Posted inଖେଳ

ମିଡିଲ ଅର୍ଡର, ଷଷ୍ଠ ବୋଲର ଉପରେ ନଜର

ମୋହାଲି, ୨୦।୯: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ୍‌ ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ଆଗକୁ ଟି୨୦ ବିଶ୍ୱକପ୍‌ ଆସୁଥିବାରୁ ଭାରତ ପାଇଁ ଏହି ଘରୋଇ ସିରିଜ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦିଓ କେତେକ ଫାଷ୍ଟ ବୋଲର ବିଶ୍ରାମ ନେଇଛନ୍ତି ତଥାପି ଦଳରେ ଷଷ୍ଠ ବୋଲର ଏବଂ ମିଡିଲ ଅର୍ଡର ବ୍ୟାଟିଂ ସମସ୍ୟା ସୁଧାରିବା ଉପରେ ମୁଖ୍ୟତଃ ନଜର ରହିବ। ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ୩ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌ ଖେଳିବ ଭାରତ। ତେଣୁ ବିଶ୍ୱକପ୍‌ ପାଇଁ କମ୍ବିନେଶନ ଶର୍ଟଆଉଟ କରିବାକୁ ଏହା ଶେଷ ସୁଯୋଗ।
ଏସିଆ କପ୍‌ରେ ଭାରତ ଯଦିଓ ଭଲ ବ୍ୟାଟିଂ କରିଥିଲା ତେବେ ବୋଲିଂ ବିଭାଗର ଦୁର୍ବଳତା ପଦାରେ ପଡ଼ିଥିଲା। ତେବେ ବିଶ୍ୱକପର ପିଚ୍‌ ଓ ପରିବେଶ ଭିନ୍ନ ରହିବ। ଯଶ୍‌ପ୍ରୀତ୍‌ ବୁମ୍‌ରା ଓ ହର୍ଷଲ ପଟେଲଙ୍କ ପ୍ରତ୍ୟାବର୍ତ୍ତନ ଫଳରେ ଦଳର ବୋଲିଂ ଆକ୍ରମଣ ମଜଭୁତ ହୋଇଛି। ଲୋକେଶ ରାହୁଲ ତାଙ୍କ ଓପ୍‌ନିଂ ପାର୍ଟନର ରହିବେ ବୋଲି ରୋହିତ୍‌ ଶର୍ମା ଯଦିଓ ସ୍ପଷ୍ଟ କରିଛନ୍ତି ତେବେ ବିରାଟ କୋହଲି ଇନିଂସ୍‌ ଓପନ୍‌ କରିବା ସମ୍ଭାବନା ମଧ୍ୟ ରହିଛି। ଏସିଆ କପ୍‌ରେ କୋହଲି କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଟି୨୦ ଶତକ ହାସଲ କରିଥିବାରୁ ତାଙ୍କ ପାଇଁ ଟପ୍‌ ଅର୍ଡର ସ୍ଥାନ ଉନ୍ମୁକ୍ତ ରହିବ। ବ୍ୟାଟିଂରେ ଟପ୍‌-୪ ସ୍ଥାନ ଯଦିଓ ସ୍ଥିର ହୋଇସାରିଛି ତେବେ ପ୍ଲେଇଂ ଇଲେଭେନରେ ଉଇକେଟ କିପର ଭାବେ ରିଷଭ ପନ୍ତ ରହିବେ ନା ଦୀନେଶ କାର୍ତ୍ତିକ ଖେଳିବେ ତାହା ଏବେ ମଧ୍ୟ ଅସମାହିତ ରହିଛି। ରବୀନ୍ଦ୍ର ଜାଡେଜା ଆହତ ଥିବାରୁ ବାମହାତୀ ବ୍ୟାଟର ଭାବେ ପନ୍ତଙ୍କ ପଲା ଭାରି ରହିବ କି ନାହିଁ ତାହା ଉପରେ ଏବେ ନଜର। ଏସିଆ କପ୍‌ରେ କାର୍ତ୍ତିକ ଖୁବ୍‌ କମ୍‌ ବ୍ୟାଟିଂ ସୁଯୋଗ ପାଇଥିଲେ। ତେଣୁ ଆଗାମୀ ୨ ସପ୍ତାହ ତାଙ୍କ ପାଇଁ ଭଲ ରହିବ ବୋଲି ସେ ନିଶ୍ଚିତ ଆଶା କରିବେ। ଦୀପକ ହୁଦା ଯଦିଓ ୟୁଏଇରେ ସୁପର ୪ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଖେଳିଥିଲେ ତଥାପି ତାଙ୍କ ଭୂମିକାକୁ ନେଇ ସ୍ପଷ୍ଟ ଚିତ୍ର ଏପର୍ଯ୍ୟନ୍ତ ମିଳିନାହିଁ।
ଜାଡେଜା ଆହତ ଥିବାରୁ ଏସିଆ କପ୍‌ରେ ଭାରତର ବୋଲିଂ ସନ୍ତୁଳନ ବିଗିଡ଼ି ଯାଇଥିଲା। ଭାରତ ବାଧ୍ୟହୋଇ ୫ ବୋଲରଙ୍କୁ ନେଇ ଖେଳିଥିଲା। ଭାରତ ଯଦି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜାଡେଜାଙ୍କ ବଦଳ ଖେଳାଳି ଅକ୍ଷର ପଟେଲଙ୍କୁ ନେବ ତେବେ ଦଳରେ ଅତିରିକ୍ତ ବୋଲିଂ ବିକଳ୍ପ ଉନ୍ମୁକ୍ତ ରହିବ। ଏ କ୍ଷେତ୍ରରେ ବୁମ୍‌ରା, ଭୁବନେଶ୍ୱର କୁମାର, ହର୍ଷଲ ଓ ହାର୍ଦ୍ଦିକ ପେସ୍‌ ଆକ୍ରମଣ ଏବଂ ୟୁଜ୍‌ବେନ୍ଦ୍ର ଚହଲ ଓ ଅକ୍ଷର ସ୍ପିନ୍‌ ବିଭାଗ ଦାୟିତ୍ୱ ସମ୍ଭାଳିବେ। ଅଷ୍ଟ୍ରେଲିଆର ପରିବେଶ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଟିମ୍‌ ମ୍ୟାନେଜ୍‌ମେଣ୍ଟ ଯାହାକିଛି ନିଷ୍ପତ୍ତି ନେବ।
ଅନ୍ୟପକ୍ଷରେ ଡେଭିଡ ଓ୍ବାର୍ନରଙ୍କ ସମେତ କେତେକ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇ ଅଷ୍ଟ୍ରେଲିଆ ଏଠାକୁ ଆସିଛି। ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ ଓ ମିଚେଲ ମାର୍ଶ ଆହତ ଥିବାରୁ ଭାରତ ଆସିନାହାନ୍ତି। ତେବେ ଅନ୍ତର୍ଜାତୀୟ ଦିନିକିଆରୁ ନିକଟରେ ଅବସର ନେଇଥିବା ଅଧିନାୟକ ଆରୋନ ଫିଞ୍ଚ୍‌ ବ୍ୟକ୍ତିଗତ ଭାବେ ଅଧିକରୁ ଅଧିକ ରନ୍‌ କରିବା ଉପରେ ଲକ୍ଷ୍ୟ ରଖିବେ ନିଶ୍ଚିତ। ଆଉ ଜଣେ ଖେଳାଳି ଆକର୍ଷଣର କେନ୍ଦ୍ରରେ ରହିବେ। ସେ ହେଲେ ଟିମ୍‌ ଡାଭିଡ। ସିଙ୍ଗାପୁର ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ସେ ଏବେ ଅଷ୍ଟ୍ରେଲିଆରୁ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି।
ଭାରତୀୟ ଦଳ: ରୋହିତ୍‌ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ୟୁଜ୍‌ବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଦୀପକ ଚହର, ଯଶ୍‌ପ୍ରୀତ୍‌ ବୁମ୍‌ରା, ଉମେଶ ଯାଦବ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ସିଅନ ଆବୋଟ, ଅଷ୍ଟନ ଅଗର, ପ୍ୟାଟ୍‌ କୁମିନ୍ସ, ଟିମ୍‌ ଡାଭିଡ, ନାଥାନ ଏଲିସ, କାମେରନ ଗ୍ରୀନ୍‌, ଜୋଶ୍‌ ହାଜେଲଉଡ୍‌, ଜୋଶ୍‌ ଇଂଲିଶ୍‌, ଗ୍ଲେନ ମ୍ୟାକ୍ସଓ୍ବେଲ, କେନ୍‌ ରିଚାର୍ଡଶନ, ଡାନିଏଲ ସାମ୍ସ, ଷ୍ଟିଭ୍‌ ସ୍ମିଥ, ମାଥ୍ୟୁ ଓ୍ବାଡେ, ଆଡାମ ଜାମ୍ପା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri