ବରୀ,୩ା୪(ଡି.ଏନ.ଏ.): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ଭଅଁରା ପଞ୍ଚାୟତର ଜଣେ ବିଧବା ସଜନୀ କରଙ୍କୁ ତାଙ୍କ ୩ ପୁଅ ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏବେ ସଜନୀଙ୍କୁ ଯାଜପୁର ଜିଲା ମହିଳା ସହାୟତା କେନ୍ଦ୍ରରେ ରଖାଯାଇଛି। ପୁଅମାନେ ଅଣଦେଖା କରିବାରୁ ସଜନୀ ପୁତୁରାଙ୍କ ଘରେ ଆଶ୍ରୟ ନେଇଥିଲେ। ମାତ୍ର ପୁତୁରାଙ୍କ ପରିବାର ତାଙ୍କୁ ଦୀର୍ଘଦିନ ଧରି ରଖିବାକୁ ଅକ୍ଷମତା ପ୍ରକାଶ କରିବାରୁ ସେ ଅସହାୟ ହୋଇପଡ଼ିଥିବା ରବିବାର ପୋଲିସ ଆଗରେ ପ୍ରକାଶ କରିଛନ୍ତି।
ସଜନୀଙ୍କ ଚାରି ପୁଅ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି। ୩ ପୁଅ ବିଗତ ଦିନରେ ମା’ଙ୍କୁ ପାଖରେ ନ ରଖିବାରୁ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଥାନା ଅଧିକାରୀଙ୍କ ଉପସ୍ଥିତିରେ ୩ ପୁଅ ତାଙ୍କୁ ପାଳିକରି ୪ ମାସ ଲେଖା ରଖିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଘଟଣାର ଆପୋଷ ସମାଧାନ ହୋଇଥିଲା। ମାତ୍ର ୩ ପୁଅଙ୍କ ମଧ୍ୟରେ ତିକ୍ତତା ଯୋଗୁ ସଜନୀ ଅସହାୟ ହୋଇ ପଡ଼ିଥିଲେ। ଏକଥା ଜାଣିବା ପରେ ତାଙ୍କ ଝିଅ ଜିଲା ମହିଳା ସହାୟତା କେନ୍ଦ୍ରକୁ ଫୋନ୍ କରିଥିଲେ। ଖବର ପାଇ ଏହି କେନ୍ଦ୍ରର ନିବେଦିତା ଶରଣ, ରଞ୍ଜିତା ବାରିକ ପହଞ୍ଚତ୍ ସଜନୀଙ୍କୁ ଉଦ୍ଧାର କରିବା ପରେ ଥାନାକୁ ଆଣି ଥାନା ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ନିରାଶ୍ରୟ ସଜନୀ ଶନିବାର ରାତିରୁ ଖାଇ ନ ଥିବା ଥାନା ଅଧିକାରୀଙ୍କ ନିକଟରେ ପ୍ରକାଶ କରିଥିଲେ। ପରେ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ତାଙ୍କୁ ବିସ୍କୁଟ ଖାଇବାକୁ ଦେବା ସହ ତାଙ୍କ ଦୁଃଖ କଥା ଶୁଣି ଭାବବିହ୍ବଳ ହୋଇ ପଡ଼ିଥିଲେ। ଏ ସମ୍ପର୍କରେ ଥାନା ଅଧିକାରୀ ସ୍ବାଇଁଙ୍କୁ ପଚାରିବାରେ ସେ କହିଛନ୍ତି, ମହିଳା ସହାୟତା କେନ୍ଦ୍ର ତରଫରୁ ସଜନୀଙ୍କୁ ଥାନାକୁ ଅଣାଯାଇଥିଲା। ତାଙ୍କର ରହିବା ଖାଇବାର ଦାୟିତ୍ୱ ଉକ୍ତ କେନ୍ଦ୍ର ପକ୍ଷରୁ ନିଆଯିବାକୁ କୁହାଯିବାରୁ ସଜନୀଙ୍କୁ ତାଙ୍କ ଦାୟିତ୍ୱରେ ଛଡ଼ାଯାଇଛି। ମହିଳା ସହାୟତା କେନ୍ଦ୍ରର ମୁଖ୍ୟ ପରିଚାଳକ ନିବେଦିତା ଶରଣଙ୍କୁ ଫୋନଯୋଗେ ପଚାରିବାରେ ସେ କହିଛନ୍ତି, ଥାନା ମାଧ୍ୟମରେ ସଜନୀଙ୍କୁ ଆମେ ଦାୟିତ୍ୱରେ ଆଣିଛୁ। ତାଙ୍କର ସ୍ବାସ୍ଥ୍ୟ ବ୍ୟବସ୍ଥାଠାରୁ ଆରମ୍ଭ କରି ଖାଇବା ପିଇବା ଏବଂ ସମସ୍ତ ଦାୟିତ୍ୱ ବହନ କରାଯିବ।
Posted inଆମ ଜିଲା ଖବର, ଯାଜପୁର View All

ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ: ବାସିଖାଦ୍ୟ ଜବତ
ଅନୁଗୋଳ ଅଫିସ୍,୮।୧୦: ପାର୍ବଣ ସମୟରେ ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଥିବା ଜଳଖିଆ ଦୋକାନ ଏବଂ ହୋଟେଲ ଉପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି।...

ପାଣିରେ ଭାସୁଛି ପାଚିଲା ଧାନ
ରୂପ୍ସା,୯।୧୧(ଡି.ଏନ.ଏ.)-ସାମୁଦ୍ରିକ ବାତ୍ୟା ‘ବୁଲ୍ବୁଲ୍’ ପ୍ରଭାବରେ ବାଲେଶ୍ୱର ଜିଲା ୨ଦିନ ଧରି ଲାଗି ରହିଛି ଲଘୁଚାପଜନିତ ଲଗାଣବର୍ଷା। ଚାଷଜମି ସବୁ ଜଳମଗ୍ନ ହୋଇ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଇଛି।...

ପ୍ରଶାନ୍ତ ଜଗଦେବଙ୍କ ଜାମିନ ଖାରଜ
ଖୋର୍ଦ୍ଧା ଅଫିସ,୩୧ା୩: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନକୁ ଖାରଜ ହୋଇଯାଇଛି। ଏହି ଆବେଦନକୁ ବାଣପୁର ଆସିଷ୍ଟାଣ୍ଟ ସେସନ ଜଜ୍ ଖାରଜ କରିଦେଇଛନ୍ତି। ଲୋକ...

ପୂଜା ସ୍ପେସିଆଲ ଡ୍ରାଇଭ, ୫୨ ଜୁଆଡି ଗିରଫ
ଛତ୍ରପୁର, ୮ା୧୦(ଡି.ଏନ୍.ଏ.)- ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ପୋଲିସ ପକ୍ଷରୁ ଜୁଆ ଖେଳବେଳେ ଚଢ଼ାଉ କରାଯାଇଛି। ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏଙ୍କ ନିର୍ଦ୍ଦେଶ...

ନିଶା ସାପ ଧରିବା
ସୋନପୁର,୯।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଅଞ୍ଚଳର ପ୍ରମୋଦ ଦାଶିଆ(୪୦) ପେସାରେ ଜଣେ କନ୍ଷ୍ଟେବଲ। କିନ୍ତୁ ନିଶା ତାଙ୍କର ବିଷଧର ସାପକୁ ଉଦ୍ଧାର କରି...

ଅମ୍ଫନ୍ ମୁକାବିଲା ଲାଗି ଅଣ୍ଟା ଭିଡ଼ିଲା ଜିଲା ପ୍ରଶାସନ, ପ୍ରସ୍ତୁତି ସମୀକ୍ଷା କଲେ ଡିଜିପି
ବାଲେଶ୍ୱର ଅଫିସ,୧୮ା୫: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ପୂର୍ବାହ୍ନରେ ବାଲେଶ୍ୱର ଆଇଜିଙ୍କ ଅଫିସରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ଅମ୍ଫନ୍ର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି...

ଦୁଇ ଦିନରେ ୧୨ହଜାର ଛାତ୍ରୀଛାତ୍ର
ବ୍ରହ୍ମପୁର ଅଫିସ,୬ା୭-ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଯାଇଛି । ଗୁରୁବାର ରଥଯାତ୍ରା ଯୋଗୁ ସରକାରୀ କଲେଜଗୁଡ଼ିକ ଛୁଟି ଥିଲା। ଏଣୁ ନାମଲେଖା ବନ୍ଦ...

ବ୍ରହ୍ମପୁର ବିଧାୟକଙ୍କୁ ମିଳୁନି ମନ୍ତ୍ରୀ ପଦ
ବ୍ରହ୍ମପୁର ଅଫିସ,୩।୫: ଗଞ୍ଜାମ ଜିଲାର ୧୩ ନିର୍ବାଚନ ମଣ୍ଡଳୀ ମଧ୍ୟରେ ବ୍ରହ୍ମପୁରର ଗୁରୁତ୍ୱ ରହିଛି। ମହାନଗର ନିଗମର ସମୁଦାୟ ୪୨ ୱାର୍ଡରୁ ୩୬ ୱାର୍ଡକୁ ନେଇ...