Posted inଜାତୀୟ

ବିବିସି ଡକ୍ୟୁମେଣ୍ଟାରୀ ବିରୋଧରେ ଅବସରପ୍ରାପ୍ତ ବିଚାରପତିଙ୍କ ସମେତ ୩୦୦ବୁଦ୍ଧିଜୀବୀ ଏକଜୁଟ…

ନୂଆଦିଲ୍ଲୀ,୨୧।୧ : ବିବିସିର ଇଣ୍ଡିଆ: ଦ ମୋଦି କୋଶ୍ଚିନ ଡକ୍ୟୁମେଣ୍ଟାରୀ ସିରିଜକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଅବସରପ୍ରାପ୍ତ ବିଚାରପତି, ଅବସରପ୍ରାପ୍ତ ଅମଲାତନ୍ତ୍ର ଏବଂ ଅବସରପ୍ରାପ୍ତ ସଶସ୍ତ୍ର ବାହିନୀର ଭେଟେରାନଙ୍କ ସମେତ ୩୦୦ ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ ଏକ ବିବୃତ୍ତିରେ ଦସ୍ତଖତ କରି ଭାରତ ତଥା ଏହାର ନେତାଙ୍କ ପ୍ରତି ପକ୍ଷପାତ ପ୍ରଦର୍ଶନ କରାଯାଇଥିବା କହି ଡକ୍ୟୁମେଣ୍ଟାରୀର ତଥ୍ୟକୁ ଖଣ୍ଡନ କରିଛନ୍ତି।

ସେମାନଙ୍କ ମଧ୍ୟରେ ୧୩ ଜଣ ଅବସରପ୍ରାପ୍ତ ବିଚାରପତି, ୧୩୩ ପୂର୍ବତନ ସରକାରୀ ଅଧିକାରୀ ଏବଂ ୧୫୬ ପୂର୍ବତନ ସୈନିକ ଅଛନ୍ତି।

ବିବୃତ୍ତିରେ କୁହାଯାଇଛି ଯେ ଆମେ ଏପର୍ଯ୍ୟନ୍ତ ଯାହା ଦେଖିଛୁ ତାହା ଉପରେ ଆଧାର କରି ବିବିସିର ସିରିଜ କେବଳ ବିଭ୍ରାନ୍ତିକର ରିପୋର୍ଟ ଉପରେ ଆଧାରିତ ନୁହେଁ ବରଂ ଏକ ସ୍ବାଧୀନ, ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଭାରତର ୭୫ ବର୍ଷ ପୁରୁଣା ଇତିହାସକୁ ମଧ୍ୟ ପ୍ରଶ୍ନ କରିଛି। ପୁଣି ଥରେ ବିବିସି ଭାରତ ପ୍ରତି ନକାରାତ୍ମକତା ଏବଂ ପକ୍ଷପାତିତା ଏକ ଡକ୍ୟୁମେଣ୍ଟାରୀ ଆକାରରେ ସାମ୍ନାକୁ ଆସିଛି।

ଜଣେ ଦେଶପ୍ରେମୀଙ୍କ ବିରୋଧରେ ଏହା ଏକ ଉଦ୍ଦେଶ୍ୟମୂଳ ଚାର୍ଜଶିଟ ବୋଲି ସେମାନେ କହିଛନ୍ତି।

ବିଶିଷ୍ଟ ଭାରତୀୟ କହିଛନ୍ତି ଯେ ଏହି ଡକ୍ୟୁମେଣ୍ଟାରୀ ହେଉଛି ଆମର ନେତା, ସାଥୀ ଭାରତୀୟ ତଥା ଦେଶପ୍ରେମୀ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର।ଆପଣ ଜଣେ ଭାରତୀୟ ଭାବରେ କାହାକୁ ଭୋଟ ଦେଇଥାନ୍ତୁ ନା କାହିଁକି, ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଆମ ଦେଶ, ଆମ ଦେଶର ପ୍ରଧାନମନ୍ତ୍ରୀ। ଆମେ କାହାକୁ ଜାଣିଶୁଣି ପକ୍ଷପାତିତା ଏବଂ ସେମାନଙ୍କ ବିରୁଦ୍ଧରେ ଖାଲି ଯୁକ୍ତି ଦେଖାଇବାକୁ ଅନୁମତି ଦେଇ ପାରିବୁ ନାହିଁ। ଦସ୍ତଖତକାରୀମାନେ ବିବିସି ଡକ୍ୟୁମେଣ୍ଟାରୀର ମୂଳ ଉତ୍ସ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ଏହାସହ କହିଛନ୍ତି ଯେ ଏହି ସବୁ ଅଭିଯୋଗକୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିରୁଦ୍ଧାଚରଣ। କେବଳ ବ୍ରିଟିଶ ଗଣମାଧ୍ୟମ ଏହା କରିଥିବାରୁ ଏହାକୁ ବିଶ୍ୱାସ କରାଯିବା ଉଚିତ କି?


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?