୩ ମାସରେ ଆସିବ ୩ ଲହର: ଚାଇନାକୁ ଚେତାବନୀ…

ବେଜିଂ,୨୧।୧୨ : ଚାଇନାରେ କରୋନା ସଂକ୍ରମଣ କାୟା ବିସ୍ତାର କରୁଛି। ହଂକଂ ପୋଷ୍ଟର ଖବର ଅନୁଯାୟୀ ଚାଇନା ସରକାର କରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ନାହାନ୍ତି। କାରଣ ସାରା ଦେଶରେ ଜନ ବିରୋଧ ପରେ ସରକାର ଶୂନ-କୋଭିଡ ନୀତି ହଠାତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କରୋନା କାରଣରୁ ମୃତ୍ୟୁ ସଂଖ୍ୟା ଉପରେ ମଧ୍ୟ ଚାଇନା ସରକାର ତଥ୍ୟ ପ୍ରକାଶ ନେଇ ଚୁପ ଅଛନ୍ତି। ଏହା ସତ୍ତ୍ୱେ ଚାଇନାର ପ୍ରଶାସନିକ ଅଧିକାରୀମାନେ ଆସନ୍ତା ମାସରେ କରେନା ସଂକ୍ରମଣର ଲହର ବିଷୟରେ ଚେତାବନୀ ଦେଇଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ଦେଶରେ ୩ଟି ଲହର ଆସିବାର ଆଶଙ୍କା ନେଇ ସେମାନେ ସତର୍କ ସୂଚନା ଜାରି କରିଛନ୍ତି।

ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ମୁଖ୍ୟ ମହାମାରୀ ବିଶେଷଜ୍ଞ ୱୁ ଜୁନିୟୁ ବେଜିଂରେ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ବର୍ତ୍ତମାନର ସଂକ୍ରମଣ ଚଳିତ ଶୀତରେ ଏହାର ଶିଖରରେ ପହଞ୍ଚିବ ଏବଂ ତିନି ଲହର ଆସନ୍ତା ତିନିମାସ ପର୍ଯ୍ୟନ୍ତ ଦେଶରେ ଜାରି ରହିବ। ସରକାରୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଉଦ୍ଧୃତ କରି ହଂକଂ ପୋଷ୍ଟ ଏହି ଖବର ପ୍ରକାଶ କରିଛି।

ୱୁ ଜୁନିୟୁଙ୍କ ଅନୁଯାୟୀ, ପ୍ରଥମ ଲହର ବର୍ତ୍ତମାନ ଠାରୁ ଜାନୁୟାରୀ ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ଲହର ଖୁବ ଶୀଘ୍ର ଅଜାନୁଆରୀ ୨୧ ବେଳକୁ. ଆରମ୍ଭ ହୋଇପାରେ।

ରିପୋର୍ଟ ଅନୁଯାୟୀ, ୱୁ ଜୁନିୟୁ ପୂର୍ବାନୁମାନ କରିଛନ୍ତି ଯେ ଲୋକମାନେ ଛୁଟିରୁ କାମକୁ ଫେରିବା ପରେ ଫେବୃଆରୀ ଶେଷରୁ ମାର୍ଚ୍ଚ ମଧ୍ୟଭାଗରେ ଚାଇନା ଏକ ତୃତୀୟ ଲହରର ସମ୍ମୁଖୀନ ହେବ। ଜାନୁଆରୀ ୨୧ରେ ପଡୁଥିବା ଚନ୍ଦ୍ର ନବ ବର୍ଷ ଛୁଟି ପୂର୍ବରୁ ଲହର ଆରମ୍ଭ ହେବ ବୋଲି ଆଶା କରାଯାଉଛି, କାରଣ ଏହି ସମୟରେ ଅନେକ ଲୋକ ନିଜ ଛୁଟି ବିତାଇବାକୁ ଘରକୁ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri