ସବୁ ଛାତ୍ରୀନିବାସ ଲାଗି ୩ ହଜାର ମାଟ୍ରନ ପଦବୀ

ଭୁବନେଶ୍ୱର, ୧୪ା୩(ବ୍ୟୁରୋ): ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ଲାଗି ରାଜ୍ୟ ସରକାରଙ୍କ ଏସ୍‌ସି ଆଣ୍ଡ ଏସ୍‌ଟି ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ୩ ହଜାର ମାଟ୍ରନ ପଦବୀ ସୃଷ୍ଟି କରାଯାଇ ଛାତ୍ରୀନିବାସଗୁଡିକରେ ନିୟୋଜିତ ହୋଇଛନ୍ତି। ସ୍ବାସ୍ଥ୍ୟ ସୁରକ୍ଷା ଲାଗି ୩୩୬ ଏଏନ୍‌ଏମ୍‌ ପଦବୀ ସୃଷ୍ଟି କରାଯାଇ ବିଭାଗୀୟ ବିଦ୍ୟାଳୟ ଓ ଛାତ୍ରୀନିବାସ ଗୁଡିକରେ ନିୟୋଜିତ କରାଯାଇଛି। ଏମାନେ ପ୍ରତ୍ୟେକ ମାସରେ ଛାତ୍ରୀମାନଙ୍କ ମାସିକ ଧର୍ମ ପରୀକ୍ଷା କରିବା ସଙ୍ଗେସଙ୍ଗେ ଗର୍ଭବତୀ ବାଳିକାଙ୍କ ସମ୍ବନ୍ଧରେ ଉପର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସାହୁ କହିଛନ୍ତି, ସେଫ୍‌ଟି ଆଣ୍ଡ ସିକ୍ୟୁରିଟି, ସ୍କୁଲ ମ୍ୟାନେଜମେଣ୍ଟ ଆଣ୍ଡ ହଷ୍ଟେଲ ମନିଟରିଂ ନିର୍ଦ୍ଦେଶାବଳୀ ସୁଚାରୁରୂପେ କାର୍ଯ୍ୟ କରିବା ନିମନ୍ତେ ପ୍ରଧାନ ଶିକ୍ଷକ, ପ୍ରଧାନ ସେବକ ସହାୟକ ପରିଚାଳକ, ଜିଲା ସମ୍ପ୍ରସାରଣ ଅଧିକାରୀ, ଏଏନ୍‌ଏମ୍‌ଙ୍କୁ ତାଲିମ ପ୍ରଦାନ କରାଯାଇଛି। ଅଧିକାରୀମାନଙ୍କୁ ଜୀବନ କୌଶଳ ଶିକ୍ଷା ଦେବା ସହିତ ସମସ୍ତ ଛାତ୍ରୀଛାତ୍ରଙ୍କୁ ଜୀବନ କୌଶଳ ଶିକ୍ଷା ମାଧ୍ୟମରେ ନିଜକୁ ସୁରକ୍ଷିତ ରଖିବାର ସଚେତନତା ସୃଷ୍ଟି କରାଯାଉଛି। ସେଠାରେ ରହୁଥିବା ଛାତ୍ରୀଙ୍କ ଅସୁବିଧା ଏବଂ ଅଭିଯୋଗ ଶୁଣିବା ପାଇଁ ବିଭାଗ ତରଫରୁ ରାଜ୍ୟ ସ୍ତରରେ ଏକ ସ୍ବତନ୍ତ୍ର ସ୍କୁଲ ହଷ୍ଟେଲ ମନିଟରିଂ ୟୁନିଟ୍‌ ଏବଂ ଏକ କଣ୍ଟ୍ରୋଲ ରୁମ୍‌ ଗଠନ କରାଯାଇଛି। ଏହାଛଡା ଏକ ୨୪ ଘଣ୍ଟିଆ ଟୋଲ୍‌ ଫ୍ରି ନମ୍ବର ୧୮୦୦-୩୪୫-୩୦୪୦ ଜାରି କରାଯିବା ସଙ୍ଗେସଙ୍ଗେ ସ୍କୁଲ ଛାତ୍ରୀନିବାସଗୁଡିକରେ ୧୦୦୦ ହଟ୍‌ଲାଇନ ଟେଲିଫୋନ ସଂଯୋଗ କରାଯାଇଛି। ବିଭାଗୀୟ ଆବାସିକ ବିଦ୍ୟାଳୟ ପରିସରକୁ ତଦାରଖ କରିବା ଲାଗି ୧୧୨୦ ସିସିଟିଭି ବ୍ୟବସ୍ଥା ଲାଗି ପଦକ୍ଷେପ ନିଆଯାଇଛି। ଏହାସହ ରାଜ୍ୟ ସରକାର ଦୁଃସ୍ଥ ଅବହେଳିତ ମହିଳାମାନଙ୍କ ଦାଦନ ସମୟରେ ବଳାତ୍କାର କିମ୍ବା ଅବିବାହିତ ମାତୃତ୍ୱରେ ବିଭାଗ ପକ୍ଷରୁ ବିଭିନ୍ନ ସେବା ଓ ସୁବିଧା ଯୋଗାଇ ଦିଆଯାଉଛି। ହିଂସା ଦ୍ୱାରା ପ୍ରଭାବିତ ବାଳିକା ଏବଂ ମହିଳାମାନଙ୍କୁ ସମନ୍ବିତ ସହାୟତା ପ୍ରଦାନ ସଙ୍ଗେସଙ୍ଗେ ସେମାନଙ୍କୁ ତତ୍‌କ୍ଷଣାତ୍‌ ଚିକିତ୍ସା, ନ୍ୟାୟିକ, ମନସ୍ତାତ୍ତ୍ୱିକ ସହାୟତା ତଥା ପରାମର୍ଶ ସେବା ପ୍ରଦାନ କରିବା ପାଇଁ ଓ୍ବାନ୍‌ ଷ୍ଟେପ ସେଣ୍ଟର(ସଖୀ) ଜିଲାଗୁଡିକରେ କାମ କରୁଛି। ମହିଳାମାନଙ୍କ ସହାୟତା ନିମନ୍ତେ ୨୦୧୭ ମାର୍ଚ୍ଚରୁ ଏକ ନିଃଶୁଳ୍କ ଟେଲିଫୋନ, ମହିଳା ହେଲ୍ପଲାଇନ-୧୮୧ ଏବଂ ହ୍ବାଟ୍ସଆପ୍‌ ନମ୍ବର ଆରମ୍ଭ ହୋଇଛି। ଅବହେଳିତ ମହିଳା ଯଥା ଘରୋଇ ହିଂସାର ଶିକାର ହୋଇଥିବା କିମ୍ବା ଚାଲାଣରୁ ଉଦ୍ଧାର ବାଳିକା/ ମହିଳାଙ୍କ ପାଇଁ ସୀମିତ ରହଣି ବ୍ୟବସ୍ଥା ସହିତ ସେମାନଙ୍କ ସୁରକ୍ଷା ସ୍ବାବଲମ୍ବୀ ଓ ସ୍ବରୋଜଗାର ଲାଗି ରାଜ୍ୟର ବିଭିନ୍ନ ଜିଲାରେ ୫୪ ସ୍ବଧାରଗୃହ କାର୍ଯ୍ୟ କରୁଛି। ମହିଳା ଚାଲାଣ ଓ ଯୌନ ଶୋଷଣକୁ ରୋକିବା ତଥା ଏହାର ଶିକାର ହୋଇଥିବା ମହିଳାମାନଙ୍କୁ ଉଦ୍ଧାର, ଥଇଥାନ ଓ ପୁନର୍ମିଳନ ତଥା ସେମାନଙ୍କ ସୁରକ୍ଷା ସ୍ବାବଲମ୍ବୀ ଓ ସ୍ବରୋଜଗାର ଉଦ୍ଦେଶ୍ୟରେ ବିଭିନ୍ନ ଜିଲାରେ ୧୧ ଉଜ୍ୱଳା ଗୃହ କାର୍ଯ୍ୟ କରୁଛି। ଏହି ଗୃହଗୁଡିକରେ ଅନ୍ତେବାସିନୀମାନଙ୍କ ଭରଣପୋଷଣ ଲାଗି ସରକାର ଆର୍ଥିକ ସହାୟତା ଯେପରି ଖାଦ୍ୟ, ପୋଷାକ, ଡାକ୍ତରୀ ଚିକିତ୍ସା, ବ୍ୟକ୍ତିଗତ ସ୍ବଚ୍ଛତା ସମ୍ବନ୍ଧିତ ସାମଗ୍ରୀ ପକେଟ ଖର୍ଚ୍ଚ ସୁବିଧା ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?