Posted inଖେଳ

ପ୍ରଶଂସକଙ୍କ ମନୋରଞ୍ଜନ ଜାରି ରଖିବି: ସେହ୍ବାଗ୍‌

ଭୁବନେଶ୍ୱର, ୨୦।୯ (ସ୍ପୋଟର୍‌ସ ବ୍ୟୁରୋ): ଆଦାନି ସ୍ପୋଟର୍‌ସ ଲାଇନ୍‌ ମାଲିକାନାରେ ଥିବା ଗୁଜରାଟ ଜାଏଣ୍ଟ୍ସ ଚଳିତ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ନିଜର ପ୍ରଥମ ମ୍ୟାଚ୍‌ରେ ଏହି ଦଳ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ଅନ୍ତର୍ଜାତୀୟ କ୍ରିକେଟ୍‌ କିମ୍ବଦନ୍ତୀମାନେ ପୁଣିଥରେ ପଡ଼ିଆକୁ ଓହ୍ଲାଇଥିବାବେଳେ ଭାରତର ଅନ୍ୟତମ ମହାନ୍‌ ଓପ୍‌ନର ବୀରେନ୍ଦ୍ର ସେହ୍ବାଗ୍‌ ନିଜ ଟିମ୍‌ ପାଇଁ ରନ୍‌ ସ୍କୋର୍‌ କରି ପୁଣିଥରେ ତାଙ୍କ ପ୍ରଶସଂକଙ୍କୁ ପ୍ରଭାବିତ କରିବାକୁ ପ୍ରସ୍ତୁତ ଅଛନ୍ତି। ସେହ୍ବାଗ କହିଛନ୍ତି ଯେ, ”ଏହା ଏକ ଭଲ ଆରମ୍ଭ ଥିଲା। କେଭିନ୍‌ ଓ’ ବ୍ରାଏନ୍‌ ଶତକ ହାସଲ କରିଥିବାବେଳେ ଆମ ବୋଲରମାନେ ମଧ୍ୟ ଭଲ ଖେଳିଥିଲେ। କ୍ରିକେଟ୍‌ ପଡ଼ିଆକୁ ଫେରିବାର ଏହି ସୁଯୋଗ ସହିତ ମୁଁ ବ୍ୟାଟିଂ ମାଧ୍ୟମରେ ପୁଣିଥରେ ମୋର ପ୍ରଶଂସକମାନଙ୍କ ମନୋରଞ୍ଜନ କରିବାକୁ ଚେଷ୍ଟା କରିବି। ଆମ ଦଳ ଭଲ ପ୍ରଦର୍ଶନ ଜାରି ରଖି ଟ୍ରଫି ଜିତିବା ନେଇ ମୁଁ ଆଶାବାଦୀ।“ ଟିମ୍‌ ସମ୍ପର୍କରେ କୋଚ୍‌ ଭେଙ୍କଟେଶ ପ୍ରସାଦ କହିଛନ୍ତି, ”ଗୁଜରାଟ ଜାଏଣ୍ଟ୍ସ ସହ ଜଡ଼ିତ ହେବା ମୋ ପାଇଁ ଏକ ସୁଯୋଗ ସଦୃଶ। ଏହି କ୍ରିକେଟରମାନେ କେବଳ କିମ୍ବଦନ୍ତୀ ନୁହନ୍ତି ବରଂ କ୍ରୀଡ଼ାକ୍ଷେତ୍ରରେ ଜଣେ ଜଣେ ମହାନ୍‌ ଖେଳାଳି। ଗୁଜରାଟ ଜାଏଣ୍ଟ୍ସର ମ୍ୟାଚ୍‌ ଦେଖୁଥିବା ଓ ଏହାକୁ ଅନୁସରଣ କରୁଥିବା ଦର୍ଶକମାନଙ୍କୁ ମନୋରଞ୍ଜନ ପ୍ରଦାନ କରିବା ଆମର ମୁଖ୍ୟ ଲକ୍ଷ୍ୟ।“


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଡ୍‌ଲଙ୍କ ଅବସର

ମେଲବୋର୍ନ,୨୯।୧୨- ଭେଟେରାନ ଅଷ୍ଟ୍ରେଲିଆନ ପେସର ପିଟର ସିଡ୍‌ଲ ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଦୀର୍ଘ ୧୧ ବର୍ଷର କ୍ୟାରିୟରର ଶେଷ ହୋଇଛି।...

ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କଲେ

ବୁଦାପେଷ୍ଟ,୨୧।୬: ୟୁରୋକପ୍‌ରେ ଶନିବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆଣ୍ଟୋନିଓ ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କରିଛନ୍ତି। ଏହି ମୁକାବିଲାରେ ଫ୍ରାନ୍ସ ଓ ହଙ୍ଗେରୀ ପରସ୍ପରକୁ...

ଅଷ୍ଟ୍ରେଲିଆ ସମୀକ୍ଷକଙ୍କ ବଡ଼ ଭୁଲ: ସିରାଜଙ୍କ ପରିବର୍ତ୍ତେ ନବଦିପଙ୍କ ପିତାଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ସିଡନୀ, ୨୭।୧୧: କରୋନା ମହାମାରି ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍‌ ଶୁକ୍ରାବରଠାରୁ ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ମାସ ପରେ...

ଦିନିକିଆ ଦଳରେ ନଟରାଜନ ସାମିଲ

ସିଡ୍‌ନୀ, ୨୮।୧୧(ପି.ଟି.)- ନବଦୀପ ସଇନୀ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବାରୁ ଭାରତୀୟ ଦିନିକିଆ କ୍ରିକେଟ ଦଳରେ ବାମହାତୀ ପେସର ଟି. ନଟରାଜନଙ୍କୁ ସାମିଲ କରାଯାଇଛି। ସଇନୀଙ୍କ...

କଟକ, ଆରଏସ୍‌ପି, ସୁବର୍ଣ୍ଣପୁର, ଦେବଗଡ଼ ବିଜୟୀ

ଭୁବନେଶ୍ୱର, ୪ା୫ (ସ୍ପୋଟର୍‌ସ ବ୍ୟୁରୋ): ୬୨ତମ ସିନିୟର ପୁରୁଷ ଆନ୍ତଃଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ରେ ବୁଧବାର ବିଭିନ୍ନ ଗ୍ରାଉଣ୍ଡରେ ଖେଳାଯାଇଥିବା ୪ଟି ମ୍ୟାଚରେ କଟକ,...

ଟିମ୍‌ ଇଣ୍ଡିଆ ପ୍ରସ୍ତୁତିକୁ ଜୋରଦାର ଝଟ୍‌କା; ଦ୍ୱିତୀୟ ଓ୍ବାର୍ମଅପ୍‌ ମୁକାବିଲା ମଧ୍ୟ ବାତିଲ

ତିରୁବନନ୍ତପୁରମ୍‌,୩।୧୦: ବିଶ୍ୱକପ୍‌ ୨୦୨୩ ଲାଗି ଟିମ୍‌ ଇଣ୍ଡିଆର ପ୍ରସ୍ତୁତିକୁ ଲାଗିଛି ବଡ ଝଟ୍‌କା। କେରଳର ତିରୁବନନ୍ତପୁରମ୍‌ରେ ଖେଳାଯିବାକୁ ଥିବା ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ମଧ୍ୟ ବର୍ଷା...

ନିକ୍‌ କିର୍ଗିଓସ୍‌ ୧୬ ସପ୍ତାହ ବାସନ୍ଦ

ପ୍ୟାରିସ, ୨୬।୯ (ଏଏଫ୍‌ପି)- ଦି ଆସୋସିଏଶନ ଅଫ୍‌ ଟେନିସ ପ୍ରଫେଶନାଲ (ଏଟିପି) ଅଷ୍ଟ୍ରେଲୀୟ ଷ୍ଟାର୍‌ ଖେଳାଳି ନିକ୍‌ କିର୍ଗିଓସ୍‌ଙ୍କୁ ୧୬ ସପ୍ତାହ ଲାଗି ବାସନ୍ଦ କରିଛି।...

ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଇଂଲଣ୍ଡ ଦଳ

ଲଣ୍ଡନ, ୧୨ା୨ (ପି.ଟି.)-ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଗୁରୁବାର ୧୬ ଜଣିଆ ଇଂଲଣ୍ଡ କ୍ରିକେଟ ଦଳ ଘୋଷଣା କରାଯାଇଛି।...

Advertisement
Archives

Model This Week