ପ୍ରଥମ ଦିନରେ ୩ ଫିଲ୍ମ ପ୍ରଦର୍ଶିତ

କଟକ ଅଫିସ,୪ା୩: ଭାରତୀୟ ସିନେ ଜଗତର କିମ୍ବଦନ୍ତୀ ପୁରୁଷ ସତ୍ୟଜିତ୍‌ ରାୟଙ୍କ ଜନ୍ମ ଶତବାର୍ଷିକୀକୁ ସାରା ଦେଶରେ ପାଳନ କରିବା ପାଇଁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ ଜାରି ରହିଛି। ସିନେ ନିର୍ଦ୍ଦେଶକ, ସଂଳାପ ଲେଖକ, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା, ପ୍ରାବନ୍ଧିକ, ଗୀତିକାର, ପତ୍ରିକା ସମ୍ପାଦକ, ସଙ୍ଗୀତ ନିର୍ଦ୍ଦେଶକ ଭାବେ ସତ୍ୟଜିତ୍‌ ରାୟଙ୍କ କାର୍ଯ୍ୟାବଳୀକୁ ବର୍ତ୍ତମାନର ଯୁବପିଢ଼ି ନିକଟରେ ଉପସ୍ଥାପନ କରାଇବା ଏହାର ଉଦ୍ଦେଶ୍ୟ। ଏହି ଅବସରରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଫିଲ୍ମ ସୋସାଇଟି ପକ୍ଷରୁ ଏକ ଫିଲ୍ମ ଫେଷ୍ଟିଭାଲ ପାଇଁ ହୋଇଥିବା ଯୋଜନା ବହୁ ବାଦବିବାଦ ପରେ ଶୁକ୍ରବାର ଆରମ୍ଭ ହୋଇଛି। ତେବେ ଗୁରୁବାର ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହେବାକୁ ଥିବାବେଳେ ଗେ ଇଣ୍ଡିଆ ମାଟ୍ରିମୋନି ଓ ହଦ ଅନହଦ ଫିଲ୍ମକୁ ପ୍ରଦର୍ଶନ ନ କରିବା ଲାଗି ଉଠିଥିବା ବିରୋଧ ସମ୍ଭାଳିବାକୁ ଯାଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଦୁଇଟି ଫିଲ୍ମର ପ୍ରଦର୍ଶନ ଉପରେ ରୋକ୍‌ ଲଗାଯାଇଛି। ହେଲେ ୩ ଦିନିଆ ଫିଲ୍ମ ଫେଷ୍ଟିଭାଲ ଏବେ ୨ ଦିନରେ ଶେଷହେବ ବୋଲି ଜଣାଯାଇଛି।
ଶୁକ୍ରବାର ପ୍ରଥମ ଦିନର ଫିଲ୍ମ ପ୍ରଦର୍ଶନ ଆରମ୍ଭ ହେବା ପୂର୍ବରୁ ମଞ୍ଚରେ ଅତିଥି ଭାବେ ଦିଲ୍ଲୀରୁ ଆସିଥିବା ସିନେ ଜଗତର ବିଶିଷ୍ଟ ଫଟୋଗ୍ରାଫର ପଦ୍ମଶ୍ରୀ ପାବଲୋ ବାର୍ଥୋଲୋମିଉ ଉପସ୍ଥିତ ଥିଲେ। ସେ ସତ୍ୟଜିତ୍‌ ରାୟଙ୍କ ସହ କାମ କରିବାର ଅନୁଭୂତି ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ବଖାଣିଥିଲେ। ସତ୍ୟଜିତ୍‌ଙ୍କ ସିନେମା ସେଟ୍‌ ପ୍ରସ୍ତୁତିର ଡିଜାଇନ୍‌ ଅତ୍ୟନ୍ତ କଳାତ୍ମକ ରହୁଥିଲା। ସେ ସିନେମାର ଗୁଣାତ୍ମକ ଦିଗ ପ୍ରତି ବେଶ୍‌ ସଚେତନ ରହୁଥିଲେ। ତାଙ୍କ ଭଳି ସର୍ବଗୁଣସମ୍ପନ୍ନ ବ୍ୟକ୍ତିତ୍ୱ ଭାରତୀୟ ସିନେ ଜଗତରେ ବିରଳ ବୋଲି ସେ କହିଥିଲେ।
୨୦୨୨ରେ ନିର୍ମିତ କମଲ କେ.ଏମ୍‌.ଙ୍କ ନିର୍ଦ୍ଦେଶିତ ମାଲୟାଲମ ଫିଲ୍ମ ପଦ ଓ ୧୯୫୫ରେ ନିର୍ମିତ ସତ୍ୟଜିତ୍‌ ରାୟଙ୍କ ନିର୍ଦ୍ଦେଶିତ ବଙ୍ଗଳା ଫିଲ୍ମ ପାଥେର ପାଞ୍ଚାଲି ପ୍ରଦର୍ଶିତ ହୋଇଥିଲା। ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସେଭେନ୍‌ ପିଲାର୍ସ ଅଫ୍‌ ଓ୍ବିଜ୍‌ଡମ୍‌ ପ୍ରେକ୍ଷାଳୟରେ ଛାତ୍ରୀଛାତ୍ରମାନେ ଏହାକୁ ଉପଭୋଗ କରିଥିଲେ। ଏହାପରେ ମୋଇନାକ ବିଶ୍ୱାସ ମଞ୍ଚକୁ ଆସି ଦିବଂଗତ ଓଡ଼ିଆ ସିନେ ନିର୍ଦ୍ଦେଶକ ନିରଦ ମହାପାତ୍ର ସ୍ମାରକୀ ବକ୍ତୃତାରେ ସତ୍ୟଜିତ୍‌ ରାୟ ଆଣ୍ଡ ଦି ସେନ୍ସ ଅଫ୍‌ ଓ୍ବଣ୍ଡର ଶୀର୍ଷକରେ ଆଲୋଚନା କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ୨୦୧୫ରେ ନିର୍ମିତ ତରୁଣ ମିଶ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ଦି ରେଫେରେଣ୍ଡୁମ ପ୍ରଦର୍ଶିତ ହୋଇଥିଲା। ବିଶ୍ୱବିଦ୍ୟାଳୟର କୁଳସଚିବ କାହ୍ନୁଚରଣ ମଲ୍ଲିକ, ବିଶ୍ୱବିଦ୍ୟାଳୟ କଲ୍‌ଚରାଲ କାଉନ୍‌ସିଲ୍‌ ଚେୟାର ପର୍ସନ ଡ. ଉର୍ମିଶ୍ରୀ ବେଦମାତା, ବିଶ୍ୱବିଦ୍ୟାଳୟ ଷ୍ଟୁଡେଣ୍ଟସ୍‌ ଓ୍ବେଲ୍‌ଫେୟାର ନିର୍ଦ୍ଦେଶକ ଡ. ଅଳକାନନ୍ଦା ପରିଡ଼ାଙ୍କ ସମେତ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରୀଛାତ୍ର ଦର୍ଶକ ଗ୍ୟାଲେରିରେ ବସି ଫିଲ୍ମ ଦେଖିଥିଲେ। ଏହି ଅବସରରେ ସେଭେନ ପିଲାର୍ସ ଅଫ୍‌ ଓ୍ବିଜ୍‌ଡମ୍‌ ପରିସରରେ ସତ୍ୟଜିତ୍‌ଙ୍କ ପାଥେର ପାଞ୍ଚାଲିର ବିଭିନ୍ନ ଦୃଶ୍ୟର ଫଟୋଚିତ୍ରଗୁଡ଼ିକୁ ନେଇ ଏକ ପ୍ରଦର୍ଶନୀ କରାଯାଇଛି। ରେଭେନ୍‌ଶା ଫିଲ୍ମ ସୋସାଇଟିର କର୍ମକର୍ତ୍ତାଙ୍କ ସମେତ ଜ୍ଞାନେଷୁ ଜେନା, ନିବେଦିତା ବେହେରା, ଦେବାଂଶୁ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ପୋଲିସ ନିୟୋଜନ ପାଇଁ ଅନୁରୋଧ କରାଯିବା ପରେ ପ୍ରାୟ ୧୦ ଜଣ କର୍ମଚାରୀଙ୍କୁ ସେଠାରେ ନିୟୋଜିତ କରାଯାଇଥିବା ମାଲଗୋଦାମ ଥାନାଧିକାରୀ ରଜନୀକାନ୍ତ ଦାସ କହିଛନ୍ତି। ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ପ୍ରଫେସର ଧର୍ମବ୍ରତ ମହାପାତ୍ର କହିଛନ୍ତି, ଏକ ଗୋଷ୍ଠୀ ଦୁଇଟି ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରିବା ହେତୁ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପ୍ରଥମ ଦିନ ସାମୟିକ ଭାବେ ଫିଲ୍ମ ଫେଷ୍ଟିଭାଲକୁ ବନ୍ଦ କରାଯାଇଥିଲା। ଏବେ ସବୁକିଛି ଠିକ୍‌ ଅଛି। ଶାନ୍ତିଶୃଙ୍ଖଳାର ସହ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହୋଇଛି।
ସେମାନେ କୁହନ୍ତି…
ବିଶ୍ୱବିଦ୍ୟାଳୟ ଇତିହାସରେ ଏଭଳି ଫିଲ୍ମ ଫେଷ୍ଟିଭାଲ ପ୍ରଥମଥର ପାଇଁ ହେଲା। ସମସ୍ତ ପ୍ରକାରର ସହଯୋଗ ଆମ ସୋସାଇଟିକୁ ମିଳିଛି। ସତ୍ୟଜିତ୍‌ ରାୟଙ୍କ ବିଷୟରେ ଛାତ୍ରୀଛାତ୍ରଙ୍କୁ ଅବଗତ କରାଇବା ଆମର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ସେଥିପାଇଁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପ୍ରଶାସନ ନିକଟରେ ଆମେ କୃତଜ୍ଞ।
– ଶୁଭ ସୁଦର୍ଶନ ନାୟକ, ସମ୍ପାଦକ, ରେଭେନ୍‌ଶା ଫିଲ୍ମ ସୋସାଇଟି
ଫିଲ୍ମ ଫେଷ୍ଟିଭାଲ ଆୟୋଜନ ପାଇଁ ୧୦ ଦିନ ହେବ ଆମେମାନେ ପରିଶ୍ରମ କରିଛୁ। ସତ୍ୟଜିତ୍‌ ରାୟ ହେଉଛନ୍ତି ଜଣେ ବିଶ୍ୱବିଖ୍ୟାତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ। ତାଙ୍କ ଚଳଚ୍ଚିତ୍ରଗୁଡ଼ିକୁ ବଡ଼ ପରଦାରେ ଦେଖିବାର ସୁଯୋଗ ମିଳିଲା। ସମସ୍ତେ ବହୁତ ଉତ୍ସାହିତ ଅଛୁ।
– ସୋନିଆ ଚାନ୍ଦ, ସଦସ୍ୟ, ରେଭେନ୍‌ଶା ଫିଲ୍ମ ସୋସାଇଟି


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ସ୍ତମ୍ଭ ଅବହେଳିତ

ଚଣ୍ଡିଖୋଲ,୧୫ା୮(ଡି.ଏନ.ଏ.): ସାରାଦେଶ ଏବେ ପାଳୁଛି ସ୍ବାଧୀନତାର ୭୫ତମ ଅମୃତ ମହୋତ୍ସବ। ଏଥିପାଇଁ ୩ ଦିନ ଧରି ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ...

୨ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବନ୍ଦ

ଠାକୁରମୁଣ୍ଡା,୬।୧୧(ଡି.ଏନ୍‌.ଏ):  ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ୨ ପ୍ରାଥମିକ ବିଦ୍ୟାଳୟରେ ଗତ ଗୁରୁବାରଠାରୁ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି। ମଧ୍ୟାହ୍ନ...

ସ୍ବାସ୍ଥ୍ୟମନ୍ତ୍ରୀ ଭୁଲିଗଲେ କୋଭିଡ୍‌ କଟକଣା

ଝାରସୁଗୁଡା ଅଫିସ୍‌,୧୬।୧: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ କୋଭିଡ୍‌ କଟକଣାରେ ପଞ୍ଚାୟତ ନିର୍ବାଚନ କରାଇବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ...

ଭାରସାମ୍ୟ ହରାଇ ୧୦ ଫୁଟ୍‌ ତଳକୁ ଖସିଲା ବାଇକ୍‌

ପୋଲସରା,୨୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ସୁନାରିବୁଗୁଡା ହଜ ନିକଟରେ ଶୁକ୍ରବାର ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ...

ଚିଲିକା ବିଧାୟକଙ୍କ ଗିରଫ ଦାବିରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ

ଖୋର୍ଦ୍ଧା ଅଫିସ,୧୬ା୯: ଚିଲିକା ଭାଜପା ନେତା ନିରଞ୍ଜନ ସେଠୀଙ୍କୁ ଗତ ୮ ତାରିଖରେ ବାଲୁଗାଁ ଏନ୍‌ଏସି ଆଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ମାଡ଼ ମାରିବା...

ପାନୀୟ ଜଳ ସଙ୍କଟ, କାର୍ଯ୍ୟକାରୀ ହେଉନି ପ୍ରକଳ୍ପ

ଆରଡ଼ି, ୮।୪ (ଡି.ଏନ.ଏ.)-ଗ୍ରୀଷ୍ମଋତୁ ଆରମ୍ଭରୁ ହ୍ରାସ ପାଇଛି ଭୂତଳ ଜଳସ୍ତର। ଗାଁରେ ବସିଥିବା ନଳକୂପରୁ ଆଉ ପାଣି ବାହାରୁ ନାହିଁ। ଫଳରେ ଲୋକେ ହତାଶ ହୋଇ...

ଅତିରିକ୍ତ ବଜେଟ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ୨୦୨୦-୨୧ରେ ଅତିରିକ୍ତ ବଜେଟରେ ସରକାର ସ୍ବାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ୧୬୨୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେଥିରୁ ସ୍ବାସ୍ଥ୍ୟସେବା ମିଶନ...

୧୯ରୁ ପୁଣି କୋଭିଡ୍‌ ଟିକାକରଣ ଆରମ୍ଭ

ଭୁବନେଶର,୧୬।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ୧୯ ତାରିଖରୁ ପୁଣି କୋଭିଡ୍‌ ଟିକାଦାନ ଆରମ୍ଭ ହେବ। ନିର୍ଦ୍ଦିଷ୍ଟ ସରକାରୀ ସାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଲୋକଙ୍କୁ କୋଭିଡ୍‌ ଟିକା...

Advertisement
Archives

Model This Week