୩ ଦିନ ଖୋଲା, ୩ ଦିନ ତାଲା

ଅନୁଗୋଳ ଅଫିସ, ୭।୧୧: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଲଟ୍ରାସାଉଣ୍ଡ ପାଇଁ ଆବଶ୍ୟକ ଡାକ୍ତର ନାହାନ୍ତି। ଫଳରେ ମାସେ ହେଲା ଅଲଟ୍ରାସାଉଣ୍ଡ ସେବା ବନ୍ଦ ରହିଥିଲା। ଏବେ ଛେଣ୍ଡିପଦାରୁ ଜଣେ ଡାକ୍ତରଙ୍କୁ ଡେପୁଟେଶନରେ ଅଣାଯିବା ପରେ ଗତ ଗୁରୁବାରଠାରୁ ରୋଗୀଙ୍କ ଅଲଟ୍ରାସାଉଣ୍ଡ ଆରମ୍ଭ ହୋଇଛି। ପୂର୍ବରୁ ସପ୍ତାହରେ ୬ ଦିନ ଏହି ସେବା ଯୋଗାଇ ଦିଆଯାଉଥିବା ବେଳେ ଏବେ ମାତ୍ର ୩ ଦିନ ଅଲଟ୍ରାସାଉଣ୍ଡ କରାଯିବ। ବାକି ୩ ଦିନ ଉକ୍ତ ପ୍ରକୋଷ୍ଠରେ ତାଲା ଝୁଲାଯିବ।
ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନାମୂଲ୍ୟରେ ଏହି ସେବା ମିଳୁଥିବାରୁ ଦୈନିକ ୨୫ରୁ ୩୦ ଜଣ ଅଲଟ୍ରାସାଉଣ୍ଡ ପାଇଁ ଆସିଥାନ୍ତି। ଏମାନଙ୍କ ମଧ୍ୟରେ ଗର୍ଭବତୀଙ୍କ ସଂଖ୍ୟା ଅଧିକ ଥାଏ। ଘରୋଇ ହସ୍ପିଟାଲ କିମ୍ବା କ୍ଲିନିକ୍‌ରେ ଏଥିପାଇଁ ୭ଶହରୁ ୮ଶହ ଟଙ୍କା ପଡ଼ୁଥିବାରୁ ପ୍ରାୟତଃ ଗର୍ଭବତୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପସନ୍ଦ କରିଥାନ୍ତି। କିଛି ମାସ ପୂର୍ବରୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୪ ଜଣ ଡାକ୍ତର ଥିଲେ। ସେମାନଙ୍କ ମଧ୍ୟରୁ ଡା. ଶ୍ୟାମ ପ୍ରସାଦ ଦାଶ ଓ ଡା. ସୁଜାତା ଦାଶ ରୋଗୀଙ୍କ ଅଲଟ୍ରାସାଉଣ୍ଡ କରୁଥିଲେ। ହେଲେ କରୋନାରେ ଡା. ଶ୍ୟାମପ୍ରସାଦଙ୍କ ମୃତ୍ୟୁ ହେବା ପରେ ତାଙ୍କ ସ୍ଥାନରେ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଗଲା ନାହିଁ। ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ଡାକ୍ତର ସୁଜାତା ଦାଶ ମଧ୍ୟ ଅଲଟ୍ରାସାଉଣ୍ଡ ବନ୍ଦ କରିଦେଇଥିଲେ। ଏହାପରେ ଅକ୍ଟୋବର ୭ ତାରିଖରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ବନ୍ଦ ରହିଥିଲା। ନୂଆ ଡାକ୍ତର ନିଯୁକ୍ତି କରାଯାଇ ନ ଥିବାରୁ କେବେ ପ୍ରକୋଷ୍ଠରୁ ତାଲା ଖୋଲିବ ସେ ନେଇ କର୍ତ୍ତୃପକ୍ଷଙ୍କ ନିକଟରେ ଉତ୍ତର ନ ଥିଲା। ଅନ୍ୟପକ୍ଷରେ ସରକାରୀ ଅଲଟ୍ରାସାଉଣ୍ଡ ବନ୍ଦ ରହିବା ଜାଣି ରୋଗୀମାନେ ବାଧ୍ୟହୋଇ ବେସରକାରୀ ହସ୍ପିଟାଲ ମୁହଁା ହୋଇ ଖର୍ଚ୍ଚାନ୍ତରେ ପଡ଼ିଥିଲେ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡାକ୍ତର ଶ୍ୟାମପ୍ରସାଦଙ୍କ ମୃତ୍ୟୁ ପରେ କମ୍‌ ଡାକ୍ତରରେ ସେବା ଯୋଗାଇବା