‘ଓଡ଼ିଶାରେ ଦୈନିକ ଚିହ୍ନଟ ହେବେ ୩୦ରୁ ୫୦ ହଜାର’

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ): ପୁଣି ଡରାଇଲାଣି କରୋନା। ବାହାର ଦେଶରେ ସଂକ୍ରମଣ ବଢୁଥିବା ବେଳେ ଦେଶରେ ମଧ୍ୟ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ପ୍ରଥମ ସପ୍ତାହରେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଜାନୁୟାରୀ ତୃତୀୟ ସପ୍ତାହ ସୁଦ୍ଧା ସଂକ୍ରମଣ ପିକ୍‌ରେ ପହଞ୍ଚତ୍ ପାରେ। ଓଡ଼ିଶାରେ ପାଖାପାଖି ୩୦ରୁ ୫୦ ହଜାର ଭିତରେ କେସ୍‌ ଲୋଡ୍‌ ରହିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି।

‘ଓମିକ୍ରନ’ ନିଶ୍ଚିତ ଭାବେ ଭାରତରେ ତୃତୀୟ ଲହର ଆଣିବ। ଏଥିରେ କୌଣସି ସନ୍ଦେହ ନାହିଁ। ଏହା ଯେଉଁ ଭଳି ସଂକ୍ରମଣ କରୁଛି ତାହା ଚିନ୍ତାଜନକ। ଦକ୍ଷିଣ ଆଫ୍ରିକା, ବ୍ରିଟେନ, ଡେନମାର୍କ ଓ ନରୱେରେ ଏହା କ୍ଷିପ୍ର ଗତିରେ ମାଡୁଛି। ଏହା ସମଗ୍ର ବିଶ୍ୱକୁ ବ୍ୟାପିବ। କେବଳ ଆମ ଦେଶ ନୁହେଁ। କେସ୍‌ ଲୋଡ୍‌ ବହୁତ ବଢ଼ିବ। କିନ୍ତୁ ଯାହା ବର୍ତ୍ତମାନ ସୁଦ୍ଧା ଜଣାପଡୁଛି, ସିଭିୟରିଟି ହେବ ନାହିଁ। ବିଦେଶ ଅନୁପାତରେ ଆମ ଦେଶରେ ଦୈନିକ ୨୦ରୁ ୨୫ ଲକ୍ଷ କେସ୍‌ ଆସିବ। ଯେଉଁମାନେ ଚିହ୍ନଟ ହେବେ ସମସ୍ତେ ଲକ୍ଷଣବିହୀନ ହିଁ ଚିହ୍ନଟ ହେବେ। ଯେଉଁମାନଙ୍କର ଇମ୍ୟୁନିଟି କମ୍‌ ରହିଛି ସେମାନଙ୍କ କ୍ଷେତ୍ରରେ ସିଭିୟରିଟି ବଢ଼ିବ। ଜାନୁୟାରୀରେ ସଂଖ୍ୟା ବଢ଼ିବା ଆରମ୍ଭ ହେବ। ପିକ୍‌ରେ ପହଞ୍ଚତ୍ବା ପାଇଁ ୩ରୁ ୪ ସପ୍ତାହ ଲାଗୁଛି। ତେଣୁ ଜାନୁୟାରୀ ତୃତୀୟ ସପ୍ତାହରେ ପିକ୍‌ ନେବା ସହ ଦୈନିକ ୩୦ରୁ ୫୦ ହଜାର ସଂକ୍ରମିତ ଚିହ୍ନଟ ହେବା ନେଇ ଆକଳନ କରାଯାଉଛି ବୋଲି ଡା. ନିରୋଜ ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

ଯୌତୁକ ପାଇଁ ନିର୍ଯ୍ୟାତନା ପରେ  ସ୍ତ୍ରୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ: ସ୍ବାମୀ ଗଲେ ଜେଲ 

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଶୁଣ୍ଡିପଲ୍ଲୀ ଗ୍ରାମର ବର୍ଷା ସିଂ(୨୦)ଙ୍କୁ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri