ଗୌରୀଙ୍କୁ ହତ୍ୟା ଲାଗି ୩୦ ଲକ୍ଷର ଡିଲ୍‌

ରାୟଗଡ଼ା,୨।୭ (ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ଜିଲା ଗୁଣପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ର ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ ା ଏହି ଘଟଣା ସହିତ ଜଡ଼ିତ ରାଜେଶଙ୍କ ହତ୍ୟା ଘଟଣା ଉପରୁ ମଧ୍ୟ ହଟିଛି ପରଦା ା ଉଭୟ ହତ୍ୟାକାଣ୍ଡର ସମସ୍ତ ତଥ୍ୟ ରାୟଗଡ଼ା ପୋଲିସ ଶନିବାର ଖବରଦାତା ସମ୍ମିଳନୀରେ ଉପସ୍ଥାପନ କରିଛି ା ଜମି ବିବାଦରୁ ଗୌରୀ ମିଶ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଏସପି ବିବେକାନନ୍ଦ ଶର୍ମା ା ସୁପାରି କିଲର ଦ୍ୱାରା ଗୌରୀଙ୍କ ହତ୍ୟା କରାଯିବା ପରେ ସୁପାରି ଟଙ୍କା ବିବାଦରୁ ରାଜେଶଙ୍କୁ ହତ୍ୟା କରାଯାଇଥିବା ଏସପି ଶର୍ମା କହିଛନ୍ତି। ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୭ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଆଉ ୨ଜଣ ଫେରାର ଅଛନ୍ତି। ଖୁବ୍‌ଶୀଘ୍ର ଫେରାର ଅଭିଯୁକ୍ତ ଗଞ୍ଜାମ ଜିଲା ଛତ୍ରପୁରର କାହ୍ନା ପ୍ରଧାନ ଓ ଗଜପତି ଜିଲା ଆର.ଉଦୟଗିରିର ମୁନା ପ୍ରଧାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ସୂଚନା ଦେଇିଛନ୍ତି। ହତ୍ୟା ଘଟଣାରେ ବ୍ୟବହୃତ ୨ଟି ମାଉଜରକୁ ପୋଲିସ ଜବତ କରିଛି ା ସେହିଭଳି ଗୋଟିଏ ବାଇକ ମଧ୍ୟ ଜବତ ହୋଇଛି।
୨ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଆର୍‌. କ୍ରିଷ୍ଣା, ଏ. ଗୋବିନ୍ଦା, ଡି. ଭେଙ୍କଟ ରାଓ, ବି. ଆକାଶ କୁମାର, ଗୋବିନ୍ଦା, ବିନୋଦ ବାଉରି, କେ. ଅରୁଣ କୁମାର ଓରଫ ଚାଣ୍ଟି ଓ ମୁନା ପିଡ଼ିକାଙ୍କୁ ପୋଲସ ଗିରଫ କରିଛି। ତେବେ ଗୌରୀଙ୍କୁ ଗୁଳିକରି ହତ୍ୟା କରିଥିବା ଗୁଣପୁରର ସୁପାରି କିଲର ଭି.ରାଜେଶ ଓରଫ ରାଜାଙ୍କୁ ପ୍ରମାଣ ନଷ୍ଟ ପାଇଁ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଗତ ଜୁନ୍‌ ୧୯ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଆନନ୍ଦପୁରମ ନିକଟରେ ଥିବା ଏକ ଜଙ୍ଗଲରେ ହତ୍ୟାକରି ମାଟି ଖୋଳି ପୋତିଦେଇଥିବା ପୋଲିସ ସୂଚନା ଦେଇଛି।
ଘଟଣାରୁ ପ୍ରକାଶ ଯେ, ୨୦୦୯ରେ ୧୫ଲକ୍ଷ ଟଙ୍କାରେ ଗୁଣପୁର ସହରର ମୁଖ୍ୟ ସ୍ଥାନରେ ୨ ଏକର ୮୮.୫ ଡିସିମିଲ ଜମି କ୍ରୟକୁ ନେଇ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା ଏବଂ ଗୌରୀ ମିଶ୍ରଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ କ୍ରୟ ହୋଇଥିବା ଜମିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଗୌରୀଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ତାଙ୍କୁ ଜୀବନରୁ ମାରିଦେବାକୁ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା ଯୋଜନାକରି ଗୁଣପୁରର ସୁପାରି କିଲର ରାଜାଙ୍କ ସହ ୩୦ ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ। ଆଡଭାନ୍ସରେ ୧ ଲକ୍ଷ ଓ ହତ୍ୟା ପରେ ୧ ଲକ୍ଷ ୯୦ ହଜାର ଟଙ୍କା ରାଜାକୁ ଦେବା ପରେ ଆଉ ବାକି ଟଙ୍କା କ୍ରିଷ୍ଣା ଦେଇ ନ ଥିଲେ । ଏହାକୁ ନେଇ ଗୌରୀ ହତ୍ୟା ଘଟଣା ସମ୍ପର୍କରେ ଖୁଲାସା କରିଦେବା ନେଇ କ୍ରିଷ୍ଣାଙ୍କୁ ରାଜା ଧମକ ଦେଇଥିଲେ। ପୁଣି ରାଜାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନାକରି ଗତ ଜୁନ୍‌ ୧୯ରେ କ୍ରିଷ୍ଣା ଓ ଅନ୍ୟ ଅଭିଯୁକ୍ତମାନେ ରାଜାଙ୍କୁ ହତ୍ୟା କରିଥିଲେ ବୋଲି ପୋଲସ ସୂଚନା ଦେଇଛି। ଜିଲା ପୋଲିସ କାର୍ଯ୍ୟାଳୟ ଠାରେ ଏକ ଖବରଦାତା ସମ୍ମିଳନୀରେ ଏସପି ଶର୍ମାଙ୍କ ସମେତ ଅତିରିକ୍ତ ଏସପି ବିଷ୍ଣୁ ପାତ୍ର ସମସ୍ତ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri