ପୁରୀ ଅଫିସ,୨୬।୪: ମହାପ୍ରଭୁଙ୍କ ରଥଯାତ୍ରା ଉପଲକ୍ଷେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଶ୍ରୀନହରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନିରଥର ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଚକ ପାଇଁ ତୁମ୍ବ ନିର୍ମାଣର କାର୍ଯ୍ୟ ଜାରିରହିଛି। ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥ ଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ଥିବା କାରିଗର ଏବଂ ସେବକମାନଙ୍କ ହାତୁଡି ଏବଂ ନିହଣ ଶବ୍ଦରେ ଅସ୍ଥାୟୀ ରଥଖଳା ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ବିଶ୍ୱକର୍ମା ମହାରଣା, ଭୋଇ ସେବକ ଏବଂ ଓଝା ସେବକମାନେ ନିଷ୍ଠାର ସହ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି। ରଥ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ତିନି ରଥର ତୁମ୍ବ କାର୍ଯ୍ୟ ଜାରି ରହିଛି। ତିନିରଥରେ ମୋଟ ୪୨ଟି ଚକ ରହିଥାଏ। ତେଣୁ ୪୨ଟି ଚକ ପାଇଁ ୪୨ଟି ତୁମ୍ବ ନିର୍ମାଣ ଚାଲିଛି। ତେବେ ମଙ୍ଗଳବାର ରଥ ନିର୍ମାଣର ଦ୍ୱିତୀୟ ଦିନରେ ରଥ ନିର୍ମାଣକାରୀ ସେବକମାନେ ସକାଳ ୮ଟାରେ ରଥ ଖଳାରେ ପହଞ୍ଚତ୍ କାର୍ଯ୍ୟ ଆରମ୍ଭ କରିଥିଲେ। ମଙ୍ଗଳବାର ସୁଦ୍ଧା ତିନିରଥର ମୋଟ ୯ଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସୋମବାର ରଥ ନିର୍ମାଣର ପ୍ରଥମ ଦିନରେ ବିଶ୍ୱକର୍ମା ମହାରଣାମାନେ ଚିହ୍ନ ଦେବା ପରେ କରତି ସେବକମାନେ କାଠ ଗଡକୁ ଚିରଟ କରି ତିନି ରଥ ପାଇଁ ଦୁଇଟି ଲେଖାଏ ତୁମ୍ବ ଗଡ଼ ଯୋଗାଇଥିଲେ। ମଙ୍ଗଳବାର ତିନି ରଥର ମହାରଣାମାନଙ୍କୁ କରତି ସେବକମାନେ ଆଉ ଦୁଇଟି ଲେଖାଏ ତୁମ୍ବ ଗଡ଼ ଚିରଟ କରି ଯୋଗାଇଥିଲେ। ସେହିପରି ଦୁଇଟି ତୁମ୍ବ ପାଇଁ କାଠ ଚିରଟ ଜାରି ରଖିଛନ୍ତି। ଏଥିସହ ଓଝା ସେବକମାନେ ମଙ୍ଗଳବାରଠାରୁ ଦୋଳବେଦୀସ୍ଥିତ ଅସ୍ଥାୟୀ କମାରଶାଳରେ ରଥ ପାଇଁ କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି। ପରମ୍ପରା ଅନୁଯାୟୀ ରଥ ନିର୍ମାଣର ପ୍ରଥମ ଦିନରେ ଓଝା ସେବକମାନେ ପୂଜାଚର୍ଚ୍ଚା ସହ ବିଧିବିଧାନ ଅନୁଯାୟୀ ଶାଳ ଅନୁକୂଳ କରିଥିଲେ। ପରେ ମଙ୍ଗଳବାର ତିନିରଥର କମାର ସେବକମାନେ ତୁମ୍ବରେ ଅର ସଂଯୋଗ ପାଇଁ ସର କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି। ତେବେ ରଥ ନିର୍ମାଣର ଦ୍ୱିତୀୟ ଦିନରେ ତିନିରଥର ମୋଟ ମହାରଣା ୧୭ଜଣ ନିୟୋଜିତ ଥିବା ବେଳେ ତିନିରଥରେ ଭୋଇ ସେବକ ୧୨ଜଣ, ତିନିରଥରେ କରତି ସେବକ ୪ଜଣ, ତିନିରଥରେ କମାର ସେବକ ୬ଜଣ ନିୟୋଜିତ ଥିବାବେଳେ ରଥଖଳା ସହାୟକ ଭାବେ ଜଣେ ନିୟୋଜିତ ରହିଛନ୍ତି। ଏହିପରି ରଥ ନିର୍ମାଣର ଦ୍ୱିତୀୟ ଦିନରେ ମୋଟ ୪୦ଜଣ ସେବାୟତ ଓ କାରିଗର ନିୟୋଜିତ ରହିଥିଲେ।
Posted inHome Left, ଆମ ଜିଲା ଖବର, ପୁରୀ View All
FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!
ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…
କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା
ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…
ଭାରତରେ କିଏ ସ୍ଥିର କରେ ଚିନି ଦାମ୍? ସରକାର ନା କୃଷକ, ଜାଣନ୍ତୁ…
ନୂଆଦିଲ୍ଲୀ,୨୩ା୮: ଚା’ କପ୍ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…
୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା
ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…
ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଛନ୍ତି ଛାତ୍ରୀଛାତ୍ର
ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…
ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍, ହୁ ହୁ ହୋଇ ବଢିବ ଧନ!
ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…
ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି
ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
Archives

