ବରୀ,୩ା୪(ଡି.ଏନ.ଏ.): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ଭଅଁରା ପଞ୍ଚାୟତର ଜଣେ ବିଧବା ସଜନୀ କରଙ୍କୁ ତାଙ୍କ ୩ ପୁଅ ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏବେ ସଜନୀଙ୍କୁ ଯାଜପୁର ଜିଲା ମହିଳା ସହାୟତା କେନ୍ଦ୍ରରେ ରଖାଯାଇଛି। ପୁଅମାନେ ଅଣଦେଖା କରିବାରୁ ସଜନୀ ପୁତୁରାଙ୍କ ଘରେ ଆଶ୍ରୟ ନେଇଥିଲେ। ମାତ୍ର ପୁତୁରାଙ୍କ ପରିବାର ତାଙ୍କୁ ଦୀର୍ଘଦିନ ଧରି ରଖିବାକୁ ଅକ୍ଷମତା ପ୍ରକାଶ କରିବାରୁ ସେ ଅସହାୟ ହୋଇପଡ଼ିଥିବା ରବିବାର ପୋଲିସ ଆଗରେ ପ୍ରକାଶ କରିଛନ୍ତି।
ସଜନୀଙ୍କ ଚାରି ପୁଅ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି। ୩ ପୁଅ ବିଗତ ଦିନରେ ମା’ଙ୍କୁ ପାଖରେ ନ ରଖିବାରୁ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଥାନା ଅଧିକାରୀଙ୍କ ଉପସ୍ଥିତିରେ ୩ ପୁଅ ତାଙ୍କୁ ପାଳିକରି ୪ ମାସ ଲେଖା ରଖିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଘଟଣାର ଆପୋଷ ସମାଧାନ ହୋଇଥିଲା। ମାତ୍ର ୩ ପୁଅଙ୍କ ମଧ୍ୟରେ ତିକ୍ତତା ଯୋଗୁ ସଜନୀ ଅସହାୟ ହୋଇ ପଡ଼ିଥିଲେ। ଏକଥା ଜାଣିବା ପରେ ତାଙ୍କ ଝିଅ ଜିଲା ମହିଳା ସହାୟତା କେନ୍ଦ୍ରକୁ ଫୋନ୍ କରିଥିଲେ। ଖବର ପାଇ ଏହି କେନ୍ଦ୍ରର ନିବେଦିତା ଶରଣ, ରଞ୍ଜିତା ବାରିକ ପହଞ୍ଚତ୍ ସଜନୀଙ୍କୁ ଉଦ୍ଧାର କରିବା ପରେ ଥାନାକୁ ଆଣି ଥାନା ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ନିରାଶ୍ରୟ ସଜନୀ ଶନିବାର ରାତିରୁ ଖାଇ ନ ଥିବା ଥାନା ଅଧିକାରୀଙ୍କ ନିକଟରେ ପ୍ରକାଶ କରିଥିଲେ। ପରେ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ତାଙ୍କୁ ବିସ୍କୁଟ ଖାଇବାକୁ ଦେବା ସହ ତାଙ୍କ ଦୁଃଖ କଥା ଶୁଣି ଭାବବିହ୍ବଳ ହୋଇ ପଡ଼ିଥିଲେ। ଏ ସମ୍ପର୍କରେ ଥାନା ଅଧିକାରୀ ସ୍ବାଇଁଙ୍କୁ ପଚାରିବାରେ ସେ କହିଛନ୍ତି, ମହିଳା ସହାୟତା କେନ୍ଦ୍ର ତରଫରୁ ସଜନୀଙ୍କୁ ଥାନାକୁ ଅଣାଯାଇଥିଲା। ତାଙ୍କର ରହିବା ଖାଇବାର ଦାୟିତ୍ୱ ଉକ୍ତ କେନ୍ଦ୍ର ପକ୍ଷରୁ ନିଆଯିବାକୁ କୁହାଯିବାରୁ ସଜନୀଙ୍କୁ ତାଙ୍କ ଦାୟିତ୍ୱରେ ଛଡ଼ାଯାଇଛି। ମହିଳା ସହାୟତା କେନ୍ଦ୍ରର ମୁଖ୍ୟ ପରିଚାଳକ ନିବେଦିତା ଶରଣଙ୍କୁ ଫୋନଯୋଗେ ପଚାରିବାରେ ସେ କହିଛନ୍ତି, ଥାନା ମାଧ୍ୟମରେ ସଜନୀଙ୍କୁ ଆମେ ଦାୟିତ୍ୱରେ ଆଣିଛୁ। ତାଙ୍କର ସ୍ବାସ୍ଥ୍ୟ ବ୍ୟବସ୍ଥାଠାରୁ ଆରମ୍ଭ କରି ଖାଇବା ପିଇବା ଏବଂ ସମସ୍ତ ଦାୟିତ୍ୱ ବହନ କରାଯିବ।
Posted inHome, Home Left, ଆମ ଜିଲା ଖବର, ଯାଜପୁର View All
ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…
ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….
ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…
ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା
କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…
ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ
ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍ଟି ଏଲ୍ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…
ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ
ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…
ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି
ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…
ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…
ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…
ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