ଅସମ୍ଭବ ହୋଇପଡ଼ିଥିଲା। ଡିଏମ୍‌ଏଫ୍‌ ପାଣ୍ଠିରୁ ୨ ଜଣ ଡାକ୍ତର ନିୟୋଜିତ କରିବାକୁ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଜଣେ ଡାକ୍ତର ଡେପୁଟେଶନରେ ଆସିବା ପରେ ଏହା ଆରମ୍ଭ ହୋଇଥିଲେ ବି ସବୁଦିନେ ସେବା ଯୋଗାଇବା ସମ୍ଭବ ନୁହେଁ। ତେଣୁ ନୂଆ ଡାକ୍ତର ନିଯୁକ୍ତ ହେବା ପରେ ପୂର୍ବପରି ସପ୍ତାହକୁ ୬ ଦିନ ଅଲଟ୍ରାସାଉଣ୍ଡ କରାଯାଇପାରିବ ବୋଲି ସମ୍ପୃକ୍ତ ଅଧିକାରୀ ପ୍ରକାଶ କରିଛନ୍ତି।
ସ୍ଥାୟୀ ପ୍ରତିକାର କରାଯାଉ
ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ କାରଣରୁ ରୋଗୀମାନେ ଅନେକ ସମୟରେ ସରକାରୀ ସେବାରୁ ବଞ୍ଚିତ ରହୁଛନ୍ତି। ୧୮ ଲକ୍ଷ ଟଙ୍କାର ଅଲଟ୍ରାସାଉଣ୍ଡ ମେଶିନ ଥାଇ ମଧ୍ୟ ଲାଭ ମିଳୁନି। ଅନେକ ବେସରକାରୀ ହସ୍ପିଟାଲ ରୋଗୀଙ୍କୁ ଶୋଷଣ କରୁଥିବାରୁ ଏହାର ସ୍ଥାୟୀ ପ୍ରତିକାର କରାଯାଉ।
-ସରିତା ମିଶ୍ର, ଅନୁଗୋଳ
ଅଯଥା ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ପାଇଁ ଯନ୍ତ୍ରାଂଶ ଉପଲବ୍ଧ ରହିଛି। କିନ୍ତୁ ରୋଗୀମାନେ ନିଃଶୁଳ୍କ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ମେଡିକାଲ କର୍ତ୍ତୃପକ୍ଷ ଠିକଣା ପଦକ୍ଷେପ ନେଉ ନ ଥିବାରୁ ଘରୋଇ ମେଡିକାଲକୁ ଯାଇ ରୋଗୀମାନେ ଅଯଥାରେ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି।
-ପ୍ରତାପ ମହାପାତ୍ର, ଅନୁଗୋଳ
ପାଣ୍ଠି ଥାଇ ସେବାରେ ଅବହେଳା
ଅନୁଗୋଳ ଜିଲାର ଉନ୍ନତି ପାଇଁ ଅର୍ଥର ଅଭାବ ନାହିଁ ବୋଲି ବିଭିନ୍ନ ସମୟରେ ଶୁଣିବାକୁ ମିଳୁଛି। କିନ୍ତୁ ଏଠାରେ ଲୋକଙ୍କୁ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ହେବାକୁ ପଡ଼ୁଛି। ଡେପୁଟେଶନରେ ଡାକ୍ତର ଆଣିବା ଅପେକ୍ଷା ଜିଲା ଖଣିଜ ପାଣ୍ଠିକୁ ବିନିଯୋଗ କରି ଡାକ୍ତର ନିଯୁକ୍ତି କରାଗଲେ ସମସ୍ୟା ହୁଅନ୍ତା ନାହିଁ।
-ସଙ୍ଗୀତା ମହାନ୍ତି, ଅନୁଗୋଳ
ଗୁରୁବାରରୁ ଶନିବାର ମିଳିବ ସେବା
ଡାକ୍ତର ଅଭାବରୁ ଅଲଟ୍ରାସାଉଣ୍ଡ ବନ୍ଦ ରହିଥିଲା। ଏବେ ଛେଣ୍ଡିପଦାରୁ ଜଣେ ଡାକ୍ତରଙ୍କୁ ଡେପୁଟେଶନ୍‌ରେ ଅଣାଯାଇଛି। ତେଣୁ ପ୍ରତି ଗୁରୁବାର, ଶୁକ୍ରବାର ଓ ଶନିବାର ରୋଗୀଙ୍କୁ ଏହି ସେବା ଯୋଗାଇ ଦିଆଯିବ। ଗୁରୁବାର ୧୧ ଜଣ ଓ ଶୁକ୍ରବାର ୧୨ ଜଣ ରୋଗୀଙ୍କ ଅଲଟ୍ରାସାଉଣ୍ଡ କରାଯାଇଛି।
-ବିଶ୍ୱ ବିହାରୀ ମହାନ୍ତି, ଏଡିଏମ୍‌ଓ (ମେଡିକାଲ)


Enter your email to get our daily news in your inbox.

All Right Reserved By Dharitri.Com

ପରପାରିରେ ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌

ବରଗଡ଼ ଅଫିସ,୨୭।୩: ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ରବିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ବରଗଡ଼ ଜିଲା ବରପାଲି ନିବାସୀ...

ମୂର୍ତ୍ତି ଉଚ୍ଚତା ବଢ଼ିବ ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର,୧୦।୯(ବ୍ୟୁରୋ): ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବଢ଼ିବ ନାହିଁ। ଏନେଇ ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା। ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ...

ମୋବାଇଲ୍‌ ଗେମ୍‌ ପାଇଁ ଗଲା ଛାତ୍ରଙ୍କ ଜୀବନ

ଆନନ୍ଦପୁର,୩୦ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଇନ୍ଦୁପୁରା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ମୋବାଇଲରେ ଗେମ୍‌ ଖେଳିବାକୁ ମନା କରିବାରୁ ଜଣେ ନବମ...

ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା , ଶିକ୍ଷକ ଗିରଫ

କପ୍ତିପଦା,୧୫ା୧୦(ଡି.ଏନ୍‌.ଏ.)- ବିବାହର ପ୍ରତିଶ୍ରୁତି ଦେଇ ଜନୈକା ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ଶରତ ଥାନା ପୋଲିସ ସୋମବାର ଜଣେ ଶିକ୍ଷକଙ୍କୁ ଗିରଫ କରିଛି।...

ବର୍ଷା ସହ କୁଆପଥର ମାଡ଼

ଆସିକା,୧୮ା୪: ଗଞ୍ଜାମ ଜିଲା ଆସିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ବର୍ଷା ସହ କୁଆପଥର ମାଡ ହୋଇଥିଲା। ଗତ ୪ଦିନ ହେଲା ଅଞ୍ଚଳରେ ପ୍ରବଳ...

ସ୍କୁଲ୍‌ ଫି’ ଛାଡ଼ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୪ା୬(ବ୍ୟୁରୋ): କରୋନା କାଳରେ ଘରୋଇ ସ୍କୁଲର ଛାତ୍ରୀଛାତ୍ରଙ୍କ ଫି’ ଛାଡ଼କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଆଧାର କରି ରାଜ୍ୟ ସରକାର ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ...

ସୁରକ୍ଷିତ କରିପାରୁନି ସିସିଟିଭି

ଅନୁଗୋଳ ଅଫିସ, ୨୬।୨ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର କଳେବର ବଢ଼ୁଛି। ନୂଆ ନୂଆ ବିଭାଗ ସଂଯୋଗ ହେଉଥିବାବେଳେ ପୂରା ବ୍ୟବସ୍ଥା ଉପରେ ନଜର ରଖିବାକୁ...

ରାଜ୍ୟ ପୋଲିସରେ ୭୦୦୦ରୁ ଅଧିକ ପଦବୀ ଖାଲି, ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୨୩ା୨: ରାଜ୍ୟ ପୋଲିସରେ ଏବେ ୭ ହଜାର ପଦବୀ ଖାଲି ପଡ଼ିଛି। କନଷ୍ଟେବଳଠାରୁ ଆରମ୍ଭ କରି ଅତିରିକ୍ତ ଏସ୍‌ପି ପର୍ଯ୍ୟନ୍ତ ପଦ ଖାଲି ପଡ଼ିଥିବା...

Advertisement
Archives

Model This Week