୮ ଶ୍ରେଣୀକୁ ୩ କ୍ଲାସ ରୁମ୍‌, ୪ ଶିକ୍ଷକ

ଦାରିଙ୍ଗବାଡି,୨୮ା୧୦(ଡି.ଏନ.ଏ.): ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ଏକମାତ୍ର ସେବାଶ୍ରମ ନାହିଁ ନାହିଁରେ ଚାଲିଛି। ଉକ୍ତ ସେବାଶ୍ରମରେ ୧୩୦ ଛାତ୍ରୀ ଏବଂ ୪୦ ଛାତ୍ର ଛାତ୍ରାବାସରେ ରହି ଶିକ୍ଷା ପ୍ରାପ୍ତ କରୁଥିବା ବେଳେ ପ୍ରାୟ ଶହେ ପାଖାପାଖି ଦିବାଧ୍ୟାୟୀ ଛାତ୍ରୀଛାତ୍ର ପଞ୍ଚାୟତର ବିଭିନ୍ନ ଗାଁରୁ ଆସି ସେଠାରେ ଶିକ୍ଷା ପ୍ରାପ୍ତ କରୁଛନ୍ତି। ହେଲେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମାତ୍ର ୩ ଶ୍ରେଣୀ ଗୃହ ରହିଥିବା ବେଳେ ୪ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି। ସେମାନଙ୍କ ମଧ୍ୟରେ ଜିଲା ମଙ୍ଗଳ ବିଭାଗ ଦ୍ୱାରା ଦୁଇଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ରହିଛନ୍ତି। ଅନ୍ୟ ଦୁଇ ଶିକ୍ଷକ ଶିକ୍ଷା ବିଭାଗରେ ରହିଥିବା ବେଳେ ସେହି ମଧ୍ୟରେ ଜଣେ ବହୁଭାଷୀ ଶିକ୍ଷକ ରହିଛନ୍ତି। ଶେବାଶ୍ରମରେ ଅଧିକା ଛାତ୍ରୀ ପାଠପଢିବା ସହ ଛାତ୍ରାବାସରେ ରହୁଥିଲେ ସୁଦ୍ଧା ତାଙ୍କୁ ଶିକ୍ଷାଦାନ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ ରହିଛନ୍ତି। ଅଧିକା ଶିକ୍ଷୟିତ୍ରୀଙ୍କ ସହ ବିଜ୍ଞାନ ଶିକ୍ଷକ, ଖେଳ ପଡିଆ, ଅତିରିକ୍ତ ଶ୍ରେଣୀକୋଠା, ଆବଶ୍ୟକ ବ୍ୟବସ୍ଥା କରାଗଲେ ସେବାଶ୍ରମରେ ପାଠପଢା ସ୍ବାଭାବିକ ହୋଇପାରିବ ବୋଲି ଛାତ୍ରୀଛାତ୍ର ଏବଂ ଗ୍ରାମବାସୀ କହିଛନ୍ତି। ଏ ନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଜଣାଇଛନ୍ତି। ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ମହାନାୟକ କହିଛନ୍ତି ଯେ ୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରୁ ଜଣେ ବହୁଭାଷୀ ଶିକ୍ଷକ ରହିଛନ୍ତି ବିଜ୍ଞାନ ଶିକ୍ଷକ ଜରୁରୀ ଥିବା ବେଳେ ଅଧିକା ଛାତ୍ରୀ ଅଧ୍ୟୟନ କରୁଥିବାରୁ ଆହୁରି ଶିକ୍ଷୟିତ୍ରୀ ନିଯୁକ୍ତି କଲେ ପିଲାଙ୍କ ପାଠପଢାରେ ଉନ୍ନତି ହୋଇପାରିବ ବୋଲି କହିଛନ୍ତି। ଏ ନେଇ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର କହିଛନ୍ତି ଯେ ସେ ଉକ୍ତ ସେବାଶ୍ରମରେ ରହିଥିବା ସମସ୍ୟା ସମ୍ପର୍କରେ ଅବଗତ ରହିଛନ୍ତି। ଏହାର ସମାଧାନ ପାଇଁ ସେ ଜିଲା ପ୍ରଶାସନଙ୍କୁ ଜଣାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?