Posted inଫୁରସତ

୩ ଫୁଟ୍‌ ଡାଇନୋସର ପାଦଚିହ୍ନ ଠାବ

ୱାଶିଂଟନ୍‌: ଆମେରିକାର ୟୋର୍କସାଇନ୍‌ ଅଞ୍ଚଳରେ ଏକ ଡାଇନୋସରର ପାଦଚିହ୍ନ ମିଳିଛି, ଯାହାର ଲମ୍ବ ପ୍ରାୟ ୩ ଫୁଟ ୩ ଇଞ୍ଚ ରହିଛି। ଏହି ଅଞ୍ଚଳକୁ ଡାଇନୋସରଙ୍କ ଉପକୂଳ ଭାବେ କୁହାଯାଏ। ଏହି ପାଦଚିହ୍ନ ସେହି ଅଞ୍ଚଳରେ ସବୁଠାରୁ ବଡ଼ ବୋଲି କୁହାଯାଉଛି, ଯାହାକି ସହରର ରେଟୁଣ୍ଡା ସଂଗ୍ରହାଳୟରେ ପ୍ରଦର୍ଶିତ ହେବ। ରିପୋର୍ଟ ମୁତାବକ, ଏହି ପାଦଚିହ୍ନ ସେହି ଅଞ୍ଚଳର ରିସର୍ଚ୍ଚର ମାରିନ୍‌ ଉଡ୍ସ ୨୦୨୧ ଏପ୍ରିଲରେ ଖୋଜିଥିଲେ। ସେ ପ୍ରଥମେ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ସେଥିପାଇଁ ସେ ୨ୟ ଥର ପାଇଁ ସେହି ପାଦଚିହ୍ନକୁ ନିରୀକ୍ଷଣ କରିଥିଲେ। ସେ ଆଗକୁ ଏପରି ପାଦଚିହ୍ନ ଦେଖିଛନ୍ତି, ହେଲେ ଏତେବଡ଼ କେବେ ଦେଖି ନ ଥିବା କହିଛନ୍ତି। ବୈଜ୍ଞାନିକଙ୍କ ରିସର୍ଚ୍ଚ ଅନୁସାରେ ଏହି ପାଦଚିହ୍ନ ଏକ ବିଶାଳ ମାଂସାଶୀ ପ୍ରାଣୀ ଦ୍ୱାରା ପ୍ରସ୍ତୁତ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri