Posted inଜାତୀୟ

ଭାରତରେ ପ୍ରତି ୪ରୁ ୩ଜଣଙ୍କଠାରେ ରହିଛି ଭିଟାମିନ୍‌-ଡି’ର ଅଭାବ: ବଡୋଦରାରେ ସର୍ବାଧିକ

ନୂଆଦିଲ୍ଲୀ,୩୦।୧: ଭିଟାମିନ୍‌-ଡି’ର ଅଭାବ ନେଇ ଭାରତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଭାରତର ୭୬ପ୍ରତିଶତ ଲୋକଙ୍କଠାରେ ଭିଟାମିନ-ଡି’ର ଅଭାବ ରହିଥିବା ଏକ ବିସ୍ତୁତ ଗବେଷଣାରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଭାରତର ପ୍ରାୟ ୨୭ଟି ସହରରେ ବାସ କରୁଥିବା ୨.୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ଟାଟା ଗ୍ରୁପ ଦ୍ୱାରା ଏହି ସର୍ଭେ କରାଯାଇଥିଲା। ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁସାରେ, ଭିଟାମିନ-ଡି’ ଅଭାବରୁ ପ୍ରଭାବିତ ଲୋକଙ୍କ ବୟସ ୨୫ ବର୍ଷ କିମ୍ବା ତା’ଠାରୁ କମ୍‌ ରହିଛି। ଏହି ସର୍ଭେରେ ୭୯ପ୍ରତିଶତ ପୁରୁଷ ଏବଂ ପ୍ରାୟ ୭୫ ପ୍ରତିଶତ ମହିଳା ସାମିଲ ହୋଇଥିଲେ। ସୂଚନା ମୁତାବକ, ସୁରଟ ଏବଂ ବଡୋଦରାରେ ଭିଟାମିନ-ଡି’ର ଅଭାବ ଥିବା ଲୋକଙ୍କ ସଂଖ୍ୟା ଅଧିକ ବୋଲି ଗବେଷଣାରୁ ଜଣାପଡ଼ିଛି। ସୁରଟରେ ୮୮ପ୍ରତିଶତ ଏବଂ ବଡୋଦରାରେ ୮୯ପ୍ରତିଶତ ଲୋକ ଏହ ଭିଟାମିନ୍‌ ଅଭାବରେ ପୀଡ଼ିତ। ଏତଦ୍‌ ବ୍ୟତୀତ ଦିଲ୍ଲୀ-ଏନ୍‌ସିଆରର ୭୨ପ୍ରତିଶତ ଲୋକ ଏହି ଭିଟାମିନ୍‌ରେ ଅଭାବ ଦେଇ ଗତିକରୁଛନ୍ତି। ଏହି ଭିଟାମିନର ଅଭାବ ସବୁଠାରୁ ଅଧିକ ଯୁବପିଢ଼ିଙ୍କଠାରେ ଅଧିକ ଦେଖାଦେଇଛି। ୨୫ବର୍ଷ ପର୍ଯ୍ୟନ୍ତ ୮୪ପ୍ରତିଶତ ଯୁବକମାନଙ୍କଠାରେ ଭିଟାମିନ-ଡି’ ଅଭାବ ଦେଖିବାକୁ ମିଳିଛି। ଗବେଷଣାରେ ୨୫-୪୦ ବୟସ ବର୍ଗର ୮୧ ପ୍ରତିଶତ ଲୋକଙ୍କ ମଧ୍ୟରେ ଏଭଳି ପରିସ୍ଥିତି ଦେଖାଯାଇଥିଲା। ସର୍ଭେ ଅନୁଯାୟୀ ଏହା ସାମ୍ନାକୁ ଆସିଛି ଯେ, କୋଭିଡ ସଂକ୍ରମଣ ଯୋଗୁ ହୋଇଥିବା ଲକ୍‌ଡାଉନରେ ଭିଟାମିନ-ଡି’ର ଅଭାବ ଆହୁରି ବୃଦ୍ଧି ପାଇଛି। ଏଥିସହିତ ବିଶେଷଜ୍ଞମାନେ କହିଛନ୍ତି, ଲୋକଙ୍କ ଶରୀରରେ ଭିଟାମିନ-ଡି’ ଅଭାବର କାରଣ ହେଉଛି ଲକ୍‌ଡାଉନ ସହିତ ପ୍ରଦୂଷଣ ଏବଂ ଖାଦ୍ୟରେ ଜଙ୍କ ଫୁଡ ଅନ୍ତର୍ଭୂକ୍ତ ରହିବା। କାରଣ ଅଧିକାଂଶ ଯୁବକ ପୁଷ୍ଟିକର ଖାଦ୍ୟ ଖାଉ ନାହାନ୍ତି ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri