Posted inଜାତୀୟ

ଲଞ୍ଚପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ରଚିଛନ୍ତି ଷଡ଼ଯନ୍ତ୍ର…

ଶ୍ରୀନଗର,୮।୭: ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡ୍‌ରେ ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ଭାରତରେ ପ୍ରବେଶ କରି ଆତଙ୍କବାଦ କାର୍ଯ୍ୟ କରିବା ଲାଗି ସେମାନ ଷଡ଼ଯନ୍ତୟ ରଚିଥିବା ଡିଜିପି ଦିଲ୍‌ବାଗ୍‌ ସିଂ ସୂଚନା ଦେଇଛନ୍ତି। ଇତିମଧ୍ୟରେ ମିଳିତ ସୁରକ୍ଷାକର୍ମୀ ୫୦ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଥିବା ସେ କହିଛନ୍ତି। ସୀମା ପାର୍‌ ଚୋରା କାରବାର ଏବେ ମଧ୍ୟ ଜାରି ରହିଥିବା ସେ କହିଛନ୍ତି। ତେବେ ଅନୁପ୍ରବେଶ ଘଟଣା କମିଛି। ସୁରକ୍ଷା ଦୃଷ୍ଟିରୁ ନିୟନ୍ତ୍ରଣ ରେଖାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଜମ୍ମୁ-କଶ୍ମୀରରେ ନୂଆ ଆତଙ୍କବାଦୀ ନିଯୁକ୍ତି ପ୍ରକ୍ରିୟା କମ୍‌ ହୋଇଛି। ସୁରକ୍ଷାକର୍ମୀଙ୍କ ଆତଙ୍କବାଦ ବିରୋଧୀ ଅପରେଶନ୍‌ ଲାଗି ରହିଥିବା ଯୋଗୁ ସ୍ଥାନୀୟ ଯୁବବର୍ଗ ଆତଙ୍କବାଦୀ ସଂଗଠନରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ସେହିପରି ସରକାରୀ ଯୋଜନାରେ ଯୁବବର୍ଗଙ୍କୁ ସାମିଲ କରାଯିବା ସହିତ ସଚେତନତା ସୃଷ୍ଟି ଜାରି ରହିଛି। ଫଳରେ ଯୁବବର୍ଗ ଆତଙ୍କବାଦ ପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବା ଡିଜିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ ଦିବସରେ ମିଳିବ ସରକାରୀ ଛୁଟି

ଚଣ୍ଡିଗଡ,୨୨।୩: ପଞ୍ଜାବରେ ଏଣିକି ମାର୍ଚ୍ଚ ୨୩ ଅର୍ଥାତ୍‌ ଶହୀଦ ଦିବସ ଅବସରରେ ସରକାରୀ ଛୁଟି ମିଳିବ। ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଏହି ଘୋଷଣା...

ଦିଲ୍ଲୀ ଉପରାଜ୍ୟପାଳ ସଂକ୍ରମିତ

ନୂଆଦିଲ୍ଲୀ, ୧।୫(ପି.ଟି.): ଦିଲ୍ଲୀ ଉପରାଜ୍ୟପାଳ (ଏଲ୍‌ଜି) ଅନିଲ ବୈଜାଲ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ନିଜ ବାସଭବନରେ ଆଇସୋଲେଶନରେ ରହିଥିବାବେଳେ ଦିଲ୍ଲୀ ସ୍ଥିତି ଉପରେ...

ଆସାମ ବନ୍ୟା ପୀଡିତଙ୍କୁ ୨ କୋଟି ଟଙ୍କା ଦେଲେ ଅକ୍ଷୟ

ମୁମ୍ବାଇ,୧୮।୭: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଥରେ ଦେଖିବାକୁ ମିଳିଛି। ଆସାମ ବନ୍ୟା ପୀଡିତ ଓ କାଜିରଙ୍ଗା ନ୍ୟାସନାଲ ପାର୍କର ପୁନରୁଦ୍ଧାର...

ଯବାନଙ୍କୁ ଜାଳିଦେଲେ

ମୁମ୍ବାଇ, ୮ା୨: ଭାରତୀୟ ନୌସେନାର ଜଣେ ଯବାନଙ୍କୁ ମୁମ୍ବାଇର ପାଲଘର ଜିଲାରେ କେତେଜଣ ଦୁର୍ବୃତ୍ତ ଜିଅନ୍ତା ଜାଳିଦେଇଛନ୍ତି। ମୃତକ ହେଲେ ଝାଡଖଣ୍ଡର ସୁରଜ କୁମାର ମିଥିଲେଶ...

ରାଷ୍ଟ୍ରରକ୍ଷା-ସୁରକ୍ଷା ନେଇ କେବେ ଆଶ୍ୱାସନା ଦେବେ ମୋଦି: ରାହୁଲ

ନୂଆଦିଲ୍ଲୀ, ୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଘେରିବା ଉଦ୍ୟମ କରାଯାଉଛି। ରବିବାର ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ପରେ ରବିବାର...

ଅହୋମ ମୈଦାନ ୟୁନେସ୍କୋ ବିଶ୍ୱ ଐତିହ୍ୟରେ ସାମିଲ କରିବାକୁ ପ୍ରସ୍ତାବ ପଠାଇବେ କେନ୍ଦ୍ର ସରକାର…

ଗୁଆହାଟୀ,୨୧।୧ : କେନ୍ଦ୍ର ସରକାର ଅହୋମ ସାମ୍ରାଜ୍ୟର ଚରାଇଦେବ ମୈଦାନକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମନୋନୀତ କରିବାକୁ ୟୁନେସ୍କୋକୁ ଏକ ପ୍ରସ୍ତାବ ପଠାଇବାକୁ କେନ୍ଦ୍ର...

କେନ୍ଦ୍ର ସରକାରଙ୍କୁ ସିଜେଆଇଙ୍କ କଟାକ୍ଷ, ବିଚାରାଧିନ ମାମଲାର ସଂଖ୍ୟା ବୃଦ୍ଧିର କାରଣ କମ୍‌ ନ୍ୟାୟିକ ନିଯୁକ୍ତି …

ନୂଆଦିଲ୍ଲୀ, ୧୬।୭ : ଭାରତର ପ୍ରଧାନ ବିଚାରପତି (ସିଜେଇ) ଏନ.ଭି ରମନା ନ୍ୟାୟପାଳିକାରେ ବହୁ ସଂଖ୍ୟକ ବିଚାରାଧୀନ ମାମଲା ପାଇଁ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି।...

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ

ନୂଆଦିଲ୍ଲୀ,୩।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ରାଜ୍ୟର ୧୮୨ ଆସନ ବିଶିଷ୍ଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ...

Advertisement
Archives

Model This Week