୩ ସାଇବର ଠକ ଗିରଫ

ବାରିପଦା ଅଫିସ,୨୦।୭ – ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଞ୍ଚଳରେ ବିଭିନ୍ନ ସାଇବର ଠକେଇରେ ଜଡ଼ିତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୧ଲକ୍ଷ ୩୫ହଜାର ଟଙ୍କା, ୭ଟି ମୋବାଇଲ, ୧୧ଟି ସିମ କାର୍ଡ, ଗୋଟିଏ ମେମୋରି ଚିପ୍‌, ୮ଟି ଏଟିଏମ୍‌ କାର୍ଡ ଜବତ ହୋଇଥିବା ନେଇ ବେତନଟୀ ଏସ୍‌ଡିପିଓ ସୁଦର୍ଶନ ଦାଶ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ବୈଶିଙ୍ଗା ଥାନା ଜଡିଦା ଅଞ୍ଚଳର ରାଜେଶ କୁମାର ଲେଙ୍କା ଓ କାହ୍ନୁଚରଣ ବେହେରା ଏବଂ ବିଜିପୁର ଅଞ୍ଚଳର ରଶ୍ମିରଞ୍ଜନ ଭୋଳ।
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ କାରରେ ଆସି ଅଭିଯୁକ୍ତମାନେ ବେତନଟୀ କୋର୍ଟ ଛକରେ ଥିବା ଏକ ବ୍ୟାଙ୍କ ଏଟିଏମ୍‌ ସମ୍ମୁଖରେ ଛିଡ଼ା ହୋଇଥିଲେ। ଏହାକୁ ଦେଖି ସବ୍‌ ଇନ୍ସପେକ୍ଟର ବି.ମହାରଣା ସେମାନଙ୍କୁ ଅଟକାଇ ପଚରାଉଚରା କରିଥିଲେ। ତେବେ କଥାବାର୍ତ୍ତାରେ ସନ୍ଦେହ ହେବାରୁ ସେମାନଙ୍କୁ ଥାନାକୁ ଆଣିଥିଲେ। ତଦନ୍ତ ପରେ ସେମାନେ ବିଭିନ୍ନ ସାଇବର ଅପରାଧରେ ଜଡିତ ଥିବା ଜଣାପଡ଼ିଥିଲା। ରାଜେଶଙ୍କ ମୋବାଇଲ ହ୍ବାଟ୍ସଆପ୍‌ରେ ଅନେକଗୁଡ଼ିଏ ଟ୍ରାଞ୍ଜାକ୍ସନ ହୋଇଥିବା ବେଳେ ଲୋକଙ୍କ ନାମରେ ଆକାଉଣ୍ଟ ଖୋଲି ସେମାନେ ଠକେଇ କରୁଥିବା ଏସ୍‌୍‌ଡିପିଓ ପ୍ରକାଶ କରିଛନ୍ତି। ସେହିପରି ଏକ କମ୍ପାନୀ ନାମରେ ରାଜେଶ ଲୋକଙ୍କ ଆକାଉଣ୍ଟକୁ ପ୍ରଥମେ ଟଙ୍କା ପଠାଇ ଲୋଭ ଦେଖାଇବା ପରେ ସେହି ବ୍ୟକ୍ତି ଅଧିକ ଟଙ୍କା ପାଇବା ଆଶାରେ ବ୍ୟାଙ୍କରେ ଜମା କରୁଥିବା ଟଙ୍କାକୁ ଉଠାଣ କରୁଥିଲେ। ପୁଣି ସେହି ଟଙ୍କାକୁ ଅନ୍ୟ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ସେମାନଙ୍କ ବ୍ୟାଙ୍କ ଖାତାରୁ ଅଧିକ ପରିମାଣର ଟଙ୍କା ଉଠାଣ କରିଚାଲିଥିଲେ ା ଏସ୍‌ପି ଦ୍ୟାନଦେଓ ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରିଣୀ ରେଣୁବାଳା ସାହୁ ଏକ ମାମଲା(ନଂ.୨୧୭/୨୨)ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri