୟୋଜିତ ହୋଇଛନ୍ତି। ସ୍ବାସ୍ଥ୍ୟ ସୁରକ୍ଷା ଲାଗି ୩୩୬ ଏଏନ୍‌ଏମ୍‌ ପଦବୀ ସୃଷ୍ଟି କରାଯାଇ ବିଭାଗୀୟ ବିଦ୍ୟାଳୟ ଓ ଛାତ୍ରୀନିବାସ ଗୁଡିକରେ ନିୟୋଜିତ କରାଯାଇଛି। ଏମାନେ ପ୍ରତ୍ୟେକ ମାସରେ ଛାତ୍ରୀମାନଙ୍କ ମାସିକ ଧର୍ମ ପରୀକ୍ଷା କରିବା ସଙ୍ଗେସଙ୍ଗେ ଗର୍ଭବତୀ ବାଳିକାଙ୍କ ସମ୍ବନ୍ଧରେ ଉପର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସାହୁ କହିଛନ୍ତି, ସେଫ୍‌ଟି ଆଣ୍ଡ ସିକ୍ୟୁରିଟି, ସ୍କୁଲ ମ୍ୟାନେଜମେଣ୍ଟ ଆଣ୍ଡ ହଷ୍ଟେଲ ମନିଟରିଂ ନିର୍ଦ୍ଦେଶାବଳୀ ସୁଚାରୁରୂପେ କାର୍ଯ୍ୟ କରିବା ନିମନ୍ତେ ପ୍ରଧାନ ଶିକ୍ଷକ, ପ୍ରଧାନ ସେବକ ସହାୟକ ପରିଚାଳକ, ଜିଲା ସମ୍ପ୍ରସାରଣ ଅଧିକାରୀ, ଏଏନ୍‌ଏମ୍‌ଙ୍କୁ ତାଲିମ ପ୍ରଦାନ କରାଯାଇଛି। ଅଧିକାରୀମାନଙ୍କୁ ଜୀବନ କୌଶଳ ଶିକ୍ଷା ଦେବା ସହିତ ସମସ୍ତ ଛାତ୍ରୀଛାତ୍ରଙ୍କୁ ଜୀବନ କୌଶଳ ଶିକ୍ଷା ମାଧ୍ୟମରେ ନିଜକୁ ସୁରକ୍ଷିତ ରଖିବାର ସଚେତନତା ସୃଷ୍ଟି କରାଯାଉଛି। ସେଠାରେ ରହୁଥିବା ଛାତ୍ରୀଙ୍କ ଅସୁବିଧା ଏବଂ ଅଭିଯୋଗ ଶୁଣିବା ପାଇଁ ବିଭାଗ ତରଫରୁ ରାଜ୍ୟ ସ୍ତରରେ ଏକ ସ୍ବତନ୍ତ୍ର ସ୍କୁଲ ହଷ୍ଟେଲ ମନିଟରିଂ ୟୁନିଟ୍‌ ଏବଂ ଏକ କଣ୍ଟ୍ରୋଲ ରୁମ୍‌ ଗଠନ କରାଯାଇଛି। ଏହାଛଡା ଏକ ୨୪ ଘଣ୍ଟିଆ ଟୋଲ୍‌ ଫ୍ରି ନମ୍ବର ୧୮୦୦-୩୪୫-୩୦୪୦ ଜାରି କରାଯିବା ସଙ୍ଗେସଙ୍ଗେ ସ୍କୁଲ ଛାତ୍ରୀନିବାସଗୁଡିକରେ ୧୦୦୦ ହଟ୍‌ଲାଇନ ଟେଲିଫୋନ ସଂଯୋଗ କରାଯାଇଛି। ବିଭାଗୀୟ ଆବାସିକ ବିଦ୍ୟାଳୟ ପରିସରକୁ ତଦାରଖ କରିବା ଲାଗି ୧୧୨୦ ସିସିଟିଭି ବ୍ୟବସ୍ଥା ଲାଗି ପଦକ୍ଷେପ ନିଆଯାଇଛି। ଏହାସହ ରାଜ୍ୟ ସରକାର ଦୁଃସ୍ଥ ଅବହେଳିତ ମହିଳାମାନଙ୍କ ଦାଦନ ସମୟରେ ବଳାତ୍କାର କିମ୍ବା ଅବିବାହିତ ମାତୃତ୍ୱରେ ବିଭାଗ ପକ୍ଷରୁ ବିଭିନ୍ନ ସେବା ଓ ସୁବିଧା ଯୋଗାଇ ଦିଆଯାଉଛି। ହିଂସା ଦ୍ୱାରା ପ୍ରଭାବିତ ବାଳିକା ଏବଂ ମହିଳାମାନଙ୍କୁ ସମନ୍ବିତ ସହାୟତା ପ୍ରଦାନ ସଙ୍ଗେସଙ୍ଗେ ସେମାନଙ୍କୁ ତତ୍‌କ୍ଷଣାତ୍‌ ଚିକିତ୍ସା, ନ୍ୟାୟିକ, ମନସ୍ତାତ୍ତ୍ୱିକ ସହାୟତା ତଥା ପରାମର୍ଶ ସେବା ପ୍ରଦାନ କରିବା ପାଇଁ ଓ୍ବାନ୍‌ ଷ୍ଟେପ ସେଣ୍ଟର(ସଖୀ) ଜିଲାଗୁଡିକରେ କାମ କରୁଛି। ମହିଳାମାନଙ୍କ ସହାୟତା ନିମନ୍ତେ ୨୦୧୭ ମାର୍ଚ୍ଚରୁ ଏକ ନିଃଶୁଳ୍କ ଟେଲିଫୋନ, ମହିଳା ହେଲ୍ପଲାଇନ-୧୮୧ ଏବଂ ହ୍ବାଟ୍ସଆପ୍‌ ନମ୍ବର ଆରମ୍ଭ ହୋଇଛି। ଅବହେଳିତ ମହିଳା ଯଥା ଘରୋଇ ହିଂସାର ଶିକାର ହୋଇଥିବା କିମ୍ବା ଚାଲାଣରୁ ଉଦ୍ଧାର ବାଳିକା/ ମହିଳାଙ୍କ ପାଇଁ ସୀମିତ ରହଣି ବ୍ୟବସ୍ଥା ସହିତ ସେମାନଙ୍କ ସୁରକ୍ଷା ସ୍ବାବଲମ୍ବୀ ଓ ସ୍ବରୋଜଗାର ଲାଗି ରାଜ୍ୟର ବିଭିନ୍ନ ଜିଲାରେ ୫୪ ସ୍ବଧାରଗୃହ କାର୍ଯ୍ୟ କରୁଛି। ମହିଳା ଚାଲାଣ ଓ ଯୌନ ଶୋଷଣକୁ ରୋକିବା ତଥା ଏହାର ଶିକାର ହୋଇଥିବା ମହିଳାମାନଙ୍କୁ ଉଦ୍ଧାର, ଥଇଥାନ ଓ ପୁନର୍ମିଳନ ତଥା ସେମାନଙ୍କ ସୁରକ୍ଷା ସ୍ବାବଲମ୍ବୀ ଓ ସ୍ବରୋଜଗାର ଉଦ୍ଦେଶ୍ୟରେ ବିଭିନ୍ନ ଜିଲାରେ ୧୧ ଉଜ୍ୱଳା ଗୃହ କାର୍ଯ୍ୟ କରୁଛି। ଏହି ଗୃହଗୁଡିକରେ ଅନ୍ତେବାସିନୀମାନଙ୍କ ଭରଣପୋଷଣ ଲାଗି ସରକାର ଆର୍ଥିକ ସହାୟତା ଯେପରି ଖାଦ୍ୟ, ପୋଷାକ, ଡାକ୍ତରୀ ଚିକିତ୍ସା, ବ୍ୟକ୍ତିଗତ ସ୍ବଚ୍ଛତା ସମ୍ବନ୍ଧିତ ସାମଗ୍ରୀ ପକେଟ ଖର୍ଚ୍ଚ ସୁବିଧା ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନ ଖାଇ ୮୫ରୁ ଊର୍ଦ୍ଧ୍ୱ ପିଲା ଅସୁସ୍ଥ

କାମାକ୍ଷାନଗର, ୨୦।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସୋଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନଭୋଜନ ଖାଇ ୮୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି।...

ମଶା ନେଇଛି ୫୪ ମୁଣ୍ଡ

ଅନୁଗୋଳ ଅଫିସ, ୨ା୮:  ମଶାଜନିତ ରୋଗରେ ଯାଉଛି ମଣିଷ ଜୀବନ। କେତେବେଳେ ମଶା ମ୍ୟାଲେରିଆର ବାହାକ ସାଜୁଛି ତ କେବେ ଡେଙ୍ଗୁ ରୋଗରେ ଆକ୍ରାନ୍ତ କରୁଛି। ଗତ...

ଖୁବ୍‌ଶୀଘ୍ର ସୁରଟ୍‌କୁ ଉଡ଼ିବ ବିମାନ: ସପ୍ତାହକୁ ୨ଥର ଚାଲିବ

ଭୁବନେଶ୍ୱର, ୨୩।୭(ବ୍ୟୁରୋ):ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ସୁରଟ୍‌କୁ ସିଧାସଳଖ ବିମାନ ଚଳାଚଳ କରିବ। ସପ୍ତାହରେ ୨ଥର ଏହି ବିମାନ ଚାଲିବ। ଏ...

ଦୋକାନ ସମ୍ମୁଖରେ ମଦ କଳାବଜାର

ଅନୁଗୋଳ ଅଫିସ, ୨୬।୫ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ହେଁ ଅନୁଗୋଳରେ ତାହାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ସହରର...

ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ

ଭଞ୍ଜନଗର,୨୫।୫(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ର (୮୧)ଙ୍କ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି। କରୋନାରେ ଚିକିତ୍ସଧୀନ...

ପରିଦର୍ଶନ ସମୟରେ ମନ୍ତ୍ରୀ ମାସ୍କ ନ ପିନ୍ଧିବାକୁ ନେଇ ଚର୍ଚ୍ଚା

ଦେଓଗାଁ,୧୨ା୧: ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ଗସ୍ତବେଳେ ଶ୍ରେଣୀରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ସମୟରେ ମାସ୍କ ପରିଧାନ କରି ନ...

କ୍ୟାନ୍‌ସରରେ ପୀଡ଼ିତ ଯୁବକଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ ‘ପରିବାରକୁ କଷ୍ଟ ଦେବାକୁ ଚାହେଁନା’

କେନ୍ଦୁଝର,୯।୧୦(ସ୍ବ.ପ୍ର.): କେନ୍ଦୁଝର ସହର ଢାଙ୍ଗରପଡ଼ା ସାହିରେ ଭଡା ଘର କରି ରହୁଥିବା ଜଣେ ଯୁବକ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ମୟୂରଭଞ୍ଜ ଜିଲା...

‘ସୁସ୍ଥ ହେବା ପରେ ଚଡ଼ିଚିଡ଼ା ହେଉଛନ୍ତି କୋଭିଡ୍‌ ଆକ୍ରାନ୍ତ’

ଭୁବନେଶ୍ୱର,୧୬।୬: କୋଭିଡ ସଂକ୍ରମଣରୁ ନେଗେଟିଭ୍‌ ହେଲାପରେ ମଧ୍ୟ ଲୋକଙ୍କ ଠାରେ ବିଭିନ୍ନ ଲକ୍ଷଣ ଦେଖାଦେଉଛି। ଲୋକେ ଦୀର୍ଘ ମିଆଦି କୋଭିଡ୍‌ ସମସ୍ୟାରେ ପୀଡିତ ହେଉଛନ୍ତି ।...

Advertisement
Archives

Model This Week