Posted inଜାତୀୟ

୪ ମାସରେ ୩ ମୁଖ୍ୟମନ୍ତ୍ରୀ

ଡେରାଡୁନ, ୪।୭: ଉତ୍ତରାଖଣ୍ଡ ୪ ମାସ ମଧ୍ୟରେ ତୃତୀୟ ମୁଖ୍ୟମନ୍ତ୍ରୀ ଦେଖିବାକୁ ଯାଉଛି। ଭାଜପା ବିଧାୟକ ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଶନିବାର ଭାଜପା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରବିବାର ସେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
ନଭେମ୍ବର ୯ରେ ଉତ୍ତରପ୍ରଦେଶରୁ ଅଲଗା ହୋଇ ଉତ୍ତରାଖଣ୍ଡ ରାଜ୍ୟ ସୃଷ୍ଟି ହୋଇଥିଲା। ଏହି ୨୧ ବର୍ଷ ମଧ୍ୟରେ ସେଠାରେ ୯ ଜଣ ମୁଖ୍ୟମନ୍ତ୍ରୀ ହେଲେଣି। ଗତ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ତିରଥ ସିଂ ରାଓ୍ବତ ୪ ମାସରୁ କମ୍‌ ସମୟ ମଧ୍ୟରେ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଉତ୍ତରାଖଣ୍ଡରେ ସବୁଠୁ କମ୍‌ ଦିନ କ୍ଷମତାରେ ରହିଥିବା ମୁଖ୍ୟମନ୍ତ୍ରୀ। ତିରଥ ବିଧାୟକ ନ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ସେପ୍ଟେମ୍ବର ୧୦ ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବା ଆବଶ୍ୟକ ଥିଲା। ତେବେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ନିର୍ବାଚନ କମିଶନ ଉପନିର୍ବାଚନ ଘୋଷଣା କରିବା ନେଇ ଅନିଶ୍ଚିତତା ରହିଥିବାରୁ ତିରଥ ଇସ୍ତଫା ଦେଲେ ବୋଲି କୁହାଯାଉଛି। ତେବେ ତିରଥ କ୍ଷମତାରୁ ଯିବା ପଛରେ ଅନ୍ୟ କାରଣ ରହିଥିବା ଚର୍ଚ୍ଚା ହେଉଛି। ସେ କ୍ଷମତାକୁ ଆସିବା ପରେ ବିଭିନ୍ନ ବିବାଦର ସମ୍ମୁଖୀନ ହୋଇଥିଲେ। ବିଭିନ୍ନ ସମୟରେ ନିଜ ମନ୍ତବ୍ୟକୁ ନେଇ ସେ ବିବାଦୀୟ ହୋଇଯାଉଥିଲେ। ଚିରା ଜିନ୍ସ ପିନ୍ଧୁଥିବା ମହିଳା ସଂସ୍କାରୀ ନୁହନ୍ତି କହିବା, କୁମ୍ଭମେଳାରେ ଯୋଗଦେଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆର୍‌ଟି-ପିସିଆର୍‌ ପରୀକ୍ଷା ଜରୁରୀ ନୁହେଁ ବୋଲି ଘୋଷଣା କରିବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନଙ୍କ ସହ ତୁଳନା କରିବା, ବ୍ରିଟେନ ନୁହେଁ ଆମେରିକା ଭାରତକୁ ୨୦୦ ବର୍ଷ ଶାସନ କରିଥିଲା ବୋଲି କହିବା ତାଙ୍କୁ ବିବାଦ ଘେରକୁ ନେଇଥିଲା। ଏହା ବ୍ୟତୀତ ତାଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ତ୍ରିଭେନ୍ଦ୍ର ସିଂ ରାଓ୍ବତ୍‌ ନେଇଥିବା କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ତିରଥ ବଦଳାଇ କିମ୍ବା ସେଥିରେ ସଂଶୋଧନ ଆଣି ବିବାଦୀୟ ହୋଇଥିଲେ। ସେହିପରି ତ୍ରିଭେନ୍ଦ୍ରଙ୍କ ସମୟରେ ନିଯୁକ୍ତ ହୋଇଥିବା ୮୦ରୁ ଊର୍ଦ୍ଧ୍ୱ ମନ୍ତ୍ରୀ ର଼୍ୟାଙ୍କର ପଦାଧିକାରୀଙ୍କୁ ତିରଥ ବିଦା କରିଦେଇଥିଲେ। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଭାବମୂର୍ତ୍ତି ସୁଧାରିବା ଓ ଜାତି ଆଞ୍ଚଳିକ ସମୀକରଣରେ ସନ୍ତୁଳନ ଆଣିବା ଲାଗି ଭାଜପା କେନ୍ଦ୍ରୀୟ ନେତୃତ୍ୱ ତିରଥଙ୍କୁ ବିଦା କରିଥିବା କୁହାଯାଉଛି।

ଓଏସ୍‌ଡିରୁ ଉତ୍ତରାଖଣ୍ଡ ମୁଖ୍ୟ

ପୁଷ୍କର ସିଂ ଧାମି ଉଧାମସିଂ ନଗର ଜିଲାର ଖାତିମା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ଏଥିସହିତ ସେ ଭାଜପା ରାଜ୍ୟ ଉପାଧ୍ୟକ୍ଷ ଅଛନ୍ତି। ୪୫ ବର୍ଷୀୟ ଏହି ନେତା ପୂର୍ବରୁ କେବେ ମନ୍ତ୍ରୀ ହୋଇ ନ ଥିବାବେଳେ ଏକାଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୧୯୭୫ରେ ପିଥାରାଗଡ଼ ଜିଲାରେ ଜନ୍ମଗ୍ରହଣ କରିଥିବା ଧାମି ଜଣେ ଆଇନ ସ୍ନାତକ। ଦୀର୍ଘ ୩୩ ବର୍ଷ ଧରି ଆର୍‌ଏସ୍‌ଏସ୍‌ ଏବଂ ଏହାର ସ୍ବୀକୃତିପ୍ରାପ୍ତ ସଂଗଠନଗୁଡ଼ିକରେ କାର୍ଯ୍ୟ କରିଛନ୍ତି। ସେ ୧୦ ବର୍ଷ ଏବିଭିପି ସଦସ୍ୟ ରହିଥିଲାବେଳେ ଉତ୍ତରପ୍ରଦେଶର ଅଓ୍ବଧ ପ୍ରାନ୍ତ ପାଇଁ କାର୍ଯ୍ୟ କରିଥିଲେ। ୨୦୦୨ରୁ ୨୦୦୮ ସେ ଉତ୍ତରାଖଣ୍ଡ ଭାଜପା ଯୁବମୋର୍ଚ୍ଚା ସଭାପତି ଥିଲେ। ୨୦୦୧ରୁ ୨୦୦୨ ସେ ତତ୍କାଳୀନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭଗତ ସିଂ କୋଶିୟାରୀଙ୍କ ଓଏସ୍‌ଡି ନିଯୁକ୍ତ ହୋଇଥିଲେ। ଏଥିସହିତ ସେ ରାଜ୍ୟର ଅର୍ବାନ ମନିଟରିଂ କମିଟି ଉପାଧ୍ୟକ୍ଷ ରହିଥିଲେ।
ଠାକୁର ସମ୍ପ୍ରଦାୟର ହୋଇଥିବାରୁ ଭାଜପା ତାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରି ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଜାତି ଓ ଆଞ୍ଚଳିକ ସମୀକରଣରେ ସନ୍ତୁଳନ ଆଣିବାକୁ ଉଦ୍ୟମ କରିଥିବା କୁହାଯାଉଛି। ଉତ୍ତରାଖଣ୍ଡ ଭୋଟ ତିନୋଟି ଫ୍ୟାକ୍ଟରକୁ ନେଇ ବିଭାଜିତ ହୋଇଥାଏ। ତାହା ହେଲା କୁମାଓନ୍‌ ବନାମ ଗଡ଼ଓ୍ବାଲ ଅଞ୍ଚଳ, ଠାକୁର ବନାମ ବ୍ରାହ୍ମଣ ଏବଂ ପାର୍ବତ୍ୟାଞ୍ଚଳ ଓ ସମତଳ। ଭାଜପା ରାଜ୍ୟ ସଭାପତି ମଦନ କୌଶିକ ହରିଦ୍ୱାରର ବ୍ରାହ୍ମଣ ହୋଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଠାକୁର ସମ୍ପ୍ରଦାୟର ଏବଂ ଗଡ଼ଓ୍ବାଲ ଅଞ୍ଚଳର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri