କଟକ ଅଫିସ,୧୨ା୨- ଚିଲିକା ମଙ୍ଗଳାଯୋଡିରେ ମୋଟର ଚାଳିତ ଡଙ୍ଗା ଚାଲିବା ଘଟଣାର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ)ର ୩ ଅଧିକାରୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ସିଡ଼ିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ, ଚିଲିକା ବନଖଣ୍ଡ ଅଧିକାରୀ ଶରତ ମିଶ୍ର ଓ ଜିଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ସାହୁ ଭର୍ଚୁଆଲ୍ରେ ହାଜର ହୋଇ ମଙ୍ଗଳାଯୋଡିରେ ମୋଟର ଚାଳିତ ଡଙ୍ଗା ଚାଲୁଥିବା ଘଟଣାକୁ ସ୍ବୀକାର କରିଥିଲେ। ଯେଉଁମାନଙ୍କୁ ଲାଇସେନ୍ସ ଦିଆଯାଇଛି ସେମାନେ ମଙ୍ଗଳାଯୋଡି ଅତିକ୍ରମ କରିବାବେଳେ ମୋଟରର ବ୍ୟବହାର କରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଥିବା ସେମାନେ ଅଦାଲତଙ୍କୁ ଅବଗତ କରାଇଥିଲେ। ସେହିପରି ବିଦେଶାଗତ ପକ୍ଷୀଙ୍କ ଆଗମନ ସମୟରେ ମଙ୍ଗଳାଯୋଡି ଅଞ୍ଚଳରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ନ ହେବା ପାଇଁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥାଏ ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ବିଚାରପତି ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଆସନ୍ତା ୩ ଦିନ ମଧ୍ୟରେ ମଙ୍ଗଳାଯୋଡିର ମତ୍ସ୍ୟଜୀବୀଙ୍କ ସହ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସୁଦ୍ଧା ସିଡିଏ କର୍ତ୍ତୃପକ୍ଷ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବେ। ତେବେ ଶୁକ୍ରବାର ଶୁଣାଣିବେଳେ ଏହି ଅଞ୍ଚଳର ମତ୍ସ୍ୟଜୀବୀ ପ୍ରଦୀପ ବେହେରା ଓ ନାବାସ ବେହେରା ପକ୍ଷଭୁକ୍ତ ହୋଇ କେବଳ ମଙ୍ଗଳାଯୋଡି ନୁହେଁ ଚିଲିକାର ନଳବଣ ପକ୍ଷୀବିହାରରେ ମଧ୍ୟ ଏହି ମୋଟର ଚାଳିତ ଡଙ୍ଗାର ବ୍ୟବହାର ଉପରେ କଟକଣା ଲାଗୁ ପାଇଁ ଅଦାଲତଙ୍କୁ ନିବେଦନ କରିଥିଲେ। ଅଦାଲତ ଏହାକୁ ଗ୍ରହଣ କରି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Posted inHome Left, ଆମ ଜିଲା ଖବର, କଟକ View All
ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ମାତ୍ର ୯୦ଟି ଅଭିଯୋଗରେ ସୀମିତ, ପ୍ରଚାର ଅଭାବ ନା ସମାଧାନ ଉପରୁ ତୁଟିଲାଣି ଭରସା
ଥୁଆମୂଳ ରାମପୁର, ୧୬।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ତଥା ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ବୈଠକ ସଭା ଗୃହ ଠାରେ ସୋମବାର…
ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂ ସମ୍ବର୍ଦ୍ଧିତ: ସମାଜ ପ୍ରତି ଅବଦାନକୁ ପ୍ରଶଂସା
ମହାକାଳପଡ଼ା,୧୬।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀସ୍ଥିତ ପ୍ରେମଚାନ୍ଦ ବିଦ୍ୟାପୀଠର ପ୍ରାକ୍ତନ ଛାତ୍ର ତଥା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସୁନ୍ଦର…
ଅମିତାଭ, ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ, ଦିଆଗଲା ଏଭଳି ଚେତାବନୀ
ମୁମ୍ବାଇ,୧୬ା୧୧: ଗ୍ୟାଙ୍ଗଷ୍ଟର ଗୋଲ୍ଡି ଧିଲୋନ୍ଙ୍କଠାରୁ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ଦିଲ୍ଲୀ ପୋଲିସ ଗୋଲ୍ଡି ଗ୍ୟାଙ୍ଗ୍ର ୨ ସଦସ୍ୟ…
ପୁଣି ବାତ୍ୟା ଆଶଙ୍କା: ଅଞ୍ଚଳବାସୀଙ୍କ ବଢିଲା ଚିନ୍ତା
ଭଞ୍ଜନଗର, ୧୬।୧୧ (ବାବୁଲା ପ୍ରଧାନ): ଗତ ଅକ୍ଟୋବର ୨୮ ଓ ୨୯ ତାରିଖରେ ଗଞ୍ଜାମ ଜିଲାରେ ସଂଘଟିତ ଭୟାବହ ବନ୍ୟାରୁ ଭଞ୍ଜନଗର ଜଳସମ୍ପଦ ବିଭାଗ କିଛି ଶିକ୍ଷା…
ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମାଙ୍କୁ ‘ବିଜୟ ଦ୍ୱିବେଦୀ ସ୍ମୃତି ସମ୍ମାନ’
ରିଷିଡା,୧୬।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବରିଷ୍ଠ ସାମ୍ବାଦିକ, ତଥା ସାହିତି୍ୟକ ନରୋତ୍ତମ ସେଲମାଙ୍କୁ ମର୍ଯ୍ୟାଦାଜନକ ‘ବିଜୟ ଦ୍ୱିବେଦୀ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି। କେସିଙ୍ଗାଠାରେ…
ଶିକ୍ଷକ ନିଯୁକ୍ତି ଦାବି: ସମାଧାନ ନ ହେଲେ ସ୍କୁଲରେ ତାଲା ପକାଇବାକୁ ଗ୍ରାମବାସୀଙ୍କ ଚେତାବନୀ
ଗୁଡାରି, ୧୬।୧୧ (ପ୍ରମୋଦ କୁମାର ପତି): ଗୋଟିଏ ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା। ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢ଼ା…
ସଂସଦ ଭବନରେ ଗୁଞ୍ଜିଲା କଳାହାଣ୍ଡିର ଢାପ ନୃତ୍ୟ: କଳାକାରଙ୍କଠୁ ରାମକାଠି ନେଇ ବଜାଇଲେ ମୋଦି
ଭବାନୀପାଟଣା,୧୬।୧୧(ଉତ୍ତମ କୁମାର ଦାଶ): ଦିଲ୍ଲୀ ସଂସଦ ଭବନରେ ଜାତୀୟ ମଞ୍ଚରେ ଝଲସିଲା କଳାହାଣ୍ଡିର ପାରମ୍ପରିକ ଢାପ ନୃତ୍ୟ। ଜନଜାତୀୟ ଗୌରବ ଦିବସ ଅବସରରେ ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନର…
ଯେଉଁଠି ପ୍ରଥମେ ଭେଟିଥିଲେ ସୋନିଆ-ରାଜୀବ, ସେହି ରେଷ୍ଟୁରାଣ୍ଟକୁ ଗର୍ଲଫ୍ରେଣ୍ଡଙ୍କ ସହ ଯାଇଥିଲେ ରାହୁଲ! ନିଜେ କଲେ ଖୁଲାସା
ନୂଆଦିଲ୍ଲୀ,୧୬।୧୧: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ ଲଭ’ର ଉନ୍ମୋଚନ ଅବସରରେ ପରିବାର ସହ ଜଡ଼ିତ…

