ତାଇଓ୍ବାନ ଆକାଶ ମାର୍ଗରେ ୩୦ ଚାଇନା ବିମାନର ଅନୁପ୍ରବେଶ…

ତାଇପେ, ୩୧।୫ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଇୱାନକୁ ସମର୍ଥନ କରିବା ପରେ ଚାଇନା କ୍ରୋଧରେ ଲାଲ ହୋଇଯାଇଛି। ବାଇଡେନଙ୍କ ଘୋଷଣା ପରେ ଚାଇନାର ୩୦ଟି ଯୁଦ୍ଧ ବିମାନ ଏକାସାଙ୍ଗରେ ତାଇୱାନର ଆକାଶ ମାର୍ଗରେ ଅନୁପ୍ରବେଶ କରିଛି। ଚାଇନାର ଯୁଦ୍ଧ ବିମାନ ବିଷୟରେ ସୂଚନା ପାଇବା ମାତ୍ରେ ତାଇୱାନର ବାୟୁ ପ୍ରତିରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ତୁରନ୍ତ ଚେତାବନୀ ଦେବା ପାଇଁ ପାଟ୍ରୋଲିଂ ଯୁଦ୍ଧ ବିମାନ ପଠାଯାଇଥିଲା।

ତାଇୱାନ ମଧ୍ୟ ରେଡିଓ ମାଧ୍ୟମରେ ଚାଇନାର ପାଇଲଟମାନଙ୍କୁ ଚେତାବନୀ ଦେଇଥିଲା। ସେମାନଙ୍କୁ ନିଜ ଅଞ୍ଚଳରୁ ଦୂରେଇ ଯିବାକୁ ପାଇଲଟ ମାନଙ୍କୁ କୁହାଯାଇଥିଲା। ଏହା ପରେ, ତାଇୱାନର ବିମାନଗୁଡ଼ିକ ନିକଟତର ହେବା ଦେଖି ଚାଇନାର ଯୁଦ୍ଧ ବିମାନ ଆକାଶମାର୍ଗ ସୀମାରେ ପଳାଇଥିଲେ।

ତାଇୱାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ମେ ୩୦ରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି ବାୟୁସେନାର ୩୦ ଟି ଯୁଦ୍ଧ ବିମାନ ଦକ୍ଷିଣ ପଶ୍ଚିମ ବାୟୁ ପ୍ରତିରକ୍ଷା ଜୋନ୍‌ରେ ଅନୁପ୍ରବେଶ କରିଛି। ସେଥି ମଧ୍ୟରେ ୨ ଟି ଶାନସି କେଜେ-୫୦୦ ଏଡବ୍ଲ୍ୟୁଏସିଏସ୍‌ ବିମାନ, ୪ ଟି ଶାନସି ଓ୍ବାଇ-୮ ପରିବହନ ବିମାନ, ଗୋଟିଏ ଶାନସି ଓ୍ବାଇ-୮ ଆର୍ଲଟ ବିମାନ, ଗୋଟିଏ ଶାନସି ଓ୍ବାଇ-୮ ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ ବିମାନ, ୬ଟି ଜେ-୧୬ ଯୁଦ୍ଧ ବିମାନ, ୮ଟି ଜେ-୧୧ ଯୁଦ୍ଧ ବିମାନ , ୪ଟି ଜେ-୧୦ ଯୁଦ୍ଧ ବିମାନ, ୨ ସୁଖୋଇ ଏସୟୁ-୩୫ ଏବଂ ୨ ସୁଖୋଇ-୩୦ ଯୁଦ୍ଧ ବିମାନ ଥିଲା।

 

ବାଇଡେନ କହିଥିଲେ ଯେ ଯଦି ଚାଇନା ତାଇୱାନ ଉପରେ ଆକ୍ରମଣ କରେ ତେବେ ଆମେରିକା ସାମରିକ ହସ୍ତକ୍ଷେପ କରିବ। ତାଇୱାନ ଉପରେ ଆମେରିକା ରାଷ୍ଟ୍ରପତିଙ୍କ ବିବୃତ୍ତିକୁ ଚାଇନା ନିନ୍ଦା କରିଥିଲା। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ବାଇଡେନଙ୍କ ତାଇୱାନ ବିଷୟରେ ଦେଇଥିବା ବିବୃତ୍ତିକୁ ନିନ୍ଦା କରି କହିଥିଲେ ଯେ ଆମେ ଆମେରିକାର ମନ୍ତବ୍ୟକୁ ନିନ୍ଦା ଏବଂ ପ୍ରତ୍ୟାଖ୍ୟାନ କରୁଛୁ। ତାଇୱାନ ଚାଇନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ଚାଇନାର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏଥିରେ କୌଣସି ବିଦେଶୀ ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧକ୍କା ଖାଇବାରୁ…

ଭାରତ କଲା ଏମିତି ପାକିସ୍ତାନରେ ହାହାକାର! ହଠାତ୍‌ ସାରା ବିଶ୍ୱରେ ଚହଳ

ଇସଲାମବାଦ,୧୩।୬: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ପାକିସ୍ତାନର ଅନେକ ସ୍ଥାନରେ ସ୍ପଷ୍ଟ ହେବାରେ ଲାଗିଛି। ସାମ୍ପ୍ରତିକ ରିପୋର୍ଟରୁ…

ବେନିୟମ କରତକଳ ଉପରେ ଚଢ଼ାଉ, ଖସିଗଲେ ଅଭିଯୁକ୍ତ

ଭଞ୍ଜନଗର,୧୩ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଖଇରପଟି ଗ୍ରାମ ନିକଟରେ ଖୋଲାରେ ଚାଲୁଥିବା ଏକ ବେନିୟମ କରତକଳ ଉପରେ…

୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଧର୍ମଶାଳାରେ ଇତିହାସ ରଚି…

ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭…

‘ମୃତଦେହ’ର ଗୁପ୍ତାଙ୍ଗକୁ ନେଇ ବିବାଦୀୟ କଥା କହିବା ମେଡିକାଲ ଛାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଲା

ମୁମ୍ବାଇ,୧୩।୬: ପ୍ରଣୀତ ମୋରେଙ୍କ ଶୋ’ରେ ଉପସ୍ଥିତି ସମୟରେ MBBS ଛାତ୍ରୀ ସେଜଲ ପାୱାରଙ୍କ ଦ୍ୱାରା କରାଯାଇଥିବା ଏକ ବ୍ୟଙ୍ଗ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷ୍ଟାଣ୍ଡ-ଅପ କମେଡି…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

ଖୁସି ଖବର: ଖୁବ ଶୀଘ୍ର ଖୋଲିବ ହର୍ମୁଜ; ଇରାନ-ଆମେରିକା ଶାନ୍ତି ଚୁକ୍ତିରେ ଲାଗିଲା ମୋହର? ରିପୋର୍ଟରେ ନୂଆ ଦାବି

ତେହରାନ,୧୩।୬: ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ଏକ ଖୁସି ଖବର। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଦ୍ୱାରା ଭାରତ ସମେତ ଅନେକ ଦେଶରେ ଅଶୋଧିତ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri