୩ କି.ମି. ରାସ୍ତା ଶୋଚନୀୟ

ବଇଣ୍ଡା,୧୭।୭ (ପରିକ୍ଷିତ ସାହୁ): ଗ୍ରାମାଞ୍ଚଳକୁ ଗମନାଗମନ ସଦୃଢ଼ କରିବାକୁ ଚାଲିଛି ଯୋଜନା। ଖର୍ଚ୍ଚ ହେଉଛି ବହୁକୋଟି ଟଙ୍କା। ହେଲେ ସାମାନ୍ୟ ବର୍ଷାରେ ବାରି ହୋଇପଡୁଛି ବାସ୍ତବ ସ୍ଥିତି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତର ସାନହୁଲା ଭାୟା ମିଣ୍ଡୋଳ ଦେଇ ଯାଇଥିବା ପାଇକସାହି ପୂର୍ତ୍ତ ବିଭାଗ ରାସ୍ତା ଏହାର ସଦ୍ୟତମ ଉଦାହରଣ। ପିଚୁ ଢଳେଇ କରାଯାଉ ନ ଥିବାରୁ ୩ କି.ମି ଦୀର୍ଘ ଏହି ମାଟି ରାସ୍ତା ଶୋଚନୀୟ ହୋଇପଡ଼ିଛି। ଯାନବାହନ ତ ଦୂରର କଥା, ପାଦରେ ଚାଲିଯିବା ବି କଷ୍ଟକର।
ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତର ସାନହୁଲା-ଭାୟା ମିଣ୍ଡୋଳ ଦେଇ ଯାଇଥିବା ସିନ୍ଦୂରଖୋଳକୁ ସଂଯୋଗ କରୁଛି ପାଇକସାହି ପୂର୍ତ୍ତ ବିଭାଗ ରାସ୍ତା। ତେବେ ଚଳିତ ଲଘୁଚାପ ବର୍ଷାରେ ୩ କିମି ଦୀର୍ଘ ଏହି ସଡ଼କ କଦର୍ଯ୍ୟ ହୋଇପଡ଼ିଛି। ବାରମ୍ବାର ଦାବି ସତ୍ତ୍ୱେ ଏହାକୁ ପିଚୁ କରାଯାଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ସମସ୍ୟା ସମ୍ପର୍କରେ ସିନ୍ଦୂରଖୋଳ ଗ୍ରାମବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।
ଗ୍ରାମବାସୀ କହିଛନ୍ତି, ଏହି ମାଟି ରାସ୍ତା ସିନ୍ଦୂରଖୋଳ, ମିଣ୍ଡୋଳ, ପକୋଣ୍ଡା, ପାଇକସାହି ଅଞ୍ଚଳବାସୀଙ୍କ ଯାତାୟାତର ପ୍ରମୁଖ ମାଧ୍ୟମ।
ଏହି କଚ୍ଚା ସଡ଼କ ଦେଇ ଦୈନିକ ଶତାଧିକ ଭାରିଯାନ ଯାତାୟାତ କରୁଛି। ହେଲେ ଏହାକୁ ପକ୍କା କରାଯାଉନାହିଁ।, ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତା ସମ୍ପୂର୍ଣ୍ଣ କାଦୁଅରେ ଭର୍ତ୍ତି ହୋଇଯାଇଛି। ସାଇକେଲ ବି ଯିବା କଷ୍ଟକର ହୋଇପଡୁଛି। ଲୋକେ ଜୀବନକୁ ବାଜି ଲଗାଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ପଞ୍ଚାୟତ ପ୍ରଶାସନ ଓ ବ୍ଲକ ପ୍ରଶାସନ ବିଭାଗ ପକ୍ଷରୁ ପ୍ରତିବର୍ଷ ମୋରମ ପକାଇ କାମତୁଲ କରିଦିଆଯାଉଛି। ହେଲେ କିଛିଦିନ ପରେ
ରାସ୍ତା ଖରାପ ହୋଇଯାଇଛି। ରାସ୍ତାକୁ ପିଚୁ କରିବା ପାଇଁ ସିନ୍ଦୂରଖୋଳ ଗ୍ରାମବାସୀ ୧୫ ଜୁନ୍‌ ୨୦୨୦, ୧ ଫେବୃୟାରୀ ୨୦୨୨ ଏବଂ ୧୮ ଫେବୃୟାରୀ ୨୦୨୩ରେ ସ୍ଥାନୀୟ ବିଧାୟକ, ସମ୍ବଲପୁର ଏମ୍‌ପି, ଜିଲାପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ କୌଣସି ସୁଫଳ ମିଳୁନାହିଁ। ଲକ୍ଷାଧିକ ଅଞ୍ଚଳବାସୀଙ୍କ ଗମନାଗମନର ମୁଖ୍ୟ ମାଧ୍ୟମ ସାଜିଥିବା ଉକ୍ତ ସଡ଼କକୁ ପିଚୁ କିମ୍ବା କଂକ୍ରିଟ୍‌ ଢଳେଇ କରାଗଲେ ସମସ୍ୟାର ସମାଧାନ ହୋଇପାରନ୍ତା। ଏଥିପ୍ରତି ଦୃଷ୍ଟି ନ ଦେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସିନ୍ଦୂରଖୋଳ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri