Posted inଖେଳ

ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଷ୍ଟିଭ୍‌ ଓ୍ବଙ୍କ ଚେତାବନୀ

ମୋଲବୋର୍ନ, ୭।୧୧(ପି.ଟି.)-
ଆସନ୍ତା ଭାରତ ବିପକ୍ଷ ଘରୋଇ କ୍ରିକେଟ ସିରିଜ ଅବସରରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ ବାକ୍‌ ଯୁଦ୍ଧରେ ଲିପ୍ତ ରହିବାରୁ ନିବୃତ୍ତ ରହିବାକୁ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ଓ୍ବ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି। ଏହା କୋହଲିଙ୍କୁ ଚିନ୍ତିତ କରିବା ପରିବର୍ତ୍ତେ ଅଧିକ ମୋଟିଭେଟ କରିବ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆରେ ଭାରତ ୩ଟି ଲେଖାଏ ଟି୨୦ ଓ ଦିନିକିଆ ସହିତ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଆଡିଲେଡ୍‌ ଓଭାଲରେ ଡିସେମ୍ବର ୧୭ରେ ଦିବାରାତ୍ର ମ୍ୟାଚ ସହ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବ। ଏହାପରେ ମେଲବୋର୍ନରେ ଡିସେମ୍ବର ୨୬ରୁ, ସିଡ୍‌ନୀରେ ଜାନୁୟାରୀ ୭ରୁ ଏବଂ ଗାବାଠାରେ ଜାନୁୟାରୀ ୧୫ରୁ ପରବର୍ତ୍ତୀ ୩ ଟେଷ୍ଟ ଆରମ୍ଭ ହେବ। ସିରିଜ ପ୍ରାରମ୍ଭରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳାଯିବ। ନଭେମ୍ବର ୨୭ରୁ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ।
”ବିରାଟଙ୍କ ଭଳି ଶ୍ରେଷ୍ଠ ଖେଳାଳିଙ୍କ କ୍ଷେତ୍ରରେ ସ୍ଲେଜିଂ କାମ ଦେବନି। ଏହା ତାଙ୍କୁ କେବେହେଲେ ଚିନ୍ତିତ କରିବନାହିଁ। ଅନ୍ୟ ପକ୍ଷରେ ଏହା କେବଳ ତାଙ୍କୁ ନୁହେଁ ସମ୍ପୂର୍ଣ୍ଣ ଦଳକୁ ଭଲ ଖେଳିବା ପାଇଁ ଅଧିକ ମୋଟିଭେଟ କରିବ। ତେଣୁ ସିରିଜ ମଧ୍ୟରେ କୋହଲିଙ୍କୁ କିଛି ନ କରିବା ଭଲ ହେବ“ ବୋଲି ଷ୍ଟିଭ୍‌ ପ୍ରକାଶ କରିଛନ୍ତି। ଭାରତୀୟ ଦଳର ଗତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଘରୋଇ ଦଳ ଅଧିନାୟକ ଟିମ୍‌ ପେନ୍‌ ଓ ତାଙ୍କ ସାଥୀମାନେ କୋହଲିଙ୍କ ସହ ବାକ୍ୟ ବିନିମୟରେ ଲିପ୍ତ ରହିଥିଲେ। ଶେଷରେ ଅଷ୍ଟ୍ରେଲିଆ ମାଟିରେ ଭାରତ ସର୍ବପ୍ରଥମ ଟେଷ୍ଟ ସିରିଜ(୨-୧) ବିଜୟ ହାସଲ କରିଥିଲା। ଶେଷଥରପାଇଁ ୨୦୧୮-୧୯ରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଆସିଥିବାବେଳେ ଷ୍ଟିଭ୍‌ ସ୍ମିଥ ବଲ୍‌ ଟ୍ୟାମ୍ପରିଂ ଯୋଗୁ ବାସନ୍ଦ ହୋଇଥିଲେ। ଏଥର କୋହଲି ତାହା ସ୍ମିଥଙ୍କୁ ମନେ ପକାଇଦେଇ ପାରନ୍ତି ବୋଲି ଓ୍ବ’ ଅନୁଭବ କରୁଛନ୍ତି। କୋହଲି ଜଣେ ବିଶ୍ୱଶ୍ରେଣୀୟ ଖେଳାଳି। ଆଗାମୀ ସିରିଜରେ ସେ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସବୁଠାରୁ ପ୍ରଭାବୀ ରହିପାରନ୍ତି। ଗତଥର ଭାରତରେ ସ୍ମିଥ ଓ ତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ରହିଥିଲା। ସ୍ମିଥ ପ୍ରଭାବ ବିସ୍ତାର କରି ୩ଟି ଶତକ ହାସଲ କରିଥିବାବେଳେ କୋହଲି ତାହା କରିପାରି ନ ଥିଲେ। ଗତଥର ସ୍ମିଥ ତାଙ୍କୁ ଟପି ଯାଇଥିଲେ ବୋଲି ନିଶ୍ଚିତ ତାଙ୍କ ମନରେ ଥିବ। ତେଣୁ ଏଥର ସେ ଅଧିକରୁ ଅଧିକ ରନ ସ୍କୋର କରିବାକୁ ଚାହିଁବେ। ଯଦି ସେ ସେଥିରେ ସଫଳ ହୁଅନ୍ତି ତେବେ ଭାରତ ବିଜୟୀ ହେବା ଅନେକ ସମ୍ଭାବନା ରହିଛି“ ବୋଲି ଓ୍ବ କହିଛନ୍ତି। ୨୦୧୬-୧୭ରେ ଅଷ୍ଟ୍ରେଲିଆର ଭାରତ ଗସ୍ତ ସମୟରେ ସ୍ମିଥ ୩ଟି ଶତକ ହାସଲ କରିଥିଲେ। ତେବେ ସିରିଜକୁ ଅଷ୍ଟ୍ରେଲିଆ ୧-୨ରେ ହାରିଥିଲା।
ଜଣେ ଖେଳାଳିଭାବେ ନିଜ ଉପରେ କୋହଲିଙ୍କର ନିୟନ୍ତ୍ରଣ ରହିଛି। ତେଣୁ ତାଙ୍କ ନେତୃତ୍ୱରେ ଦଳ ବିଦେଶରେ ସିରିଜ ଜିତିବା ସେ ନିଶ୍ଚିତ ଚାହିଁବେ ବୋଲି ଓ୍ବ’ ଅନୁଭବ କରୁଛନ୍ତି। ”କୋହଲି ପୂର୍ବାପେକ୍ଷା ପରିପକ୍ୱ ହୋଇଛନ୍ତି। ପଡ଼ିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟରେ ସେ ପୂର୍ବରୁ କେତେକ ସମୟରେ ନିଜ ଉପରୁ ନିୟନ୍ତ୍ରଣ ହରାଉଥିଲେ। ମାତ୍ର ଏବେ ସେ ନିଜ ଉପରେ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ଏବଂ ଦଳକୁ ଭଲଭାବେ ପରିଚାଳନା କରି ପାରୁଛନ୍ତି। ଭାରତ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗ୍‌ରେ ରହିବାର ଯଥାର୍ଥତା ପ୍ରତିପାଦନ କରିବାକୁ ସେ ଚାହିଁବେ। ଏହା ତାଙ୍କୁ ପୂର୍ବରୁ ପହଞ୍ଚତ୍ ପାରି ନ ଥିବା ଭିନ୍ନ ଏକ ସ୍ତରକୁ ନେଇ ଯାଇପାରେ“ ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟ୍ରେନ୍‌ରେ ବଡ଼ ଧରଣର ଚଢାଉ: ୨୪ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୨୩।୬: ଫଲକନୁମା ଏକ୍ସପ୍ରେସ୍‌ ଟ୍ରେନରୁ ରବିବାର ୨୪ ଲକ୍ଷ ଜବତ ହୋଇଛି। ତେଲେଙ୍ଗାନା ପୋଲିସ ଏବଂ କଟକ ଆର୍‌ପିଏଫର ମିଳିତ ଚଢାଉରେ ବିହାରର ଦୁଇ ଯୁବକଙ୍କଠାରୁ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ଏମିତି କରିବାରେ ବିଶ୍ୱର ପ୍ରଥମ ମହିଳା ଖେଳାଳି

