Posted inଜାତୀୟ

ପଶ୍ଚିମବଙ୍ଗ ଜଙ୍ଗଲରେ କଙ୍ଗାରୁ! ପାଟ୍ରୋଲିଂ ବେଳେ ଗୁରୁତର ଅବସ୍ଥାରେ ୨ ଉଦ୍ଧାର

ଜଲପାଇଗୁଡ଼ି,୨।୪: ପଶ୍ଚିମବଙ୍ଗର ଜଲପାଇଗୁଡ଼ି ନିକଟରେ ଥିବା ଜଙ୍ଗଲରୁ ୩ଟି କଙ୍ଗାରୁ ଉଦ୍ଧାର ହୋଇଛନ୍ତି। ପ୍ରଥମେ ଗାଜୋଲଡୋବା ଜଙ୍ଗଲରୁ ଶୁକ୍ରବାର ରାତିରେ ୨ଟି ଆହତ କଙ୍ଗାରୁଙ୍କୁ ଉଦ୍ଧାର କରାଯାଇଥିଲା। ଏହାର କିଛି ଘଣ୍ଟା ପରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଡାବଗ୍ରାମ ରେଞ୍ଜ ଫରାବରି-ନେପାଳୀ ଅଞ୍ଚଳରୁ ଆଉ ଗୋଟିଏ କଙ୍ଗାରକୁ ଠାବ କରିଛନ୍ତି।

ଭାରତର କୌଣସି ଜଙ୍ଗଲରେ କେବେ ହେଲେ ପୂର୍ବରୁ କଙ୍ଗାରୁ ରହିଥିବା କଥା ରିପୋର୍ଟ ହୋଇ ନଥିଲା। ଏବେ ପଶ୍ଚିମବଙ୍ଗ ଜଙ୍ଗଲରୁ କଙ୍ଗାରୁଙ୍କୁ ଉଦ୍ଧାର କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏନେଇ ବୈକୁଣ୍ଠୁପୁର ଜଙ୍ଗଲ ବିଭାଗ ଅଧୀନ ବେଲାକୋବା ରେଞ୍ଜର ସଞ୍ଜୟ ଦତ୍ତ କହିଛନ୍ତି, କଙ୍ଗାରୁ ଉଦ୍ଧାର ହେବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। କିଏ ଓ କେଉଁଠୁ କଙ୍ଗାରୁମାନଙ୍କୁ ଆଣି ଜଙ୍ଗଲରେ ଛାଡ଼ିଛନ୍ତି ଏବଂ ୨ଟି କଙ୍ଗାରୁ କିପରି ଆହତ ହେଲେ ସେନେଇ ଯାଞ୍ଚ କରାଯାଉଛି।

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଅଧିକାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ପ୍ରଥମେ ୨ କଙ୍ଗାରୁଙ୍କୁ ଗୁରୁତର ଅବସ୍ଥାରେ ଠାବ କରିଥିଲେ। ସେଠାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବେଙ୍ଗଲ ସଫାରୀ ପାର୍କକୁ ଅଣାଯାଇଥିଲା। କଙ୍ଗାରୁଦ୍ୱୟଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଥିବା ଦେଖାଯାଇଥିଲା। ଏହାର କିଛି ଘଣ୍ଟା ପରେ ପୁଣି ଗୋଟିଏ କଙ୍ଗାରୁକୁ ଜଙ୍ଗଲ ରାସ୍ତାରୁ ଉଦ୍ଧାର କରାଯାଇଛି। ଏନେଇ ଜଣାପଡ଼ିବା ପରେ ସ୍ବତନ୍ତ୍ର ଅଧିକାରୀମାନେ ପୂରା ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri