Posted inଜାତୀୟ

ଭାରତରେ ପ୍ରତି ୪ରୁ ୩ଜଣଙ୍କଠାରେ ରହିଛି ଭିଟାମିନ୍‌-ଡି’ର ଅଭାବ: ବଡୋଦରାରେ ସର୍ବାଧିକ

ନୂଆଦିଲ୍ଲୀ,୩୦।୧: ଭିଟାମିନ୍‌-ଡି’ର ଅଭାବ ନେଇ ଭାରତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଭାରତର ୭୬ପ୍ରତିଶତ ଲୋକଙ୍କଠାରେ ଭିଟାମିନ-ଡି’ର ଅଭାବ ରହିଥିବା ଏକ ବିସ୍ତୁତ ଗବେଷଣାରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଭାରତର ପ୍ରାୟ ୨୭ଟି ସହରରେ ବାସ କରୁଥିବା ୨.୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ଟାଟା ଗ୍ରୁପ ଦ୍ୱାରା ଏହି ସର୍ଭେ କରାଯାଇଥିଲା। ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁସାରେ, ଭିଟାମିନ-ଡି’ ଅଭାବରୁ ପ୍ରଭାବିତ ଲୋକଙ୍କ ବୟସ ୨୫ ବର୍ଷ କିମ୍ବା ତା’ଠାରୁ କମ୍‌ ରହିଛି। ଏହି ସର୍ଭେରେ ୭୯ପ୍ରତିଶତ ପୁରୁଷ ଏବଂ ପ୍ରାୟ ୭୫ ପ୍ରତିଶତ ମହିଳା ସାମିଲ ହୋଇଥିଲେ। ସୂଚନା ମୁତାବକ, ସୁରଟ ଏବଂ ବଡୋଦରାରେ ଭିଟାମିନ-ଡି’ର ଅଭାବ ଥିବା ଲୋକଙ୍କ ସଂଖ୍ୟା ଅଧିକ ବୋଲି ଗବେଷଣାରୁ ଜଣାପଡ଼ିଛି। ସୁରଟରେ ୮୮ପ୍ରତିଶତ ଏବଂ ବଡୋଦରାରେ ୮୯ପ୍ରତିଶତ ଲୋକ ଏହ ଭିଟାମିନ୍‌ ଅଭାବରେ ପୀଡ଼ିତ। ଏତଦ୍‌ ବ୍ୟତୀତ ଦିଲ୍ଲୀ-ଏନ୍‌ସିଆରର ୭୨ପ୍ରତିଶତ ଲୋକ ଏହି ଭିଟାମିନ୍‌ରେ ଅଭାବ ଦେଇ ଗତିକରୁଛନ୍ତି। ଏହି ଭିଟାମିନର ଅଭାବ ସବୁଠାରୁ ଅଧିକ ଯୁବପିଢ଼ିଙ୍କଠାରେ ଅଧିକ ଦେଖାଦେଇଛି। ୨୫ବର୍ଷ ପର୍ଯ୍ୟନ୍ତ ୮୪ପ୍ରତିଶତ ଯୁବକମାନଙ୍କଠାରେ ଭିଟାମିନ-ଡି’ ଅଭାବ ଦେଖିବାକୁ ମିଳିଛି। ଗବେଷଣାରେ ୨୫-୪୦ ବୟସ ବର୍ଗର ୮୧ ପ୍ରତିଶତ ଲୋକଙ୍କ ମଧ୍ୟରେ ଏଭଳି ପରିସ୍ଥିତି ଦେଖାଯାଇଥିଲା। ସର୍ଭେ ଅନୁଯାୟୀ ଏହା ସାମ୍ନାକୁ ଆସିଛି ଯେ, କୋଭିଡ ସଂକ୍ରମଣ ଯୋଗୁ ହୋଇଥିବା ଲକ୍‌ଡାଉନରେ ଭିଟାମିନ-ଡି’ର ଅଭାବ ଆହୁରି ବୃଦ୍ଧି ପାଇଛି। ଏଥିସହିତ ବିଶେଷଜ୍ଞମାନେ କହିଛନ୍ତି, ଲୋକଙ୍କ ଶରୀରରେ ଭିଟାମିନ-ଡି’ ଅଭାବର କାରଣ ହେଉଛି ଲକ୍‌ଡାଉନ ସହିତ ପ୍ରଦୂଷଣ ଏବଂ ଖାଦ୍ୟରେ ଜଙ୍କ ଫୁଡ ଅନ୍ତର୍ଭୂକ୍ତ ରହିବା। କାରଣ ଅଧିକାଂଶ ଯୁବକ ପୁଷ୍ଟିକର ଖାଦ୍ୟ ଖାଉ ନାହାନ୍ତି ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?