ଇମ୍ରାନ୍‌ଙ୍କ ପାଇଁ ୩ ବିକଳ୍ପ…

ଇସଲାମାବାଦ୍‌, ୨।୪ : ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମନ୍ତବ୍ୟ ପ୍ରଥମ ଥର ପାଇଁ ପାକିସ୍ତାନର ଜଣେ ଶାସକ ନେତାଙ୍କ ଦ୍ୱାରା ଏଷ୍ଟାବ୍ଲିସମେଣ୍ଟକୁ ସିଧାସଳଖ ରାଜନୈତିକ ବିବାଦ ଭିତରକୁ ଟାଣି ନେଇଛି। ପାକିସ୍ତାନରେ ପ୍ରକୃତ ଶକ୍ତି ’ଡିପ୍‌ ଷ୍ଟେଟ’ ହାତରେ ଅଛି, ଯାହାକୁ ’ଏଷ୍ଟାବ୍ଲିସମେଣ୍ଟ’ ମଧ୍ୟ କୁହାଯାଏ। ଏହା ମୁଖ୍ୟତଃ ସେନା ଏବଂ ଗୁପ୍ତଚର ବ୍ୟବସ୍ଥା ଦ୍ୱାରା ପରିଚାଳିତ ହୋଇଥାଏ। ବିଶେଷଜ୍ଞମାନଙ୍କ ଅନୁସାରେ ପାକିସ୍ତାନରେ ଯିଏ ସରକାରରେ ରହିଥାନ୍ତି ସେ ଏବଂ ତାଙ୍କ ରାଜନୈତି ଦଳ ପ୍ରକୃତ ପକ୍ଷେ ଏଷ୍ଟାବ୍ଲିସମେଣ୍ଟ ହାତରେ ଏକ କଣ୍ଢେଇ ସାଜିଥାନ୍ତି। କିନ୍ତୁ ଏହା ପରଦା ପଛରେ ରହିଥାଏ।

ଇମ୍ରାନ ଟିଭି ସାକ୍ଷାତକାରରେ ଏହା କହିଛନ୍ତି ଯେ ତାଙ୍କ ସରକାର ବିରୋଧରେ ଉପସ୍ଥାପିତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଆଭିମୁଖ୍ୟରେ ଏଷ୍ଟାବ୍ଲିସମେଣ୍ଟ ତାଙ୍କ ଆଗରେ ତିନୋଟି ବିକଳ୍ପ ରଖିଛି। ତାଙ୍କୁ ଅବିଶ୍ୱାସ ପ୍ରସ୍ତାବର ମୁକାବିଲା କରିବା, ପୁଣି ନିର୍ବାଚନ କରାଇବା କିମ୍ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଛାଡିବା ଆଦି ୩ ବିକଳ୍ପ ତାଙ୍କୁ ଦିଆଯାଇଛି।

ତେବେ ଇମ୍ରାନ୍‌ କହିଛନ୍ତି ଯେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବର ମୁକାବିଲା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ’ମୁଁ ତାଙ୍କୁ କହିଥିଲି ଯେ ଶୀଘ୍ର ନିର୍ବାଚନ ହେଉଛି ସର୍ବୋତ୍ତମ ବିକଳ୍ପ। ମୁଁ ଇସ୍ତଫା ଦେବା ବିଷୟରେ ମଧ୍ୟ ଚିନ୍ତା କରିପାରିବି ନାହିଁ ।

ଅବିଶ୍ୱାସ ପ୍ରସ୍ତାବର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଯୁଦ୍ଧ କରିବି, ଯାହାଦ୍ୱାରା ଲୋକମାନେ ଦେଖିପାରିବେ ଯେ କେତେକ ନେତା କିପରି ନିଜର ବିଶ୍ୱସ୍ତତାର ବେପାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri