Posted inଜାତୀୟ

୪ ମାସରେ ୩ ମୁଖ୍ୟମନ୍ତ୍ରୀ

ଡେରାଡୁନ, ୪।୭: ଉତ୍ତରାଖଣ୍ଡ ୪ ମାସ ମଧ୍ୟରେ ତୃତୀୟ ମୁଖ୍ୟମନ୍ତ୍ରୀ ଦେଖିବାକୁ ଯାଉଛି। ଭାଜପା ବିଧାୟକ ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଶନିବାର ଭାଜପା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରବିବାର ସେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
ନଭେମ୍ବର ୯ରେ ଉତ୍ତରପ୍ରଦେଶରୁ ଅଲଗା ହୋଇ ଉତ୍ତରାଖଣ୍ଡ ରାଜ୍ୟ ସୃଷ୍ଟି ହୋଇଥିଲା। ଏହି ୨୧ ବର୍ଷ ମଧ୍ୟରେ ସେଠାରେ ୯ ଜଣ ମୁଖ୍ୟମନ୍ତ୍ରୀ ହେଲେଣି। ଗତ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ତିରଥ ସିଂ ରାଓ୍ବତ ୪ ମାସରୁ କମ୍‌ ସମୟ ମଧ୍ୟରେ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଉତ୍ତରାଖଣ୍ଡରେ ସବୁଠୁ କମ୍‌ ଦିନ କ୍ଷମତାରେ ରହିଥିବା ମୁଖ୍ୟମନ୍ତ୍ରୀ। ତିରଥ ବିଧାୟକ ନ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ସେପ୍ଟେମ୍ବର ୧୦ ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବା ଆବଶ୍ୟକ ଥିଲା। ତେବେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ନିର୍ବାଚନ କମିଶନ ଉପନିର୍ବାଚନ ଘୋଷଣା କରିବା ନେଇ ଅନିଶ୍ଚିତତା ରହିଥିବାରୁ ତିରଥ ଇସ୍ତଫା ଦେଲେ ବୋଲି କୁହାଯାଉଛି। ତେବେ ତିରଥ କ୍ଷମତାରୁ ଯିବା ପଛରେ ଅନ୍ୟ କାରଣ ରହିଥିବା ଚର୍ଚ୍ଚା ହେଉଛି। ସେ କ୍ଷମତାକୁ ଆସିବା ପରେ ବିଭିନ୍ନ ବିବାଦର ସମ୍ମୁଖୀନ ହୋଇଥିଲେ। ବିଭିନ୍ନ ସମୟରେ ନିଜ ମନ୍ତବ୍ୟକୁ ନେଇ ସେ ବିବାଦୀୟ ହୋଇଯାଉଥିଲେ। ଚିରା ଜିନ୍ସ ପିନ୍ଧୁଥିବା ମହିଳା ସଂସ୍କାରୀ ନୁହନ୍ତି କହିବା, କୁମ୍ଭମେଳାରେ ଯୋଗଦେଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆର୍‌ଟି-ପିସିଆର୍‌ ପରୀକ୍ଷା ଜରୁରୀ ନୁହେଁ ବୋଲି ଘୋଷଣା କରିବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନଙ୍କ ସହ ତୁଳନା କରିବା, ବ୍ରିଟେନ ନୁହେଁ ଆମେରିକା ଭାରତକୁ ୨୦୦ ବର୍ଷ ଶାସନ କରିଥିଲା ବୋଲି କହିବା ତାଙ୍କୁ ବିବାଦ ଘେରକୁ ନେଇଥିଲା। ଏହା ବ୍ୟତୀତ ତାଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ତ୍ରିଭେନ୍ଦ୍ର ସିଂ ରାଓ୍ବତ୍‌ ନେଇଥିବା କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ତିରଥ ବଦଳାଇ କିମ୍ବା ସେଥିରେ ସଂଶୋଧନ ଆଣି ବିବାଦୀୟ ହୋଇଥିଲେ। ସେହିପରି ତ୍ରିଭେନ୍ଦ୍ରଙ୍କ ସମୟରେ ନିଯୁକ୍ତ ହୋଇଥିବା ୮୦ରୁ ଊର୍ଦ୍ଧ୍ୱ ମନ୍ତ୍ରୀ ର଼୍ୟାଙ୍କର ପଦାଧିକାରୀଙ୍କୁ ତିରଥ ବିଦା କରିଦେଇଥିଲେ। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଭାବମୂର୍ତ୍ତି ସୁଧାରିବା ଓ ଜାତି ଆଞ୍ଚଳିକ ସମୀକରଣରେ ସନ୍ତୁଳନ ଆଣିବା ଲାଗି ଭାଜପା କେନ୍ଦ୍ରୀୟ ନେତୃତ୍ୱ ତିରଥଙ୍କୁ ବିଦା କରିଥିବା କୁହାଯାଉଛି।

ଓଏସ୍‌ଡିରୁ ଉତ୍ତରାଖଣ୍ଡ ମୁଖ୍ୟ

ପୁଷ୍କର ସିଂ ଧାମି ଉଧାମସିଂ ନଗର ଜିଲାର ଖାତିମା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ଏଥିସହିତ ସେ ଭାଜପା ରାଜ୍ୟ ଉପାଧ୍ୟକ୍ଷ ଅଛନ୍ତି। ୪୫ ବର୍ଷୀୟ ଏହି ନେତା ପୂର୍ବରୁ କେବେ ମନ୍ତ୍ରୀ ହୋଇ ନ ଥିବାବେଳେ ଏକାଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୧୯୭୫ରେ ପିଥାରାଗଡ଼ ଜିଲାରେ ଜନ୍ମଗ୍ରହଣ କରିଥିବା ଧାମି ଜଣେ ଆଇନ ସ୍ନାତକ। ଦୀର୍ଘ ୩୩ ବର୍ଷ ଧରି ଆର୍‌ଏସ୍‌ଏସ୍‌ ଏବଂ ଏହାର ସ୍ବୀକୃତିପ୍ରାପ୍ତ ସଂଗଠନଗୁଡ଼ିକରେ କାର୍ଯ୍ୟ କରିଛନ୍ତି। ସେ ୧୦ ବର୍ଷ ଏବିଭିପି ସଦସ୍ୟ ରହିଥିଲାବେଳେ ଉତ୍ତରପ୍ରଦେଶର ଅଓ୍ବଧ ପ୍ରାନ୍ତ ପାଇଁ କାର୍ଯ୍ୟ କରିଥିଲେ। ୨୦୦୨ରୁ ୨୦୦୮ ସେ ଉତ୍ତରାଖଣ୍ଡ ଭାଜପା ଯୁବମୋର୍ଚ୍ଚା ସଭାପତି ଥିଲେ। ୨୦୦୧ରୁ ୨୦୦୨ ସେ ତତ୍କାଳୀନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭଗତ ସିଂ କୋଶିୟାରୀଙ୍କ ଓଏସ୍‌ଡି ନିଯୁକ୍ତ ହୋଇଥିଲେ। ଏଥିସହିତ ସେ ରାଜ୍ୟର ଅର୍ବାନ ମନିଟରିଂ କମିଟି ଉପାଧ୍ୟକ୍ଷ ରହିଥିଲେ।
ଠାକୁର ସମ୍ପ୍ରଦାୟର ହୋଇଥିବାରୁ ଭାଜପା ତାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରି ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଜାତି ଓ ଆଞ୍ଚଳିକ ସମୀକରଣରେ ସନ୍ତୁଳନ ଆଣିବାକୁ ଉଦ୍ୟମ କରିଥିବା କୁହାଯାଉଛି। ଉତ୍ତରାଖଣ୍ଡ ଭୋଟ ତିନୋଟି ଫ୍ୟାକ୍ଟରକୁ ନେଇ ବିଭାଜିତ ହୋଇଥାଏ। ତାହା ହେଲା କୁମାଓନ୍‌ ବନାମ ଗଡ଼ଓ୍ବାଲ ଅଞ୍ଚଳ, ଠାକୁର ବନାମ ବ୍ରାହ୍ମଣ ଏବଂ ପାର୍ବତ୍ୟାଞ୍ଚଳ ଓ ସମତଳ। ଭାଜପା ରାଜ୍ୟ ସଭାପତି ମଦନ କୌଶିକ ହରିଦ୍ୱାରର ବ୍ରାହ୍ମଣ ହୋଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଠାକୁର ସମ୍ପ୍ରଦାୟର ଏବଂ ଗଡ଼ଓ୍ବାଲ ଅଞ୍ଚଳର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?