Posted inଖେଳ

ଭାରତୀୟ ଦଳରେ ୩ ଓଡ଼ିଆ

ଭୁବନେଶ୍ୱର, ୨୩ା୬ (ସରୋଜ ଜେନା): ଦୃଷ୍ଟିବାଧିତ ଆଇବିଏସ୍‌ଏ ବିଶ୍ୱ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଗୁରୁବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ସଂଘ(କାବି)। ଅନ୍ତର୍ଜାତୀୟ ଦୃଷ୍ଟିବାଧିତ କ୍ରୀଡା ମହାସଂଘ(ଆଇବିଏସ୍‌ଏ) ପକ୍ଷରୁ ଓ୍ବାଲର୍‌ଡ ଗେମ୍ସ ୨୦୨୩ ଆୟୋଜିତ ହେବ। ୧୮ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଦୃଷ୍ଟିବାଧିତ କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାରୁ ୩ ଜଣ ଖେଳାଳି ମହମ୍ମଦ ଜାଫର୍‌ ଇକ୍‌ବାଲ, ନକୁଳ ବଡନାୟକ ଓ ପଙ୍କଜ ଭୁଏଙ୍କୁ ସାମିଲ କରାଯାଇଛି। ବି-୧ ଓ ବି-୨ ବର୍ଗରୁ ୬ ଜଣ ଲେଖାଏ ଖେଳାଳିଙ୍କୁ ଚୟନ କରାଯାଇଥିବା ବେଳେ ବି-୩ ବର୍ଗରୁ ୫ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସଦ୍ୟ ସମାପିତ ଟି୨୦ ବିଶ୍ୱକପ ବିଜୟୀ ହୋଇଥିଲା ଭାରତୀୟ ଦଳ। ସମାନ ଇଭେଣ୍ଟ ପାଇଁ ମହିଳା ଦଳ ମଧ୍ୟ ଘୋଷଣା କରାଯାଇଛି। ଟୁର୍ନାମେଣ୍ଟ ପୂର୍ବରୁ ଭାରତୀୟ ଦଳ ବେଙ୍ଗାଲୁରୁରେ ଏକ ଟ୍ରେନିଂ କ୍ୟାମ୍ପରେ ଭାଗନେବ।
ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ରହିଛି ବୋଲି କହିଛନ୍ତି କାବିର ସଭାପତି ମହନ୍ତେଶ ଜି. କିଭାଦାସାନ୍ନାଭାର। ବିଗତ କିଛି ବର୍ଷ ମଧ୍ୟରେ ଯେଉଁଭଳି ନୂତନ ପ୍ରତିଭା ସାମ୍ନାକୁ ଆସୁଛନ୍ତି ତାହା ଅତ୍ୟନ୍ତ ଖୁସିର ବିଷୟ। ଏହା ସହିତ ଅନେକ ପୂର୍ବତନ ଖେଳାଳି ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ସେ କହିଛନ୍ତି। ଏଭଳି ବୃହତ୍‌ ଟୁର୍ନାମେଣ୍ଟ ଦେଶରେ ଦୃଷ୍ଟିବାଧିତ କ୍ରିକେଟକୁ ଆଗକୁ ବଢିବାରେ ସହାୟକ ହେବ ବୋଲି କହିଛନ୍ତି କାଭିର ସାଧାରଣ ସମ୍ପାଦକ ତଥା ଚୟନ କମିଟି ମୁଖ୍ୟ ଜନ୍‌ ଡେଭିଡ୍‌। ଭାରତୀୟ ଦଳ: ବସପ୍ପା ଓ୍ବାଡାଗୋଲ, ମହମ୍ମଦ ଜାଫର ଇକବାଲ, ମହାରାଜା ଶିବାସୁବ୍ରମନିଆନ, ଓମ୍‌ପ୍ରକାଶ ପାଲ, ନରେଶ ଭାଇ ବାଲୁଭାଇ ତୁମଡା, ନୀଲେଶ ଯାଦବ(ବି-୧), ଅଜୟ କୁମାର ରେଡ୍ଡୀ ଇଲ୍ଲୁରୀ, ଭେଙ୍କଟେଶ୍ୱର ରାଓ ଡୁନ୍ନା, ପଙ୍କଜ ଭୁଏ, ରାମବୀର ସିଂ, ନକୁଳ ବଡନାୟକ, ଇର୍ଫାନ ଦିଓ୍ବାନ(ବି-୨), ପ୍ରକାଶ ଜୟରାମ୍ମାୟା, ସୁନୀଲ ରମେଶ, ଦୀପକ ମଲିକ, ଦୁର୍ଗା ରାଓ ଟୋମ୍ପାକି, ରବି ଅମିଟି (ବି-୩)।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ଚଢ଼ାଉ: ୧୯ ଦୋକାନୀ ନାଁରେ ମାମଲା ରୁଜୁ, ଜରିମାନା ଆଦାୟ

ରିଷିଡ଼ା ୨୩।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲାରେ ତମାଖୁ ନିୟନ୍ତ୍ରଣ ଆଇନକୁ କଡ଼ାକଡ଼ି କରିବା ପାଇଁ ଏକ ସ୍ପେଶାଲ…

୩ ଓଡ଼ିଆଙ୍କୁ ପଦ୍ମଶ୍ରୀ: ସାହିତ୍ୟ ଓ କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୬: ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ…

ଆକାଶଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): ତୁର୍କୀର ମରସିନ ଠାରେ ଅନୁଷ୍ଠିତ ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ୨ଟି ସ୍ୱର୍ଣ୍ଣ ଓ…

ସନ୍ତୋଷପୁରରେ ଭାଜପାର ମିଶ୍ରଣ ପର୍ବ, ୫୦ରୁ ଅଧିକ ମହିଳା ଓ ପୁରୁଷ …

ଛତ୍ରପୁର/ଗଞ୍ଜାମ,୨୩।୬( ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ର ଏକ ମିଶ୍ରଣ…

ବିଦ୍ୟାଳୟ ଅଛି ହେଲେ ଛାତ ନାହିଁ, ଶିକ୍ଷକ ଅଛନ୍ତି ହେଲେ ପାଠପଢ଼ା ନାହିଁ: ନୂତନ ଗୃହ ନିର୍ମାଣରେ ମଧ୍ୟ ବ୍ୟାପକ ଅନିୟମିତତା

ଥୁଆମୂଳ ରାମପୁର, ୨୩।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତ ଅଧୀନ ତୁମୋନୀଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ…

ଭାରତୀୟ ଦଳରେ ସ୍ଥାନ ପାଇଲେ ଏହି ଉଦୀୟମାନ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୬: ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ଆଘାତପ୍ରାପ୍ତ ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କ ସ୍ଥାନରେ ଉଦୀୟମାନ ଖେଳାଳି ସୂର୍ଯ୍ୟାଂଶ ଶେଡ୍‌ଗେଙ୍କୁ ଭାରତୀୟ…

ଗଞ୍ଜାମ ଗ୍ରାସିମ୍‌କୁ ‘କଳିଙ୍ଗ ସିଏସଆର ଏବଂ ଇଏସଜି ଉତ୍କର୍ଷ ଜାତୀୟ ପୁରସ୍କାର-୨୦୨୫’

ଗଞ୍ଜାମ, ୨୩।୬ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଅବସ୍ଥିତ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍‌କୁ ସାମାଜିକ ଦାୟିତ୍ୱବୋଧ ଏବଂ ପରିବେଶ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…

ମୃତ୍ୟୁ ପରେ ସାରା ଜୀବନ ପାଇଁ ଅମର ହୋଇଗଲେ ହରେକୃଷ୍ଣ ରାଉତ

ରାଜନଗର, ୨୨।୬( ଭାସ୍କର ରାଉତରାୟ) : ରାଜନଗର ବ୍ଲକ ଅନ୍ତର୍ଗତ ବାଲିସାହି ପାଟଣା ପଞ୍ଚାୟତର ଧାନଦିଆ ଗ୍ରାମର ବାସିନ୍ଦା ହରେକୃଷ୍ଣ ରାଉତ ଏକ ଅଟୋ ଧକ୍କାରେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri