୩ ସାଇବର ଠକ ଗିରଫ

ବାରିପଦା ଅଫିସ,୨୦।୭ – ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଞ୍ଚଳରେ ବିଭିନ୍ନ ସାଇବର ଠକେଇରେ ଜଡ଼ିତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୧ଲକ୍ଷ ୩୫ହଜାର ଟଙ୍କା, ୭ଟି ମୋବାଇଲ, ୧୧ଟି ସିମ କାର୍ଡ, ଗୋଟିଏ ମେମୋରି ଚିପ୍‌, ୮ଟି ଏଟିଏମ୍‌ କାର୍ଡ ଜବତ ହୋଇଥିବା ନେଇ ବେତନଟୀ ଏସ୍‌ଡିପିଓ ସୁଦର୍ଶନ ଦାଶ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ବୈଶିଙ୍ଗା ଥାନା ଜଡିଦା ଅଞ୍ଚଳର ରାଜେଶ କୁମାର ଲେଙ୍କା ଓ କାହ୍ନୁଚରଣ ବେହେରା ଏବଂ ବିଜିପୁର ଅଞ୍ଚଳର ରଶ୍ମିରଞ୍ଜନ ଭୋଳ।
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ କାରରେ ଆସି ଅଭିଯୁକ୍ତମାନେ ବେତନଟୀ କୋର୍ଟ ଛକରେ ଥିବା ଏକ ବ୍ୟାଙ୍କ ଏଟିଏମ୍‌ ସମ୍ମୁଖରେ ଛିଡ଼ା ହୋଇଥିଲେ। ଏହାକୁ ଦେଖି ସବ୍‌ ଇନ୍ସପେକ୍ଟର ବି.ମହାରଣା ସେମାନଙ୍କୁ ଅଟକାଇ ପଚରାଉଚରା କରିଥିଲେ। ତେବେ କଥାବାର୍ତ୍ତାରେ ସନ୍ଦେହ ହେବାରୁ ସେମାନଙ୍କୁ ଥାନାକୁ ଆଣିଥିଲେ। ତଦନ୍ତ ପରେ ସେମାନେ ବିଭିନ୍ନ ସାଇବର ଅପରାଧରେ ଜଡିତ ଥିବା ଜଣାପଡ଼ିଥିଲା। ରାଜେଶଙ୍କ ମୋବାଇଲ ହ୍ବାଟ୍ସଆପ୍‌ରେ ଅନେକଗୁଡ଼ିଏ ଟ୍ରାଞ୍ଜାକ୍ସନ ହୋଇଥିବା ବେଳେ ଲୋକଙ୍କ ନାମରେ ଆକାଉଣ୍ଟ ଖୋଲି ସେମାନେ ଠକେଇ କରୁଥିବା ଏସ୍‌୍‌ଡିପିଓ ପ୍ରକାଶ କରିଛନ୍ତି। ସେହିପରି ଏକ କମ୍ପାନୀ ନାମରେ ରାଜେଶ ଲୋକଙ୍କ ଆକାଉଣ୍ଟକୁ ପ୍ରଥମେ ଟଙ୍କା ପଠାଇ ଲୋଭ ଦେଖାଇବା ପରେ ସେହି ବ୍ୟକ୍ତି ଅଧିକ ଟଙ୍କା ପାଇବା ଆଶାରେ ବ୍ୟାଙ୍କରେ ଜମା କରୁଥିବା ଟଙ୍କାକୁ ଉଠାଣ କରୁଥିଲେ। ପୁଣି ସେହି ଟଙ୍କାକୁ ଅନ୍ୟ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ସେମାନଙ୍କ ବ୍ୟାଙ୍କ ଖାତାରୁ ଅଧିକ ପରିମାଣର ଟଙ୍କା ଉଠାଣ କରିଚାଲିଥିଲେ ା ଏସ୍‌ପି ଦ୍ୟାନଦେଓ ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରିଣୀ ରେଣୁବାଳା ସାହୁ ଏକ ମାମଲା(ନଂ.୨୧୭/୨୨)ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri