Posted inଜାତୀୟ

ସୁଦାନରେ ଫସିଛନ୍ତି ୩ ହଜାର ଭାରତୀୟ

ଖାର୍ତୁମ/ନୂଆଦିଲ୍ଲୀ,୨୨।୪: ଉତ୍ତର-ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ସେନା ଜେନେରାଲ ଓ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ ମଧ୍ୟରେ ଶନିବାରଠାରୁ ଚାଲିଥିବା ସଂଘର୍ଷ ଗମ୍ଭୀର ସ୍ଥିତି ଉପୁଜାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ସୁଦାନର ସାମରିକ ସଂଘର୍ଷରେ ୪୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩,୫୦୦ ଆହତ ହୋଇଛନ୍ତି। ଦେଶରେ ସାମରିକ ଶାସନ ପାଇଁ ସୁରକ୍ଷା ବଳ ପ୍ରତିଶ୍ରୁତିବଦ୍ଧ ଥିବା ସେନା କମାଣ୍ଡର ଅବ୍‌ଦେଲ ଫତ୍ତାହ ଅଲ୍‌-ବୁର୍‌ହାନ୍‌ କହିଛନ୍ତି। ରାପିଡ୍‌ ସପୋର୍ଟ ଫୋର୍ସ (ଆର୍‌ଏସ୍‌ଏଫ୍‌) ସହିତ କୌଣସି ପ୍ରକାର ଆଲୋଚନା କରିବା ଆମତ୍ସମର୍ପଣ ସହ ସମାନ ବୋଲି କହିବା ସହ ଏପରି ସମ୍ଭାବନାକୁ ସେ ଏଡ଼ାଇଦେଇଛନ୍ତି। ଅନ୍ୟପକ୍ଷେ ଶୁକ୍ରବାର ସକାଳ ୬ଟାରୁ ୭୨ ଘଣ୍ଟିଆ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ ଥିବା ଅର୍ଦ୍ଧସାମରିକ ଆର୍‌ଏସ୍‌ଏଫ୍‌ କହିଛି। କିନ୍ତୁ ରାଜଧାନୀ ଖାର୍ତୁମ ଓ ଆଖପାଖ ଅଞ୍ଚଳରେ ଏବେ ବି ଗୁଳିଗୋଳାର ଶବ୍ଦ ଶୁଣିବାକୁ ମିଳୁଛି।
୨୦୧୯ରେ ସୁଦାନର ପୂର୍ବତନ ରାଷ୍ଟ୍ରପତି ଓମାର ଅଲ୍‌-ବଶିରଙ୍କ ଅମଳରେ ସରକାର ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ବିଦ୍ରୋହ ଯୋଗୁ ସାମରିକ ଅଧିକାରୀରୁ ରାଜନେତା ସାଜିଥିବା ଅଲ୍‌-ବଶିର ସରକାରଙ୍କ ପତନ ପରେ ଦୁର୍ନୀତି ମାମଲାରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ନାଗରିକ ଗଣତନ୍ତ୍ର ପ୍ରତିଷ୍ଠା ଉଦ୍ୟମ ହୋଇଥିଲା। ଏନେଇ ଚାଲିଥିବା ଅନ୍ତର୍ଜାତୀୟ ଉଦ୍ୟମ ବିଫଳ ହେବା ପରେ ଶନିବାରଠାରୁ ଆର୍‌ଏସ୍‌ଏଫ୍‌ ଏବଂ ସୁଦାନ ସେନା ମୁହଁାମୁହଁି ଅବସ୍ଥାରେ ରହିଛନ୍ତି। ସାମରିକ ସଂଘର୍ଷରେ ୪୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ଜୀବନ ଗଲାଣି। ଅନୂ୍ୟନ ୩,୫୦୦ ଜଣ ଆହତ ହୋଇଥିବା ଡବ୍ଲ୍ୟୁଏଚ୍‌ଓ ମୁଖପାତ୍ର ମାର୍ଗାରେଟ୍‌ ହାରିସ୍‌ ସୂଚନା ଦେଇଛନ୍ତି। ଜେନେଭାରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ମାର୍ଗାରେଟ୍‌ କହିଛନ୍ତି, ମୃତକଙ୍କ ମଧ୍ୟରୁ ୯ ଓ ଆହତଙ୍କ ଭିତରୁ ୫୦ ଜଣ ହେଉଛନ୍ତି ଶିଶୁ। ଇତିମଧ୍ୟରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସୁଦାନ ନିର୍ଦ୍ଦେଶକ ପିଏରେ ହୋନ୍ନୋରାଟ୍‌ ଚାଦ୍‌ରେ କହିଛନ୍ତି, ପଡ଼ୋଶୀ ଦେଶଗୁଡ଼ିକରୁ ଶରଣାର୍ଥୀମାନଙ୍କ ଆଗମନ ବଢ଼ୁଥିବାରୁ ସେମାନଙ୍କ ସଂଖ୍ୟା ୬ ଲକ୍ଷ ଟିପିଛି। ଏଥିଲାଗି ଅଧିକ ଅନ୍ତର୍ଜାତୀୟ ସହାୟତାର ଆବଶ୍ୟକତା ବଢ଼ିବାରେ ଲାଗିଛି। ବାସ୍ତବରେ ଏହା ଏକ ବଡ଼ ଚ୍ୟାଲେଞ୍ଜ। ସ୍ଥିତି ସଙ୍କଟପୂର୍ଣ୍ଣ ଥିବାରୁ ଅନେକ ଦେଶ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇ ନେବା ପାଇଁ ଉଦ୍ୟମ ଚଳାଇଛନ୍ତି। ସୁଦାନ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ପ୍ରତ୍ୟର୍ପଣ ପାଇଁ ତାଲିକା ପ୍ରସ୍ତୁତ କରୁଛି। ଚାଦ୍‌କୁ ପ୍ରାୟ ୨୦ ହଜାର ଲୋକ ପଳାୟନ କଲେଣି। ହିଂସା ପ୍ରଭାବିତ ସୁଦାନରେ ଫସିରହିଥିବା ୩,୦୦୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ସ୍ବଦେଶକୁ ଫେରାଇ ଆଣିବା ପାଇଁ ବିଭିନ୍ନ ରାଷ୍ଟ୍ର ସହ ଯୋଗାଯୋଗ କରାଯାଉଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କ ସହ ବିଗୁଡ଼ୁଥିବା ସ୍ଥିତି ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସେଠାରେ ଫସିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଆଣିବା ପାଇଁ ଏକ ଜରୁରୀ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ବୈଠକରେ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ, ସୁଦାନରେ ଭାରତୀୟ ରାଷ୍ଟ୍ରଦୂତ ରବୀନ୍ଦ୍ର ପ୍ରସାସ ଜୟସ୍ବାଲ ଓ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?