ଲିଫ୍ଟରେ ଫସିଲେ ୩ ହବିଷିଆଳି

ପୁରୀ ଅଫିସ,୧୮ା୧୦:ବୃନ୍ଦାବତୀ ନିବାସରେ ସୋମବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି। ୩ଜଣ ହବିଷିଆଳି ଶ୍ରୀମନ୍ଦିରରୁ ଦାରୁଦିଅଁଙ୍କ ଦର୍ଶନ ସାରି ବୃନ୍ଦାବତୀ ନିବାସକୁ ଫେରିବାବେଳେ ଲିଫ୍ଚରେ ଫସିଯାଇଥିଲେ। ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୩ଜଣ ହବିଷିଆଳି ବନ୍ଦ ଲିଫ୍ଟ ଭିତରେ ଫସି ରହିଥିଲେ। ସେମାନଙ୍କ କାନ୍ଦବୋବାଳି ଶୁଣିବା ପରେ ରେଡକ୍ରସ କର୍ମଚାରୀମାନେ ଲିଫ୍ଟ ଭିତରେ କେହି ଫସି ରହିଥିବା ଜାଣିପାରିଥିଲେ। ଏହାପରେ ଲିଫ୍ଟ କର୍ମଚାରୀଙ୍କ ସହଯୋଗରେ ମାଷ୍ଟର ଚାବି ଯୋଗେ ଲିଫ୍ଟକୁ ତଳକୁ ଅଣାଯାଇ ୩ ହବିଷିଆଳିଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ନୟାଗଡ଼ ନିବାସୀ କୁନି ଆଚାର୍ଯ୍ୟ ଅଚେତ ହୋଇଯାଇଥିଲେ। ଅସୁସ୍ଥ ଅବସ୍ଥାରେ ତାଙ୍କୁ ବୃନ୍ଦାବତୀ ନିବାସର ଅସ୍ଥାୟୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ ବିରଜା ଶଙ୍କର ରଥ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। କୁନି ଭୟଭୀତ ହେବା କାରଣରୁ ତାଙ୍କର ସ୍ନାୟୁକ୍ରିୟା ସାମାନ୍ୟ ପ୍ରଭାବିତ ହୋଇଥିଲା। ତେବେ ଖୁବ୍‌ କମ୍‌ ସମୟ ମଧ୍ୟରେ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହୋଇଥିଲା ବୋଲି ଅତିରିକ୍ତ ଚିକିତ୍ସାଧିକାରୀ କହିଥିଲେ। ଜିଲାପାଳ ସମର୍ଥ ବର୍ମା ଏବଂ ଉପଜିଲାପାଳ ଭବତାରଣ ସାହୁ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ହବିଷିଆଳି ଓ ବୃନ୍ଦାବତୀ ନିବାସର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।
ଘଟଣା ଅନୁଯାୟୀ, ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ ହବିଷିଆଳିମାନେ ବୃନ୍ଦାବତୀ ନିବାସ ଲିଫ୍ଟ ପାଖରେ ପହଞ୍ଚିଥିଲେ। ବୃନ୍ଦାବତୀ ନିବାସରେ ଥିବା ସମସ୍ତ ୬ଟି ଲିଫ୍ଟରେ ସୁରକ୍ଷାକର୍ମୀ ମୁତୟନ ରହିଛନ୍ତି। ହବିଷିଆଳିମାନଙ୍କୁ ଲିଫ୍ଟ ଯୋଗେ ନେବା ଆଣିବା କରିବା ଦାୟିତ୍ୱ ସୁରକ୍ଷାକର୍ମୀଙ୍କ ଉପରେ ନ୍ୟସ୍ତ ହୋଇଥାଏ। ତେବେ ସୁରକ୍ଷାକର୍ମୀ ପରିସ୍ରା କରିବାକୁ ଯାଇଥିବାବେଳେ ୩ ଜଣ ହବିଷିଆଳି ତାଙ୍କୁ ଅପେକ୍ଷା ନ କରି ପଛ ପଟ ଲିଫ୍ଟ ମଧ୍ୟକୁ ଚାଲିଯାଇ ସୁଇଚ ମାରିଥିଲେ। ତେବେ ମନଇଚ୍ଛା ସୁଇଚ ମାରିବା ଫଳରେ ଲିଫ୍ଟ ଅଧାରେ ଅଟକି ଯାଇଥିଲା। ଏହାପରେ ଲିଫ୍ଟ ଭିତରୁ ହବିଷିଆଳିମାନେ ଚିତ୍କାର କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ବୃନ୍ଦାବତୀ ନିବାସ ଦାୟିତ୍ୱରେ ଥିବା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲିଫ୍ଟ ମ୍ୟାନ୍‌ଙ୍କ ସହ ଯୋଗାଯୋଗ କରିଥିଲେ। ଲିଫ୍ଟ ମ୍ୟାନ ମାନୁଆଲି ମାଷ୍ଟର କି’ ଯୋଗେ ଲିଫ୍ଟକୁ ଖୋଲିବାପରେ ହବିଷିଆଳିମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ହବିଷିଆଳିମାନେ ବାହାରକୁ ଆସିବା ପରେ ଜଣେ ଅସୁସ୍ଥ ହୋଇପଡ଼ିଥିବାବେଳେ ଅନ୍ୟ ଦୁଇଜଣ ସ୍ବାଭାବିକ ସ୍ଥିତିରେ ରହିଥିଲେ। ସେମାନଙ୍କୁ ଗ୍ଲୁକୋଜ ପିଇବାକୁ ଦିଆଯାଇଥିଲା। ଏ ନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ହବିଷିଆଳିମାନେ ଲିଫ୍ଟ ପରିଚାଳନା ସମ୍ପର୍କରେ ଜାଣି ନ ଥିବାରୁ ସୁରକ୍ଷାକର୍ମୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। କମ୍‌ ସମୟ ପାଇଁ ସୁରକ୍ଷାକର୍ମୀ ନ ରହିବା ସମୟରେ ହବିଷିଆଳିମାନେ ଲିଫ୍ଟରେ ଚଢ଼ିଯାଇଥିଲେ। ତେବେ ସୁରକ୍ଷାକର୍ମୀଙ୍କୁ ଅଧିକ ସତର୍କ ଓ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri