୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୬ ଗିରଫ

ଜୟପୁର, ୧୨ା୧୧ (ନି.ପ୍ର./ଡି.ଏନ.ଏ.)-ଜୟପୁର ସଦର ପୋଲିସ ଗୁରୁବାର ଏକ ଆନ୍ତଃ ରାଜ୍ୟ ଗଞ୍ଜେଇ ଚାଲାଣକାରୀ ର଼୍ୟାକେଟ୍‌ ଉପରେ ଚଢାଉ କରିଛି ା ମାମଲାରେ ବିହାର, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବିହାରର ସେନୁ କୁମାର (୧୮), ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ରାମ ମୁତ୍ତି କିର୍ଶାନି (୨୮), ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗ୍ରାମର ନରହରି ପୂଜାରୀ, ପାଞ୍ଜିଆଗୁଡାର ବିଶ୍ୱନାଥ ପରଜା (୩୯), ନନ୍ଦପୁରର ନରେନ୍ଦ୍ର ବଡନାୟକ (୩୨), ଜୟପୁର ସହର ସାମନ୍ତରା ସାହିର ଲକ୍ଷ୍ମୀକାନ୍ତ ମିଶ୍ର (୨୪)।
ଖବରରୁ ଜଣାପଡିଛି, ଏକ ଗଞ୍ଜେଇ ଚାଲାଣକାରୀ ର଼୍ୟାକେଟ୍‌ ଗଞ୍ଜେଇ ଚାଲାଣ କରୁଥିବା ଖବର ପାଇ ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ ସତୀ ନଦୀ ପାଖରେ ଟିମ୍‌ ସହ ଜଗି ରହିଥିଲେ। ଏକ କଳା ରଙ୍ଗର ହୋଣ୍ଡା ସିଟି କାରରେ ଚାଲାଣ ହେଉଥିବା ଗଞ୍ଜେଇକୁ କେତେକ ବାଇକ୍‌ ଆରୋହୀ ସୁରକ୍ଷା ଦେଇ ନେଉଥିବା ବେଳେ ପୋଲିସ ଚଢାଉ କରିଥିଲା। କୋରାପୁଟ ଜିଲା ଜଲାପୁଟରୁ ବିହାରକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା ା ଜବତ ଗଞ୍ଜେଇର ପରିମାଣ ୨କୁଇଣ୍ଟାଲ ୬୯ କେଜି ୫ ଶହ ଗ୍ରାମ ବୋଲି ଜଣାପଡିଛି। ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏଥିସହ ୬ଟି ମୋବାଇଲ, ନମ୍ବରବିହୀନ ହୋଣ୍ଡା ସିଟି କାର, ୩ଟି ବାଇକ୍‌ ଜବତ ହୋଇଛି। ୨୨୨/୨୦ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବର୍ଷ ପରେ ଜେଲରୁ ମୁକୁଳିଲେ ସାରଥି

କଟକ ଅଫିସ, ୨୫।୭: ସାରଥି ଓରଫ୍‌ ସନ୍ତୋଷ ରାଉଳ ଗୁରୁବାର ଜେଲରୁ ମୁକୁଳିଛନ୍ତି। ସମସ୍ତ ୩ଟି ଯାକ ମାମଲାର ଜାମିନ୍‌ ପାଇବା ପରେ କଟକ ଚୌଦ୍ୱାର...

୧୧ ନିୟୁତ ବେଆଇନ ଶରଣାର୍ଥୀଙ୍କୁ ନାଗରିକତ୍ୱ ମିଳିବ

ଓ୍ବାଶିଂଟନ, ୧୫ା୧୦:ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ୍‌ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ ଜନମତକୁ ପ୍ରଭାବିତ କରିବା ଲାଗି ଏକ ବଡ଼ ଘୋଷଣା କରିଛନ୍ତି।...

ଜଳ ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ: ଆଣ୍ଠୁଏ ପାଣିରେ ଯାତାୟାତ କରୁଛନ୍ତି ଛାତ୍ରୀଛାତ୍ର, ଶିକ୍ଷାବିତ୍‌

ନିରାକାରପୁର,୧୦ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ସରକାରୀ ଏକାଡେମୀ(ଉଚ୍ଚ ବିଦ୍ୟାଳୟ) ଏବେ ଜଳ ଘେର ମଧ୍ୟରେ ରହିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟିହୋଇଛି। ସୂଚନାଯୋଗ୍ୟ,...

ଅଧିକାରୀଙ୍କ ସୁରକ୍ଷାରେ ନକଲି ଶିକ୍ଷକ

ଯାଜପୁର ଅଫିସ,୧୯ା୫: ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ତାଲିକାଭୁକ୍ତ ପ୍ରାୟ ୪୦୦ ନକଲି ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେମାନେ...

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଗୁରୁତର

କଟକ ଅଫିସ,୮।୬: କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ରହିଛି। ଉନ୍ନତ ଚିକିତ୍ସା...

ଓଡ଼ିଶାରେ ୫୦୩ ଆର୍‌ଆଇ, ଅମିନ ପଦବୀ ଖାଲି

ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜ୍ୟରେ ଆର୍‌ଆଇ ଏବଂ ଅମିନ ପଦବୀ ଖାଲିପଡ଼ିଥିବା ନେଇ ବିଧାନସଭାରେ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।...

ଦିନକରେ କରୋନା ନେଲା ୬୪ ଜୀବନ

ଭୁବନେଶ୍ୱର,୧୬/୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୬୪ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୨୫ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ...

ଘରୋଇ ବିଦ୍ୟାଳୟ ଫି’ ପ୍ରସଙ୍ଗ: ରାସ୍ତାକୁ ଓହ୍ଲାଇଲା ଅଭିଭାବକ ମହାସଂଘ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): କରୋନା ପାଇଁ ଘରୋଇ ବିଦ୍ୟାଳୟଗୁଡ଼ିକ ରି-ଆଡ୍‌ମିଶନ ଫି, ପରିବହନ ଖର୍ଚ୍ଚ, ଇନ୍‌ଫ୍ରାଷ୍ଟ୍ରକ୍ଚର ଫି, କମ୍ପ୍ୟୁଟର ଫି, ଡେ’ ବୋର୍ଡିଙ୍ଗ୍‌ ଫି ଆଦି ୩ ମାସ...

Advertisement
Archives

Model This Week