Posted inଖେଳ

ସାବାଲେଙ୍କାଙ୍କୁ କ୍ରମାଗତ ୩ ଟାଇଟଲ

ଆବୁଧାବି, ୧୪।୧(ଏପି)- ଆବୁଧାବି ଓପନ ଫାଇନାଲରେ ଭେରୋନିକା କୁଦର୍ମେଟୋଭାଙ୍କୁ ୬-୨, ୬-୨ ସେଟ୍‌ରେ ହରାଇ ଆର୍ୟନା ସାବାଲେଙ୍କା ଟାଇଟଲ ହାସଲ କରିଛନ୍ତି। ଆବୁଧାବି ଟୁର୍‌ରେ କ୍ରମାଗତ ୩ ଟାଇଟଲ ଜିତି ହ୍ୟାଟ୍ରିକ ଅର୍ଜନ କରିଛନ୍ତି ଏହି ବେଲାରୁଷ ମହିଳା ଖେଳାଳି। ଏଥିସହ ସେ କ୍ରମାଗତ ୧୫ ମ୍ୟାଚ ଜିତିବାର ମଧ୍ୟ ସୌଭାଗ୍ୟ ପାଇଛନ୍ତି। ଗତ ସିଜନ ଶେଷରେ ୪ର୍ଥ ସିଡ୍‌ ସାବାଲେଙ୍କା ପୂର୍ବରୁ ଓଷ୍ଟ୍ରାଭା ଓ ଲିଞ୍ଜ୍‌ରେ ଇନ୍‌ଡୋର ଟୁର୍ନାମେଣ୍ଟ ଜିତିଥିଲେ। ଶେଷଥରପାଇଁ ସେ ଗତ ଅକ୍ଟୋବରରେ ଫ୍ରେଞ୍ଚ୍‌ ଓପନ ୪ର୍ଥ ରାଉଣ୍ଡରେ ପରାଜିତ ହୋଇଥିଲେ। ନିକଟରେ ପ୍ରକାଶିତ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୭ମ ସ୍ଥାନକୁ ଉନ୍ନୀତ ହୋଇଥିବା ସାବାଲେଙ୍କାଙ୍କ କ୍ୟାରିୟର ଫାଇନାଲ ରେକର୍ଡ ୯-୪ରେ ପହଞ୍ଚତ୍ଛି। ଗତ ୧୬ ମାସରେ ତାଙ୍କର ଫାଇନାଲ ରେକର୍ଡ ୬-୦ ରହିଛି। କୁଦର୍ମେଟୋଭା କ୍ୟାରିୟରର ପ୍ରଥମ ଟୁର୍‌ ଫାଇନାଲ ଖେଳିଥିଲେ। ଆସନ୍ତା ଫେବୃୟାରୀରେ ହେବାକୁଥିବା ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ପୂର୍ବରୁ ଅଧିକରୁ ଅଧିକ ମ୍ୟାଚ ପ୍ରାକ୍ଟିସ ପାଇଁ ଡବ୍ଲ୍ୟୁଟିଏ ପକ୍ଷରୁ ଆବୁଧାବିରେ ଟୁର୍ନାମେଣ୍ଟମାନ ଆୟୋଜନ କରାଯାଉଛି। ଉଭୟଳ ସାବାଲେଙ୍କା ଓ କୁଦର୍ମେଟୋଭା ଏବେ ଅଷ୍ଟ୍ରେଲିଆ ଯିବେ। ସେଠାରେ କ୍ୱାରାଣ୍ଟାଇନରେ ରହିବାପରେ ଅଷ୍ଟ୍ରେଲିଆନ ଓପନ ଏବଂ ଓ୍ବାର୍ମଅପ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଇ ରାଜ୍ୟରେ ଖେଳାଯାଇପାରେ ପୂରା ଆଇପିଏଲ୍‌

ମୁମ୍ବାଇ,୩୦।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ପୂରା ସଂସ୍କରଣକୁ ମହାରାଷ୍ଟ୍ର ଓ ଗୁଜରାଟରେ ଆୟୋଜନ କରିବାକୁ ଯୋଜନା କରୁଛି ବିସିସିଆଇ। “ବର୍ତ୍ତମାନ ବୋର୍ଡ ସମସ୍ତ...

ଏସ୍‌ଆର୍‌ଏଚ୍‌  ବିଜୟୀ…

ମୁମ୍ବାଇ, ୧୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୫ ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିଜୟ...

ବିଶ୍ୱ ରେକର୍ଡ ସାଙ୍ଗକୁ କପିଲ ଦେବଙ୍କୁ ପଛରେ ପକାଇଲେ

ମୋହାଲି,୫।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି । ପ୍ରଥମ ଇନିଂସରେ ଅପରାଜିତ ୧୭୫ ରନ୍‌ର ଇନିଂସ...

‘ ମୋ ସମୟରେ ଟେଷ୍ଟ ଚାମ୍ପିୟନଶିପ୍‌ ହୋଇଥାନ୍ତା କି’

ଦୁବାଇ, ୨|୮-ମୋ ସମୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ହୋଇଥାନ୍ତା କି, ମୋ ମନରେ ବର୍ତ୍ତମାନ ଏ ବିଷୟ ଉଙ୍କି ମାରୁଛି। ଏକଥା କହିଛନ୍ତି, ଅଷ୍ଟ୍ରେଲିଆ କ୍ରିକେଟ...

ମେଓ୍ବେଦରଙ୍କ ପୂର୍ବତନ ବାନ୍ଧବୀଙ୍କ ମୃତଦେହ ଉଦ୍ଧାର

ଲାସ୍‌ ଏଞ୍ଜେଲ୍ସ, ୧୨।୩ (ଏଏଫ୍‌ପି)- ବକ୍ସିଂ ସୁପର୍‌ଷ୍ଟାର ଫ୍ଲଏଡ୍‌ ମେଓ୍ବେଦରଙ୍କ ପୂର୍ବତନ ବାନ୍ଧବୀ ଜୋସିଏ ହାରିସଙ୍କ ମୃତଦେହ କାର୍ଲିଫୋନିଆର ଭାଲେନସିଆସ୍ଥିତ ତାଙ୍କ ଘରେ ଥିବା କାର୍‌...

ବୟସଜନିତ ପ୍ରଶ୍ନକୁ ନେଇ ହରଭଜନଙ୍କ ଜବାବ: ହଁ, ମୁଁ ଏବେ ୨୦ ବର୍ଷର ନୁହେଁ; ସ୍ତ୍ରୀ କହିଲେ ମୋତେ ଖେଳିବା ଉଚିତ…

ନୂଆଦିଲ୍ଲୀ,୧।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ପକ୍ଷରୁ ଖେଳିବାକୁ ଯାଉଛନ୍ତି ଅଫ୍‌ ସ୍ପିନର ହରଭଜନ ସିଂ। ୪୦ ବର୍ଷୀୟ ଏହି କ୍ରିକେଟର ଗତ...

ଅଲିମ୍ପିକ୍ସ ପୁରୁଷ ସିଙ୍ଗଲ୍ସ ଟେନିସ୍‌ରେ ଜେଭେରେଭଙ୍କୁ ସ୍ବର୍ଣ୍ଣ

ଟୋକିଓ,୨।୮: ଜର୍ମାନୀର ଆଲେକଜାଣ୍ଡର ଜେଭେରେଭ ଟୋକିଓ ଅଲିମ୍ପିକ୍ସ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ବିଶ୍ୱର ୫...

ଆଡ୍ରିଆ ଟୁର୍‌ ଚ୍ୟାରିଟି ଟେନିସ: ଜୋକୋଭିଚ୍‌ଙ୍କ ଡବଲ ପରାଜୟ

ବେଲଗ୍ରେଡ, ୧୫।୬: ଏଠାରେ ଆରମ୍ଭ ହୋଇଥିବା ଆଡ୍ରିଆ ଟୁର୍‌ ଚ୍ୟାରିଟି ଟେନିସ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ଅନୁଷ୍ଠିତ ୨ଟିଯାକ ମ୍ୟାଚ ହାରି ଯାଇଛନ୍ତି ବିଶ୍ୱର ନମ୍ବରଓ୍ବାନ...

Advertisement
Archives

Model This Week