ବ୍ରାଉନସୁଗାର ବେପାରରେ ୩ ଛାତ୍ର

ଜୟପୁର,୨୦ା୯(ନି.ପ୍ର.): ଗେଟଗୁଡ଼ା ନିକଟସ୍ଥ ଆମ୍ବତୋଟାରେ ସୋମବାର ଜୟପୁର ଟାଉନ ଥାନା ପୋଲିସ ଚଢ଼ାଉକରି ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ପରିମାଣ ୨.୭୧ ଗ୍ରାମ।

ଏହି ମାମଲାରେ ୩ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ଜୟପୁର ସହରର ପାରାବେଢ଼ାର ଶିଶିର କୁମାର ବେହେରା (୨୩), କୁମ୍ଭାରସାହିର ଶୁଭମ ପଣ୍ଡା(୨୭), ପାରାବେଡ଼ା ଏଲ୍‌ଆଇସି କଲୋନିର ଶ୍ରୀହରି ବିଷୋୟୀ (୨୧) ା ଶିଶିର ଆଇଟିଆଇରେ ପଢୁଥିବା ବେଳେ ଶ୍ରୀହରି ଯୁକ୍ତ ୩ , ଶୁଭମ ପଣ୍ଡା ବିଟେକ୍‌ର ପଢୁଛନ୍ତି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୧ ହଜାର ଟଙ୍କା ହେବ ା ଏହାସହ ଅଭିଯୁକ୍ତଙ୍କଠାରୁ ୧୪ ଶହ ଟଙ୍କା, ୩ ଟି ମୋବାଇଲ ଫୋନ, ୨ଟି ବାଇକ ଜବତ ହୋଇଛି ା ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ତଦନ୍ତ ପରେ ଏହି ଘଟଣାର ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଗଛ ନାହିଁ, ୯ ଲକ୍ଷ ଟଙ୍କା ଚଳୁ

ମହାକାଳପଡ଼ା,  ୩।୯ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ରାସ୍ତାପାର୍ଶ୍ୱରେ ବୃକ୍ଷ...

ଗଞ୍ଜାମରେ ୭ ଘଣ୍ଟା ୧୪୪ ଧାରା

ଛତ୍ରପୁର,୩୧ା୧୨(ଡି.ଏନ.ଏ.)-ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲେ ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟ ସରକାର ଏଥିରେ କଟକଣା ଲଗାଇଛନ୍ତି।...

ଅନ୍ତର୍ଜାତୀୟ ପାରା ଆଥଲେଟ ରମେଶଙ୍କୁ ଡକ୍ଟରେଟ ଡିଗ୍ରୀ

ଛତ୍ରପୁର,୨୪।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ଗିଲଟିପେଟା ସାହିର ଆର୍ନ୍ତଜାତୀୟ ପାରା ଆଥଲେଟ ଭି.ରମେଶ ରାଓଙ୍କୁ ଜର୍ମାନୀର ପିସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି...

ମାଲକାନଗିରିରେ ବିଏସ୍‌ଏଫ୍‌ ଏଡିଜି

ମାଲକାନଗିରି,୧୯ା୩: ବିଏସ୍‌ଏଫ୍‌ ଏଡିଜି ଡ. ଏସ୍‌.ଏଲ୍‌. ଥାଓସେନ୍‌ ଶୁକ୍ରବାର ମାଲକାନଗିରି ଜିଲା ବଣ୍ଡାଘାଟିର ଅଣ୍ଡ୍ରାହାଲ ଓ ମୁଦୁଲିପଡା ବିଏସ୍‌ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ଏପରି କି...

ପକ୍ଷାଘାତରେ ପୀଡ଼ିତ:ଭତା, ଆବାସ ଯୋଜନାରୁ ବଁଚିତ ବିପିନ

  ସୋନପୁର,୧୦ା୮(ନି.ପ୍ର): ସୁବର୍ଣ୍ଣପୁର ଜିଲା ସଦର ବ୍ଲକ ରେଙ୍ଗାଲି ପଁଚେତ୍‌ ଅଧୀନ ବିଶାଲପାଲି ଗଁାର ବିପିନ ମହାକୁର(୪୬)। ୨ ବଛର ହେଲା ସେ ପକ୍ଷାଘାତ ରୋଗ୍‌ରେ...

କେନ୍ଦ୍ର, ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୧୨ା୩: ମୟୂରଭଞ୍ଜ ଜିଲା ବାଦାମପାହାଡ଼ରୁ ବେଆଇନ ଲୁହାପଥର ଉତ୍ତୋଳନ କରାଯିବା ଘଟଣାରେ ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ଶୁକ୍ରବାର...

କପିଳାସ ଚିଡ଼ିଆଖାନାର ନୂତନ ଅତିଥି ‘ହିରୋ’

ଢେଙ୍କାନାଳ ଅଫିସ, ୭ା୬-ସମ୍ବଲପୁର-ଦେବଗଡ଼ ଜିଲା ମଧ୍ୟବର୍ତ୍ତୀ ବାମରା ବନଖଣ୍ଡରୁ ଉଦ୍ଧାର ହୋଇଥିବା ହାତୀ ଶାବକ କପିଳାସ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରର ନୂତନ ସଦସ୍ୟ ପାଲଟିଛି। ଏକ...

କନ୍ଧରା ଜଙ୍ଗଲରୁ ୨ଶିକାରୀ ଗିରଫ

ଢେଙ୍କାନାଳ ଅଫିସ, ୨୪।୧: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ କନ୍ଧରା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ କମ୍ପାର୍ଟମେଣ୍ଟ ନଂ.୮ରୁ ରବିବାର ଭୋର୍‌ ସମୟରେ ୨ ଶିକାରୀଙ୍କୁ ବନ କର୍ମଚାରୀ...

Advertisement
Archives

Model This Week