ବେଙ୍ଗାଲୁରୁ,୨୩ା୬:ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଟିମ...

ଆଚରଣବିଧି ଉଲ୍ଲଂଘନ: ଡେଭିଡ୍‌ଙ୍କ ନାଁରେ ଯୋଗ ହେଲା ଡିସିପ୍ଲିନାରି ଡିମେରିଟ୍‌ ପଏଣ୍ଟ

ସେଣ୍ଟ ଲୁସିଆ,୨୩ା୬: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସୁପର-୮ ଗ୍ରୁପ୍‌-୨ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟର ଡେଭିଡ୍‌ ମିଲର ଆଇସିସି ଆଚରଣବିଧି...

ଅଲିମ୍ପିକ୍ସରେ ଚମକ ଦେଖାଇବେ ଭାଜପା ବିଧାୟିକା

ପାଟନା,୨୩।୬: ବିହାରର ଭାଜପା ବିଧାୟିକା ତଥା ଶୁଟର୍‌ ଶ୍ରେୟାସୀ ସିଂ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ସେ...

ଅଲମ୍ପିକ୍ସ ପୂର୍ବରୁ ବଜରଙ୍ଗ ପୁନିଆଙ୍କୁ ନିଲମ୍ବନ କଲା ନାଡା

ନୂଆଦିଲ୍ଲୀ,୨୩।୬: ଅଲମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ପୁଣି ନିଲମ୍ବନ କରିଛି ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା)। ଗତ କିଛି ଦିନ ମଧ୍ୟରେ...

ଅଷ୍ଟ୍ରେଲିଆକୁ ଚିତ୍‌ପଟାଙ୍ଗ୍‌ କରିବା ପରେ ଏମିତି କହିଲେ ଆଫଗାନିସ୍ତାନ ଅଧିନାୟକ

ଆଣ୍ଟିଗୁଆ,୨୩।୬: ଟି-୨୦ ବିଶ୍ୱକପ ୨୦୨୪ର ୪୮ତମ ମ୍ୟାଚରେ ଏପରି କିଛି ଘଟିଛି ଯାହା ବୋଧହୁଏ କେହି ଆଶା କରି ନ ଥିବେ। ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ୨୧...

ଯାହା ଯୁବରାଜ କରିପାରି ନ ଥିଲେ, ତାହା କରିଦେଖାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

ଆଣ୍ଟିଗୁଆ,୨୩।୬: ଟି-୨୦ ବିଶ୍ୱକପ ୨୦୨୪ରେ ଭାରତ ସୁପର-୮ ମ୍ୟାଚରେ ବାଂଲାଦେଶକୁ ୫୦ ରନରେ ପରାସ୍ତ କରିଛି। ଏହି ବିଜୟରେ ଭାରତର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା...

୪୫ ଦେଶ ବିପକ୍ଷରେ ବିଜୟ ହାସଲ କଲେଣି ଆଫଗାନିସ୍ତାନର ଏହି ଖେଳାଳି

ନୂଆଦିଲ୍ଲୀ,୨୩।୬: ଚଳିତ ଟି୨୦ ବିଶ୍ୱକପରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଦଳ ପୂର୍ବରୁ ଲିଗ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡକୁ ହରାଇସାରିଛି। ତେବେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri