ଭତ୍ତା ପାଇଁ ୩ କି.ମି. ଚାଲିଲେ ବୃଦ୍ଧା

ଚମ୍ପୁଆ,୧୮।୧୦ (ଡି.ଏନ.ଏ.)-ଭତ୍ତା ଟଙ୍କା ପାଇଁ ଗୁଲ ପ୍ରଧାନ ନାମ୍ନୀ ଜଣେ ବୃଦ୍ଧାଙ୍କୁ ୩ କି.ମି. ଚାଲିବାକୁ ପଡ଼ିଛି। ବାଡ଼ି ଖଣ୍ଡକୁ ସାହାରା କରି ଚାଲି ଚାଲି ଯାଇ ସେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ବଡନଈ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରକାଶ ଯେ, ବୃଦ୍ଧା ଗୁଲଙ୍କ ଘର ବଡ଼ନଈ ପଞ୍ଚାୟତଠାରୁ ୩ କି.ମି. ଦୂର ସାନନଈ ଗଉଡ଼ସାହିରେ। ବୟସ ତାଙ୍କୁ ଅଧାବଙ୍କା କରିଦେଇଥିବା ବେଳେ ୩ ଫୁଟିଆ ବାଡି ପାଲଟିଛି ସାହାରା। ସରକାରଙ୍କ ପକ୍ଷରୁ ମିଳୁଥିବା ୫୦୦ ଟଙ୍କା ଭତ୍ତା ପାଇବା ପାଇଁ ସେ ନଇଁ ନଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ପଞ୍ଚାୟତ ପକ୍ଷରୁ ଦୁସ୍ଥ, ରୋଗାଗ୍ରସ୍ତ ଓ ବୟସାଧିକଙ୍କ ପାଇଁ ଘରେ ଭତ୍ତା ଅର୍ଥ ପହଞ୍ଚାଇବା ବ୍ୟବସ୍ଥା ଥିଲେ ମଧ୍ୟ ଗୁଲ କିପରି କଷ୍ଟ ସହି ସେଠାରେ ପହଞ୍ଚିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ସରପଞ୍ଚ ହିମାଂଶୁ ଶେଖର ସଏଙ୍କୁ ପଚାରିବାରୁ କହିଛନ୍ତି, ଉକ୍ତ ବୃଦ୍ଧାଙ୍କ ନାମରେ ଭତ୍ତା ହେବା ଦିନରୁ କେତେବେଳେ ପିଅନ, ପିଇଓ ଦ୍ୱାରା ତାଙ୍କୁ ଭତ୍ତା ଦିଆଯାଇଥିବା ବେଳେ କେତେବେଳେ ତାଙ୍କ ପୁଅ ମାଧ୍ୟମରେ ପ୍ରଦାନ କରାଯାଇଛି। ମାତ୍ର ସେ କେଉଁ କାରଣ ପାଇଁ ଭତ୍ତା କେନ୍ଦ୍ରକୁ ଆସିଲେ ତାହା ପଚାରିଲେ ମଧ୍ୟ ସେ କିଛି କହି ନ ଥିଲେ। ତେବେ ତାଙ୍କୁ ତୁରନ୍ତ ଭତ୍ତା ଦେଇ ଘରକୁ ଫେରିବାର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?