ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ୩ ଭାରତୀୟ…

ନୂଆଦିଲ୍ଲୀ/ଷ୍ଟକହୋମ,୬।୧୦ : ଅକ୍ଟୋବର ୭ ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯିବ। ଏହାପୂର୍ବରୁ କିଛି ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ ଏହି ପୁରସ୍କାର ପାଇଁ ତିନିଜଣ ଭାରତୀୟ ଦୌଡ଼ରେ ଅଛନ୍ତି। ସେମାନଙ୍କୁ ଶାନ୍ତି ପୁରସ୍କାର ପାଇଁ ବିଚାର ତାଲିକା ଭୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ପ୍ରତୀକ ସିହ୍ନା, ମହମ୍ମଦ ଜୁବେର ଏବଂ ଭାରତୀୟ ଲେଖକ ହର୍ଷ ମନ୍ଦର୍‌ ଅଛନ୍ତି।

ସୂଚନାଯୋଗ୍ୟ ଯେ ସ୍ବିଡେନର ଷ୍ଟକହୋମରୁ ଅନ୍ୟ ନୋବେଲ ପୁରସ୍କାର ଘୋଷଣା କରାଯାଉଥିବାବେଳେ ନରୱେର ଓସଲୋରୁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଥାଏ। ବିଶ୍ୱର ଅନ୍ୟତମ ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପୂର୍ବରୁ, କିଏ ବ୍ୟକ୍ତି ଏବଂ କେଉଁ ସଂଗଠନ ପସନ୍ଦ ନାମ ଭାବେ ଆଗରେ ରହିଛନ୍ତି ସେନେଇ କଳ୍ପନାଜଳ୍ପନା ଚାଲିଛି।

ନରୱେ ସଂସଦୀୟ ସଦସ୍ୟଙ୍କ ଅନୁସାରେ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ, ଓସଲୋରୁ ମନୋନୀତ ନାମାଙ୍କନ ଉପରେ ଆଧାର କରି ଟାଇମ ମାଗାଜିନ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଯେଉଁଥିରେ ସମ୍ଭାବ୍ୟ ବିଜେତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି।

ମାଗାଜିନ ଦ୍ୱାରା ପ୍ରସ୍ତୁତ ଏହି ତାଲିକାରେ ଗଣମାଧ୍ୟମ ପ୍ରତିନିଧି ପ୍ରତୀକ ସିହ୍ନା ଏବଂ ଜୁବେରଙ୍କ ନାମ ରହିଛି। ସେମାନେ କ୍ରମାଗତ ଭାବରେ ଭାରତରେ ଭୁଲ ତଥ୍ୟ ବିସ୍ତାର କରୁଥିବା ଅଭିଯୋଗ ସହିତ ସଂଗ୍ରାମ କରୁଛନ୍ତି। ଟାଇମ ରିପୋର୍ଟରେ ଦର୍ଶାଯାଇଛି ଯେ ଦୁହେଁ ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ଗୁଜବ ଏବଂ ମିଥ୍ୟା ଖବରକୁ ଖଣ୍ଡନ କରିଛନ୍ତି ଏବଂ ଘୃଣା ଭାଷଣର ପ୍ରସାରକୁ ରୋକିବା ପାଇଁ ସର୍ବୋତ୍ତମ ପ୍ରୟାସ କରୁଥିବା କହିଛନ୍ତି।

ଟୁଇଟ ମାଧ୍ୟମରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜୁନ ୨୭ ରେ ଜୁବେରଙ୍କୁ ଗିରଫ କରିଥିଲା। ଟାଇମ ଆର୍ଟିକିଲରେ କୁହାଯାଇଛି ଯେ ଜୁବେରଙ୍କ ଗିରଫକୁ ସାରା ବିଶ୍ୱରେ ଗଣମାଧ୍ୟମ ପକ୍ଷରୁ ନିନ୍ଦା କରାଯାଇଛି। ସେମାନେ କହିଛନ୍ତି ଯେ ଜୁବେରର୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତାଙ୍କ ଅନୁସନ୍ଧାନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏକ ପ୍ରତିଶୋଧ ପରାୟଣ ପଦକ୍ଷେପ।

ଏହି ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି, ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି, ବେଲା ରୁଷର ବିରୋଧୀ ରାଜନେତା ସୈତେଲାନା ସିଖାନୋଶସ୍କାୟା, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, ରୁଷିଆର ଜେଲରେ ଥିବା ବିରୋଧୀଦଳ ନେତା ତଥା ଦୁର୍ନୀତି ନିବାରଣ କାର୍ଯ୍ୟକର୍ତ୍ତା ଆଲେକ୍ସୀ ନାଭାଲନି ଏବଂ ସ୍ବିଡେନର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ମଧ୍ୟ ଅଛନ୍ତି।

ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ହେନରିକ ଉରଦଲ ମଧ୍ୟ ସମ୍ଭାବ୍ୟ ଶାନ୍ତି ପୁରସ୍କାର ବିଜେତାଙ୍କ ବାର୍ଷିକ ସଂକ୍ଷିପ୍ତ ତାଲିକା ପ୍ରକାଶ କରିଛନ୍ତି। ତାଙ୍କ ତାଲିକାରେ ହର୍ଷ ମନ୍ଦର୍‌ ଏବଂ ତାଙ୍କ ଦ୍ୱାରା ୨୦୧୭ ରେ ଆରମ୍ଭ ହୋଇଥିବା ଅଭିଯାନ କାରବାଁ-ଇ-ମୋହବତ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଉରଦଲ ସିହ୍ନା ଏବଂ ଜୁବେରଙ୍କୁ ଭାରତରେ ଧାର୍ମିକ ହିଂସା ଏବଂ ଅସହିଷ୍ଣୁତାର ମୁକାବିଲା ପାଇଁ ପୁରସ୍କାର ପାଇବାକୁ ଯୋଗ୍ୟ ପ୍ରାର୍ଥୀ ଭାବରେ ନାମିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

କଂଗ୍ରେସ ଏହି ଖୁସିକୁ ସହି ପାରିଲା ନାହିଁ, କାହିଁକି ଏମିତି କହିଲେ କଙ୍ଗନା

ଶିମଲା,୨୯।୩: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ...

କଂଗ୍ରେସ ପରେ ବଢିଲା ଏହି ଦଳର ମୁଣ୍ଡବ୍ୟଥା, ଆୟକର ବିଭାଗରୁ ମିଳିଲା ନୋଟିସ

ନୂଆଦିଲ୍ଲୀ,୨୯।୩: କଂଗ୍ରେସ ପରେ ଏବେ ଅନ୍ୟ ଏକ ଦଳର ସମସ୍ୟା ବଢିଥିବା ସୂଚନା ମିଳିଛି। ଏହି ପାର୍ଟିକୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ମଧ୍ୟ...

ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ

ବାନ୍ଦା,୨୯।୩: ମାଫିଆ ମୁଖତାର୍‌ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ...

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri