୩ ଦିନିଆ ଯୁବ ନେତୃତ୍ୱ ପ୍ରଶିକ୍ଷଣ : ରାଷ୍ଟ୍ର ଗଠନରେ ଏନଏସ୍‌ଏସ୍‌ ସ୍ବେଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଆସିକା/ଭଞ୍ଜନଗର,୪/୧୧(ସୁରେନ୍ଦ୍ର ନାଥ ସାହୁ/ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସ୍ତରୀୟ ୩ ଦିନିଆ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ମଙ୍ଗଳବାର କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର କଲେଜରେ ଉଦ୍‌ଘାଟିତ ହୋଇଯାଇଛି। ଉତ୍ସବକୁ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଛାତ୍ରୀଛାତ୍ରମାନେ ସମାଜସେବାରେ ଲିପ୍ତ ରହନ୍ତୁ। ଉତ୍ତର ଘୁମୁସର ବନଖଣ୍ଡରେ ୨୨ ବର୍ଗ କିଲୋମିଟର ଜଙ୍ଗଲ ଇତିମଧ୍ୟରେ ବୃଦ୍ଧି ପାଇଛି। ଦକ୍ଷିଣ ଘୁମୁସର ବନଖଣ୍ଡରେ ୨୨ ଏବଂ ବ୍ରହ୍ମପୁର ବନଖଣ୍ଡରେ ୮ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢୁଛି। ଆଗାମୀ ଦିନରେ ଅନ୍ୟ ସହରରେ ମଧ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡିବ। ହାତୀ ସମେତ ସମସ୍ତ ବନ୍ୟପ୍ରାଣୀର ମଧ୍ୟ ସୁରକ୍ଷା କରିବାକୁ ପଡିବ। ତେଣୁ ଆମେ ସମସ୍ତେ ଜଣେ ଜଣେ ପରିବେଶ ଯୋଦ୍ଧା ଭାବେ କାର୍ଯ୍ୟ କରିବାକୁ ଡିଧ୍‌ଏଫ ଓ ମହାନ୍ତି ଆହ୍ବାନ କରିଥିଲେ।

ବରିଷ୍ଠ ସ୍ବେଛାସେବୀ ମଧୁସୂଦନ ଦାସ, ବ୍ରହ୍ମପୁର ବିଶବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିକାରୀ ଡ. ଜୟନ୍ତ କୁମାର ପଣ୍ଡା, ଜିଲା କାର୍ଯ୍ୟକ୍ରମ ଅଧିକାରୀ ଗଣେଶ ସାହୁ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ ବିକଶିତ ଭାରତର ସର୍ବାଙ୍ଗୀନ ଉନ୍ନତି ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଜାତୀୟ ସେବା ଯୋଜନା ସ୍ବେଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। କାରଣ ସେମାନେ ଦେଶର ଆଗାମୀ ଭବିଷ୍ୟତ। ତେଣୁ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ଏହି ଜଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ନିଶ୍ଚିତ ସାହାର୍ଯ୍ୟ କରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏଥିସହ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ସାହାଯ୍ୟ ମନୋବୃତ୍ତି, ସର୍ବୋପରି ନିଃସାର୍ଥପର ଭାବେ ସେବା କରି ଅନ୍ୟର ହୃଦୟକୁ ଜିତିବା ହେଉଛି ଆମ ସମସ୍ତଙ୍କ କର୍ତ୍ତବ୍ୟ। ତେଣୁ ସ୍ବାମୀ ବିବେକା ନନ୍ଦଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଅତିଥିମାନେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ। କଲେଜ ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ସଭାରେ ଅଧ୍ୟକ୍ଷତା କରିଥିଲେ। ଅଧ୍ୟାପକ ଉଦିତ ନାରାୟଣ ଦାସ ସ୍ବାଗତ ଭାଷଣ ଦେଇଥିଲେ ।

ଜାତୀୟ ସେବା ଯୋଜନା ଅଧିକାରୀ ସିଲୁ ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶିବିରରେ ଜଲାର ବିଭିନ୍ନ କଲେଜରୁ ବହୁ ସ୍ବେଚ୍ଛାସେବୀ ଯୋଗ ଦେଇଛନ୍ତି। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଜାତୀୟ ସେବା ଯୋଜନା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ଏବଂ କେନ୍ଦୂପଦର ଜାତୀୟ ସେବା ଯୋଜନାର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଚାଲିଛି।

ଏହି ଅବସରରେ ଜଗନ୍ନାଥପ୍ରସାଦ କଲେଜ ଯୋଜନା ଅଧିକାରୀ ଡ.ପ୍ରମୋଦ ଚୌଧୁରୀ, ବୁଗୁଡ଼ା କଲେଜର ରବୀନ୍ଦ୍ର ନାଥ ପୋଲେଇ, ଗାଲେରୀ ଯୋଜନା ଅଧିକାରୀ ଦୁର୍ଗା ମାଧବ ଦାସ, ବେଲଗୁଣ୍ଠାର ପିଙ୍କି ପାତ୍ର, ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସସ୍ମିତା ଦାସ, ବି ପ୍ରଧାନ, ପୋଲସରା କଲେଜର ଶେଖ ଫରିଦ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ଜୟଲକ୍ଷ୍ମୀ ରଥ, କ୍ଷେତ୍ରୀୟବରପୁର କଲେଜର ସୀମାଞ୍ଚଳ ମହାପାତ୍ର, ଆସ୍କା କଲେଜର ଚିତ୍ରସେନ ବେହେରା, ସୋରଡା କଲେଜର ଡ ହୃଷୀକେଶ ପାଣିଗ୍ରାହୀ, ଖେମୁଣ୍ଡି କଲେଜର ଗୋପୀନାଥ ଦାସ, ବାଲିପଦର କଲେଜର ମିନତି ଆଚାର୍ଯ୍ୟ, ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଆସିକାର ଡ.ଜୟପ୍ରଦା ମହାପାତ୍ର, ବିଡିପୁର କଲେଜର ସୁଧିର କୁମାର ପଟ୍ଟନାୟକ, ଦିଗପହଣ୍ଡି ବିଜୁ ପଟ୍ଟନାୟକ ମହିଳା କଲେଜର ଜାତୀୟ ସେବା ଯୋଜନା ଅଧିକାରୀଣି ଡ. ସୁଜାତା କୁମାରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦୁପଦର କଲେଜର ଅଧ୍ୟାପିକା ସ୍ବପ୍ନରାଣୀ ପଟ୍ଟନାୟକ, ଶୁଭଶ୍ରୀ ସାହୁ, ରାଜେଶ୍ୱରି ରଥ, ସୁଜାତା ଟେଟେ, କେ ସ୍ମିତା ପାତ୍ର, ଯାଜ୍ଞସିନି ପ୍ରଧାନ, ଅଧ୍ୟାପକ ଅଜିତ କୁମାର ମୁଖି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?