ପ୍ରାର୍ଥୀ ଦୌଡ଼ରେ ୩ ବିଧାୟକ

ଖୋର୍ଦ୍ଧା,୨୧ା୭ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଜିଲାର ସଦର ମହାକୁମା ହୋଇଥିବାରୁ ଏହି ଆସନ ଉପରେ ସମସ୍ତଙ୍କ ନଜର ରହିଥାଏ। ଖୋର୍ଦ୍ଧା ପୌରାଞ୍ଚଳ ଏବଂ ଖୋର୍ଦ୍ଧା ଓ ଟାଙ୍ଗି ବ୍ଲକକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଏଠାରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ରହିଛନ୍ତି। ୨୦୦୦ ମସିହାରୁ ଏହି ଆସନ ୨ଥର ସ୍ବାଧୀନ ଏବଂ ୩ଥର ବିଜେଡି ହାତରେ ରହିଆସିଛି। ଏଠାରେ ଭାଜପା ଏବଂ କଂଗ୍ରେସ ତୁଳନାରେ ବିଜେଡି ତୃଣମୂଳସ୍ତରରେ ଅଧିକ ସକ୍ରିୟ ରହିଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରି ବିଜୟୀ ହୋଇଥିଲେ। ଏପରି କି ଉଭୟ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ବ୍ଲକ ଅଧ୍ୟକ୍ଷ ରହିଛନ୍ତି। ଖୋର୍ଦ୍ଧା ପୌରାଞ୍ଚଳରେ ମଧ୍ୟ ବିଜେଡି ଅଧ୍ୟକ୍ଷା, ପୌରାଧ୍ୟକ୍ଷା ସମେତ ୨୨ ୱାର୍ଡରୁ ୧୯ଟି ବିଜେଡି ବିଜୟ ଲାଭ କରିଛି।
୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଗଲାଣି। ବିଧାୟକ ଟିକେଟ ଦୌଡ଼ରେ ୩ ବିଧାୟକ ଆଗ ଧାଡ଼ିରେ ରହିଛନ୍ତି। ଏଥିସହିତ ଶାସକ ଦଳରେ ଏକାଧିକ ପ୍ରାର୍ଥୀ ଆଶାୟୀ ରହିଥିବା ବେଳେ ଭାଜପାର ପ୍ରାର୍ଥତ୍ତ୍ୱ ନେଇ ଆଶଙ୍କା ରହିଛି। ଶାସକ ଦଳରୁ ଟିକେଟ ନ ମିଳିଲେ ଅସନ୍ତୁଷ୍ଟ ନେତା ଭାଜପାକୁ ଢଳିବା ସମ୍ଭାବନା ଅଧିକ ରହିଛି। ବିଜେଡିର ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏବେ ବିଧାୟକ ରହିଛନ୍ତି। ଜ୍ୟୋତିରୀନ୍ଦ୍ର ୨୦୦୦ରେ ସ୍ବାଧୀନ ଏବଂ ୨୦୦୪ରେ ବିଜେଡି ଆସନରୁ ବିଜୟ ଲାଭ କରିଥିଲେ। ଦଳରେ ତାଙ୍କର ବେଶ୍‌ ପ୍ରଭାବ ମଧ୍ୟ ରହିଛି। ଏବେ ପୁଣି ସେ ଟିକେଟ ଦୌଡ଼ରେ ରହିଥିବା କୁହାଯାଉଛି। ତେବେ ଜ୍ୟୋତିରୀନ୍ଦ୍ରଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ବୟସାଧିକ କାରଣରୁ ଆଗାମୀ ଟିକେଟ ମିଳିବା ସମ୍ଭାବନା କମ୍‌ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି। ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ମଧ୍ୟ ଖୋର୍ଦ୍ଧା ଆସନ ଦୌଡରେ ରହିଛନ୍ତି। ପୂର୍ବରୁ ଏହି ଆସନରେ ସେ ୨୦୦୯ରେ ସ୍ବାଧୀନ ଏବଂ ୨୦୧୪ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ। ବେଗୁନିଆ ବିଧାୟକ ସହ ଖୋର୍ଦ୍ଧା ଯୋଜନା କମିଟି ସଭାପତି ଦାୟିତ୍ୱରେ ମଧ୍ୟ ରହିଛନ୍ତି। ରାଜେନ୍ଦ୍ରଙ୍କ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଉପରେ ବେଶ୍‌ ଦଖଲ ରହିଛି। ସେ ଖୋର୍ଦ୍ଧା ବିଧାୟକ ଥିବା ବେଳେ ତାଙ୍କ ସ୍ତ୍ରୀ ସଞ୍ଜୁକ୍ତା ସାହୁ ୨ଥର ଖୋର୍ଦ୍ଧା ପୌରାଧ୍ୟକ୍ଷା ମଧ୍ୟ ରହିଥିଲେ। ୨୦୧୯ ନିର୍ବାଚନରେ ସେ ଦଳୀୟ ନିଷ୍ପତିକ୍ରମେ ବେଗୁନିଆ ଆସନରେ ଠିଆ ହୋଇ ବିଜୟୀ ମଧ୍ୟ ହୋଇଛନ୍ତି। ଏବେ ସେ ଖୋର୍ଦ୍ଧା ଆସନରୁ ଛିଡ଼ା ହେବା ଲାଗି ଆଶାୟୀ ଥିବା ତାଙ୍କ ସମର୍ଥକ ମହଲରେ ଜୋର୍‌ସୋର ଆଲୋଚନା ହେଉଛି। ଗତ କିଛି ଦିନ ହେଲା ସେ ଭୁବନେଶ୍ୱର ଶଙ୍ଖ ଭବନରେ ଦଳୀୟ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବା ସହ ଅନ୍ୟ ନିର୍ବାଚନମଣ୍ଡଳୀ ଉପରେ ଫୋକସ କରିବାକୁ ତାଙ୍କୁ ସିଗ୍‌ନାଲ ମିଳିଥିବା କୁହାଯାଉଛି।
ଅନ୍ୟପଟେ ବିଜେଡିରୁ ନିଲମ୍ବିତ ଚିିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ଏହି ଦୌଡରେ ରହିଛନ୍ତି। ନିଜର ଆଚାର ବ୍ୟବହାରକୁ ନେଇ ଚର୍ଚ୍ଚାରେ ରହିଥିବା ପ୍ରଶାନ୍ତ ପୂର୍ବରୁ ୨୦୧୪ରେ ବେଗୁନିଆରେ ବିଧାୟକ ରହିଥିଲେ। ପୂର୍ବରୁ ଦଳର ସଭାପତି ଏବଂ ଜିଲା ଯୋଜନା କମିଟି ସଭାପତି ମଧ୍ୟ ରହିଥିଲେ। ଏବେ ସେ ଖୋର୍ଦ୍ଧା ପାଇଁ ଆଶାୟୀ ରହିଛନ୍ତି। ବିଭିନ୍ନ ସଭା ସମିତିରେ ଜ୍ୟୋତିରୀନ୍ଦ୍ରଙ୍କ ସହ ତାଙ୍କୁ ଦେଖିବାକୁ ମିଳୁଛି। ନିକଟରେ ସେ ଉଭୟ ବ୍ଲକର ଯୁବ, ଛାତ୍ର ଏବଂ ବୁଦ୍ଧିଜୀବୀମାନଙ୍କୁ ନେଇ ଖୋର୍ଦ୍ଧା ଅଞ୍ଚଳର ବିକାଶ ପାଇଁ ଖୋର୍ଦ୍ଧା ବିକାଶ ପରିଷଦ ନାମକ ଏକ ସଙ୍ଗଠନ ମଧ୍ୟ ଗଢିଛନ୍ତି। ଦଳରୁ ନିଲମ୍ବିତ ହୋଇଥିଲେ ମଧ୍ୟ ଦଳରେ ଥିବା ଭଳି ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି। ବିଧାୟକ ପ୍ରାର୍ଥୀ ଦୌଡ଼ରେ ବିଜେଡି ରାଜ୍ୟ ମହିଳା ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର ମଧ୍ୟ ଅଛନ୍ତି। ପୂର୍ବରୁ ସେ ଜିଲା ପରିଷଦ ଅଧ୍ୟକ୍ଷା ରହିଥିଲେ। ଜିଲାର ଟାଣୁଆ ନାରୀ ନେତ୍ରୀ ଭାବେ ତାଙ୍କ ପରିଚିତି ରହିଛି। ଗତ ଦୁଇ ବର୍ଷ ହେବ ବିଭିନ୍ନ ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଯୋଗଦାନ କରିବା ସହ ଲୋକଙ୍କ ସହିତ ସମ୍ପର୍କ ଯୋଡିବାରେ ଲାଗିଛନ୍ତି। କୌଣସି ମହିଳା ଏହି ଆସନରୁ ବିଜୟ ଲାଭ କରିନାହାନ୍ତି। ତାଙ୍କ ସାଙ୍ଗଠନିକ ଦକ୍ଷତା ଆଧାରରେ ଦଳ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରିବ ବୋଲି ସେ ଆଶାବାଦୀ ରହିଛନ୍ତି।
ଅନ୍ୟପଟେ ଭାଜପାର ପ୍ରାର୍ଥିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଥିଲା। ଦଳର ଭୋଟ ହାର ବଢ଼ିଥିଲେ ମଧ୍ୟ ତୃଣମୂଳସ୍ତରରେ ଦଳୀୟ ସ୍ଥିତି ଦୁର୍ବଳ ଥିବା ଆଲୋଚନା ହେଉଛି। ଦଳରେ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ି ହାଟରେ ଗଡ଼ୁଛି। ମଣ୍ଡଳସ୍ତରରେ କର୍ମୀଙ୍କ ମଧ୍ୟରେ ସମନ୍ବୟ ଅଭାବ ଏବଂ ନେତୃତ୍ୱର ଅଭାବରୁ ଭାଜପା ସ୍ଥିତି ଏହି ନିର୍ବାଚନ ମଣ୍ଡଳୀରେ ବିଶେଷ ପ୍ରଭାବ ନ ଥିବା ପରି ମନେହୁଏ। ୨୦୧୯ ନିର୍ବାଚନରେ ଭାଜପାରୁ କାଳୁଚରଣ ଖଣ୍ଡାୟତରାୟ ୭୪,୫୧୦ ଖଣ୍ଡ ଭୋଟ ପାଇଥିବା ବେଳେ ଦଳର ଭୋଟ ହାର ୪୩ ପ୍ରତିଶତ ରହିଥିଲା। ବିଜେଡିର ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କୁ ଜୋରଦାର ଟକ୍କର ଦେଇଥିଲେ। ୧୦,୦୪୩ ବ୍ୟବଧାନରେ ମିତ୍ର ବିଜୟୀ ହୋଇଥିଲେ। ତେବେ ଗତ ପଞ୍ଚାୟତ ନିର୍ବାଚନରେ କାଳୁଚରଣଙ୍କ ପ୍ରଭାବ ଦେଖିବାକୁ ମିଳି ନ ଥିଲା। ସେ ପୁଣି ବିଧାୟକ ପ୍ରାର୍ଥୀ ଦୌଡ଼ରେ ରହିଥିବା ଶୁଣିବାକୁ ମିଳୁଥିବାବେଳେ ଦଳ ତାଙ୍କୁ ସୁଯୋଗ ଦେବ କି ନୂଆ ମୁହଁ ଚାହିଁବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଅପରପକ୍ଷରେ କଂଗ୍ରେସର ଗତ ନିର୍ବାଚନକୁ ଲକ୍ଷ୍ୟ କଲେ ଭୋଟହାର ନଗଣ୍ୟ ରହିଛି। ଗତ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଥିବା କଂଗ୍ରେସର ନେତୃତ୍ୱ ଅଭାବକୁ ନେଇ ଦଳ ଦିନକୁ ଦିନ ଦଳୀୟ ସ୍ଥିିତି ଦୁର୍ବଳ ସ୍ତର ଦେଇ ଗତି କରୁଛି। ଏଠାରୁ କିଏ ପ୍ରାର୍ଥୀ ଦେବେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଏଠାରେ ୪୯%, ଭାଜପା ୪୩% ଓ କଂଗ୍ରେସ ମାତ୍ର ୨% ପ୍ରତିଶତ ଭୋଟ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ଭାଜପାର ନୂଆ ଦଳକୁ ଫେରିଲେ ରାମ ମାଧବ; ତାଙ୍କୁ କାହିଁକି ସୁଯୋଗ ଦିଆଗଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସଭାପତି ନୀତିନ ନବିନଙ୍କ ନେତୃତ୍ୱରେ ଏକ ନୂତନ ଜାତୀୟ ଦଳ ଘୋଷଣା କରିଛି। ନୀତିନ ନବିନଙ୍କୁ ଜାତୀୟ କାର୍ଯ୍ୟକାରୀ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri