ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ୩ ଭାରତୀୟ…

ନୂଆଦିଲ୍ଲୀ/ଷ୍ଟକହୋମ,୬।୧୦ : ଅକ୍ଟୋବର ୭ ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯିବ। ଏହାପୂର୍ବରୁ କିଛି ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ ଏହି ପୁରସ୍କାର ପାଇଁ ତିନିଜଣ ଭାରତୀୟ ଦୌଡ଼ରେ ଅଛନ୍ତି। ସେମାନଙ୍କୁ ଶାନ୍ତି ପୁରସ୍କାର ପାଇଁ ବିଚାର ତାଲିକା ଭୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ପ୍ରତୀକ ସିହ୍ନା, ମହମ୍ମଦ ଜୁବେର ଏବଂ ଭାରତୀୟ ଲେଖକ ହର୍ଷ ମନ୍ଦର୍‌ ଅଛନ୍ତି।

ସୂଚନାଯୋଗ୍ୟ ଯେ ସ୍ବିଡେନର ଷ୍ଟକହୋମରୁ ଅନ୍ୟ ନୋବେଲ ପୁରସ୍କାର ଘୋଷଣା କରାଯାଉଥିବାବେଳେ ନରୱେର ଓସଲୋରୁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଥାଏ। ବିଶ୍ୱର ଅନ୍ୟତମ ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପୂର୍ବରୁ, କିଏ ବ୍ୟକ୍ତି ଏବଂ କେଉଁ ସଂଗଠନ ପସନ୍ଦ ନାମ ଭାବେ ଆଗରେ ରହିଛନ୍ତି ସେନେଇ କଳ୍ପନାଜଳ୍ପନା ଚାଲିଛି।

ନରୱେ ସଂସଦୀୟ ସଦସ୍ୟଙ୍କ ଅନୁସାରେ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ, ଓସଲୋରୁ ମନୋନୀତ ନାମାଙ୍କନ ଉପରେ ଆଧାର କରି ଟାଇମ ମାଗାଜିନ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଯେଉଁଥିରେ ସମ୍ଭାବ୍ୟ ବିଜେତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି।

ମାଗାଜିନ ଦ୍ୱାରା ପ୍ରସ୍ତୁତ ଏହି ତାଲିକାରେ ଗଣମାଧ୍ୟମ ପ୍ରତିନିଧି ପ୍ରତୀକ ସିହ୍ନା ଏବଂ ଜୁବେରଙ୍କ ନାମ ରହିଛି। ସେମାନେ କ୍ରମାଗତ ଭାବରେ ଭାରତରେ ଭୁଲ ତଥ୍ୟ ବିସ୍ତାର କରୁଥିବା ଅଭିଯୋଗ ସହିତ ସଂଗ୍ରାମ କରୁଛନ୍ତି। ଟାଇମ ରିପୋର୍ଟରେ ଦର୍ଶାଯାଇଛି ଯେ ଦୁହେଁ ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ଗୁଜବ ଏବଂ ମିଥ୍ୟା ଖବରକୁ ଖଣ୍ଡନ କରିଛନ୍ତି ଏବଂ ଘୃଣା ଭାଷଣର ପ୍ରସାରକୁ ରୋକିବା ପାଇଁ ସର୍ବୋତ୍ତମ ପ୍ରୟାସ କରୁଥିବା କହିଛନ୍ତି।

ଟୁଇଟ ମାଧ୍ୟମରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜୁନ ୨୭ ରେ ଜୁବେରଙ୍କୁ ଗିରଫ କରିଥିଲା। ଟାଇମ ଆର୍ଟିକିଲରେ କୁହାଯାଇଛି ଯେ ଜୁବେରଙ୍କ ଗିରଫକୁ ସାରା ବିଶ୍ୱରେ ଗଣମାଧ୍ୟମ ପକ୍ଷରୁ ନିନ୍ଦା କରାଯାଇଛି। ସେମାନେ କହିଛନ୍ତି ଯେ ଜୁବେରର୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତାଙ୍କ ଅନୁସନ୍ଧାନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏକ ପ୍ରତିଶୋଧ ପରାୟଣ ପଦକ୍ଷେପ।

ଏହି ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି, ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି, ବେଲା ରୁଷର ବିରୋଧୀ ରାଜନେତା ସୈତେଲାନା ସିଖାନୋଶସ୍କାୟା, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, ରୁଷିଆର ଜେଲରେ ଥିବା ବିରୋଧୀଦଳ ନେତା ତଥା ଦୁର୍ନୀତି ନିବାରଣ କାର୍ଯ୍ୟକର୍ତ୍ତା ଆଲେକ୍ସୀ ନାଭାଲନି ଏବଂ ସ୍ବିଡେନର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ମଧ୍ୟ ଅଛନ୍ତି।

ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ହେନରିକ ଉରଦଲ ମଧ୍ୟ ସମ୍ଭାବ୍ୟ ଶାନ୍ତି ପୁରସ୍କାର ବିଜେତାଙ୍କ ବାର୍ଷିକ ସଂକ୍ଷିପ୍ତ ତାଲିକା ପ୍ରକାଶ କରିଛନ୍ତି। ତାଙ୍କ ତାଲିକାରେ ହର୍ଷ ମନ୍ଦର୍‌ ଏବଂ ତାଙ୍କ ଦ୍ୱାରା ୨୦୧୭ ରେ ଆରମ୍ଭ ହୋଇଥିବା ଅଭିଯାନ କାରବାଁ-ଇ-ମୋହବତ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଉରଦଲ ସିହ୍ନା ଏବଂ ଜୁବେରଙ୍କୁ ଭାରତରେ ଧାର୍ମିକ ହିଂସା ଏବଂ ଅସହିଷ୍ଣୁତାର ମୁକାବିଲା ପାଇଁ ପୁରସ୍କାର ପାଇବାକୁ ଯୋଗ୍ୟ ପ୍ରାର୍ଥୀ ଭାବରେ ନାମିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

‘ଅତିକମରେ ୧୦ଟି ସନ୍ତାନ ଜନ୍ମ କରନ୍ତୁ’ – ହିନ୍ଦୁମାନଙ୍କୁ ଏମିତି କହିଲେ ମୌଲାନା ସାଜିଦ ରଶିଦି, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୫।୧୦: ଇମାମ ଆସୋସିଏସନର ସଭାପତି ମୌଲାନା ସାଜିଦ ରଶିଦି ସନ୍ତାନ ଜନ୍ମ କରିବା ସମ୍ବନ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଂଘ ଏବଂ ଅନ୍ୟ କିଛି ସଂଗଠନ…

ଫ୍ଲାଇଦୁବାଇ କକ୍‌ପିଟ୍‌ ଆକ୍ରମଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା; ସତ ମାନିଲେ ଓମାନୀ ପାଇଲଟ, ଉଭୟ ଇଞ୍ଜିନ୍ ବନ୍ଦ କରି….

ନୂଆଦିଲ୍ଲୀ,୫ା୧୦:ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍‌ FZ1073ର କକ୍‌ପିଟ୍‌ ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପ୍ଟେମ୍ବର ୩୦ରେ ଘଟିଥିବା ଏହି…

ଦଳ ଛାଡ଼ିଥିବା ନେତାଙ୍କୁ ମମତାଙ୍କ ଅଲ୍ଟିମେଟମ; ୧୫ ଦିନ ଭିତରେ ଫେରିଆସ, ନହେଲେ…..

କୋଲକାତା,୫ା୧୦: ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଉତ୍ତର ଦିନାଜପୁର ଜିଲା ଚୋପଡ଼ାରେ ମମତା ବାନାର୍ଜୀ ସମର୍ଥିତ ତୃଣମୂଳ କଂଗ୍ରେସ ନିଜର ସାଂଗଠନିକ ଶକ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?