ଲଞ୍ଚ ହେଲା ଫିଲ୍ମ ‘ମୋଦି ଜି କି ବେଟି’ର ମଜାଦାର ଟ୍ରେଲର

ମୁମ୍ବାଇ: ଏକ ଭିନ୍ନ ଧରଣର ମଜାଦାର କମେଡି ଫିଲ୍ମ ‘ମୋଦି ଜି କି ବେଟି’ର ଟ୍ରେଲର ସୋମବାର ମୁମ୍ବାଇର ଅନ୍ଧେରୀ ସ୍ଥିତ ପିବିଆର ଆଇକନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି । ଉଲ୍ଲେଖନୀୟ, ଏହି ଫିଲ୍ମର ସମସ୍ତ କଳାକାର ଫିଲ୍ମ ନିର୍ମାଣ ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷ ଓ କେତେଜଣ ନାମିଦାମୀ ବ୍ୟକ୍ତିତ୍ୱ ଏହି ଅବସରରେ ଉପସ୍ଥିତ ଥିଲେ । ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ଏହାର କିଛି ଗୀତ ଗଣମାଧ୍ୟମକୁ ଦେଖାଯାଇଥିଲା ।
ଫିଲ୍ମ ‘ମୋଦି ଜି କି ବେଟି’ର ଟ୍ରେଲର ଲଞ୍ଚ ସମୟରେ ଫିଲ୍ମର କଳାକାର ଅବନି ମୋଦି, ପିତବାସ, ବିକ୍ରମ କୋଚ୍ଚର, ତରୁଣ ଖାନ୍ନାଙ୍କ ବ୍ୟତୀତ ଫିଲ୍ମର ନିର୍ଦ୍ଦେଶକ ଏଡି ସିଂହ, ନିର୍ମାତା ଅର୍ପିତ ସିଂହ, ଆସୋସିଏଟେଡ ପ୍ରଡ୍ୟୁସର ଅରଶଦ ସିଦ୍ଦିକି ଉପସ୍ଥିତ ଥିଲେ । ଏଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଫିଲ୍ଟିକୁ ସିନେମା ହଲରେ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଅବନି ମୋଦି ପୂର୍ବରୁ ତାମିଲ ଫିଲ୍ମରେ ଅଭିନୟ କରିଥିବା ବେଳେ ‘ମୋଦି ଜି କି ବେଟି’ରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ ଏଥିପାଇଁ ସମସ୍ତ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଫିଲ୍ମଟି ମନୋରଞ୍ଜନରେ ଭରପୁର ଓ ଏଥିରେ ଏକ ଭଲ ବାର୍ତ୍ତା ଯାଉଛି । ହେଲେ ରାଜନୀତି ସହ ଫିଲ୍ମର କୌଣସି ସମ୍ପର୍କ ନାହିଁ ।
ନିର୍ଦ୍ଦେଶକ ଏଡି ସିଂହ ବି କହିଛନ୍ତି, ଫିଲ୍ମଟିି ଖୁବ୍ ମନୋରଞ୍ଜନଧର୍ମୀ । କୋଭିଡ ମହାମାରୀ ପରେ ଲୋକେ ଚିନ୍ତାମୁକ୍ତ ହେବାକୁ ଏଭଳି ଫିଲ୍ମ ନିଶ୍ଚିତ ଭାବେ ଦେଖିବା ଦରକାର । ଏଡି ସିଂହଙ୍କର ଏହା ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ।


Enter your email to get our daily news in your inbox.

All Right Reserved By Dharitri.Com

ରିୟାଙ୍କ ସମର୍ଥନରେ ବାହାରିଲା ବଲିଉଡ୍‌: ଏହିସବୁ କଳାକାର କଲେ କ୍ୟାମ୍ପେନ୍‌

ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏନସିବି...

ରିଲିଜ ହେଲା ପୃଥ୍ୱିରାଜର ଟିଜର

ମୁମ୍ବାଇ: ବଲିଉଡ୍ ନାୟକ ଅକ୍ଷୟ କୁମାରଙ୍କ ମୋଷ୍ଟ ଆୱେଟେଡ ମୁଭି ‘ପୃଥ୍ୱିରାଜ’ର ଟିଜର ରିଲିଜ୍ ହୋଇଛି । ଏହି ମୁଭିକୁ ନେଇ ବହୁ ଦିନ ହେବ...

ଲକ୍‌ଡାଉନ୍‌ ପରେ ‘ଦ କପିଲ ଶର୍ମା ଶୋ’ର ପ୍ରଥମ ଅତିଥି ହେବେ ଏହି ଅଭିନେତା, ଜାଣନ୍ତୁ କେବେଠାରୁ ହେବ ପ୍ରସାରିତ

ସୋନି ଟିଭିରେ ପ୍ରସାରିତ କମେଡି ଶୋ’ ‘ଦ କପିଲ ଶର୍ମା’ର ଶୁଟିଂ ଦୀର୍ଘ ୪ ମାସ ପରେ ପୁଣିଥରେ ଆରମ୍ଭ ହୋଇଛି। ତେବେ ଶୋ’ର ପ୍ରଥମ...

ରିପୋର୍ଟରଙ୍କୁ କାଷ୍ଟିଂ କାଉଚ୍‌ ପାଇଁ ରାଜି କରାଉଥିବା ବେଳେ ଧରାପଡ଼ିଥିଲେ ଏହି ଅଭିନେତ୍ରୀଙ୍କ ବାପା, ଆଉ ତା’ ପରେ..

ବମ୍ବେ: କଥାରେ ଅଛି ଗୋଟିଏ ଜିନିଷକୁ ତିଆରି କରିବାକୁ ବର୍ଷ ବର୍ଷ ଲାଗେ, ହେଲେ ତାକୁ ନଷ୍ଟ କରିବାକୁ କିଛି ସେକେଣ୍ଡ। ବଲିଉଡ୍‌ରେ ଅନେକ କଳାକାର...

୪୮ ବର୍ଷରେ ପାଦ ଥାପିଲେ ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଗୁରୁବାର ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି। ଏ ନେଇ ତାଙ୍କ ବାନ୍ଧବୀ ଗ୍ରାବିଏଲା ଡେମେଟ୍ରିଏଡସ୍‌ ଗୁରୁବାର ସୂଚନା ଦେଇଛନ୍ତି।...

ଟେନସନ୍‌ ଅନ୍ତରାଳେ..

ପ୍ରେମରେ ପଡିବା ପୁଣି ସେଥିରେ ସଫଳ ହେବା-ଏହି ଦୁଇଟି ଭିନ୍ନ ବିଷୟ। ତେବେ ପ୍ରେମର ମଧୁରେଣ ସମାପୟେତ ପାଇଁ ହୃଦୟଟି ସେମିତି ସଚ୍ଚା ହେବା ଦରକାର।...

ଜାଣନ୍ତୁ ସଞ୍ଜୟଙ୍କ ପାଖେ ଅଛି ଏ ସବୁ ଦାମୀଗାଡ଼ି

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ବୃତ୍ତିଗତ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ଏହାକୁ ନେଇ ସେ ଲାଇମ୍‌ଲାଇଟ୍‌ରେ...

ଚତୁର୍ଥଥର ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ହଲିଉଡ ଅଭିନେତ୍ରୀ ତଥା ଗାୟିକା ଜେନିଫର ଲୋପେଜ ଖୁବ୍‌ଶୀଘ୍ର ଚତୁର୍ଥ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ୫୨ ବର୍ଷୀୟା ଜେନିଫର୍‌ ଏକ ବିନ୍ଦାସ...

Advertisement
Archives

Model This Week