Posted inଜାତୀୟ

‘ଗୋଆରେ ସରକାରକୁ ଆସିଲେ ମାଗଣାରେ ବିଦ୍ୟୁତ୍‌ ଦେବୁ’

ପଣନୀ,୧୪।୭: ଯଦି ଦିଲ୍ଲୀ ବାସୀ ମାଗଣାରେ ବିଦ୍ୟୁତ ପାଉଛନ୍ତି, ତେବେ ଗୋଆ ଲୋକେ କାହିଁକି ନୁହେଁ। ଗୋଆରେ ସରକାରକୁ ଆସିଲେ ପ୍ରତ୍ୟେକ ପରିବାରକୁ ମାସକୁ ୩୦୦ ୟୁନିଟ୍‌ ବିଦୁତ୍‌ ମାଗଣାରେ ଦେବୁ। ଫେବୃୟାରୀରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆମ ଆଦମି ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ।

ଏଏପିର ନ୍ୟାଶନାଲ କନଭେନରରେ ବୁଧବାର ୪ଟି ପ୍ରତିଶ୍ରୁତି ଉନ୍ମୋଚିତ କରିଛନ୍ତି କେଜରିଓ୍ବାଲ। ଏଥିରେ ୩୦୦ ୟୁନିଟ୍‌ ବିଦ୍ୟୁତ୍‌ ମାଗଣାରେ ଦେବା ସହ ପୁରୁଣା ବିଦ୍ୟୁତ ବିଲ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଏଥି ଯୋଗୁ ରାଜ୍ୟର ୮୭ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ ବାବଦକୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଦୁଇ ଦିନିଆ ଗସ୍ତରେ ଗୋଆ ଆସିଥିବା କେଜରିଓ୍ବାଲ କହିଛନ୍ତି। ରାଜ୍ୟର କୃଷକଙ୍କୁ ମାଗଣାରେ ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକରେ ଖୁବ୍‌ଶୀଘ୍ର ହେବ ନିର୍ବାଚନ: କୁମାରସ୍ବାମୀ

ବେଙ୍ଗାଲୁରୁ,୪।୮: କର୍ନାଟକରେ ଭାଜପା ଶାସନ କ୍ଷମତା ହାତକୁ ନେଇଥିବା ବେଳେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍‌) ନେତା ଏଚ୍‌ଡି କୁମାରସ୍ବାମୀ କହିଛନ୍ତି କର୍ନାଟକରେ ଭାଜପା...

ଏଲ୍‌ଏସିରେ ଚାଇନାର ସର୍ଭେଲାନ୍ସ୍‌ କ୍ୟାମେରାକୁ ଭାଙ୍ଗିଲେ ଭାରତୀୟ ସେନା

ଲଦାଖ, ୧।୯: ଏଲ୍‌ଏସିରେ ଚାଇନାର ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ପୂର୍ବ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ଥିବା ଚୁଶୁଲଠାରେ ଚାଇନା ସୈନ୍ୟ ଭାରତ ସୀମାକୁ...

ଗୌତମବୁଦ୍ଧ ନଗରରେ ମେ ୩୧ ପର୍ଯ୍ୟନ୍ତ ୧୪୪

ଲକ୍ଷ୍ନୌ,୩।୫: ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଗୌତମବୁଦ୍ଧ ନଗରରେ ୧୪୪ ଧାରା ଲାଗୁ କରିଛନ୍ତି। କଟକଣା ମେ’ ୧ରୁ...

କୁଲଗାମ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ,୨୫ ।୭: ପାକିସ୍ତାନ ତା’ର ପ୍ରକୃତିରେ କେବେବି ପରିବର୍ତ୍ତନ କରୁନାହିଁ । ଜମ୍ମୁ-କଶ୍ମୀରର କୁଲଗାମରେ ପୁଣିଥରେ ଆତଙ୍କବାଦୀଙ୍କ ଗତିବିଧି ପରିଲକ୍ଷିତ ହୋଇଛି । ହେଲେ ଏହାର...

କଂଗ୍ରେସ କରିଛି ଦେଶକୁ ବିଭାଜିତ: ଭାଜପା ନେତା

ବେଙ୍ଗାଲୁରୁ,୧୩ ।୨: ହରିୟାଣାର ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ସବୁବେଳେ ବିରୋଧୀଙ୍କୁ ଟାର୍ଗେଟ କରି ଆସିଥଆନ୍ତି ଚର୍ଚ୍ଚାକୁ । ଏବେ ସେ ପୁଣିଥରେ ହିଜାବ...

୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗ ଉଣ୍ଡି ବସିଛନ୍ତି

ଶ୍ରୀନଗର, ୧୧।୭: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ୨୫୦ରୁ ୩୦୦ ଆତଙ୍କବାଦୀ ସୁଯୋଗକୁ ଅପେକ୍ଷା କରିଛନ୍ତି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକ ନିକଟରେ ଥିବା ଲଞ୍ଚପ୍ୟାଡ୍‌ରେ...

ଛଟେଇ ଆଣିବ ଅର୍ଥନୀତିରେ ସୁନାମି

ନୂଆଦିଲ୍ଲୀ,୯ା୫: କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ପାଇଁ ଦେଶବ୍ୟାପୀ ଜାରି କରାଯାଇଥିବା ଲକ୍‌ଡାଉନ୍‌ ଅନ୍‌ ଅଫ୍‌ ସୁଇଚ୍‌ ଭଳି ନୁହେଁ। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧି...

ନବାବଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କଲେ ସମୀର

ମୁମ୍ବାଇ,୧୫।୮: ମୁମ୍ବାଇର ପୂର୍ବତନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାଙ୍ଖେଡେ ଏନସିପି ନେତା ନବାବ ମଲିକଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି।...

Advertisement
Archives

Model This Week