Posted inଖେଳ

ଜ୍ୟାକବ ଡଫିଙ୍କ ଘାତକ ବୋଲିଂ: ୩-୧ରେ ସିରିଜ୍‌ ପୋଛିନେଲା ନ୍ୟୁଜିଲାଣ୍ଡ

ଡୁନେଡିନ, ୧୩ା୧୧- ଜ୍ୟାକବ ଡଫିଙ୍କ ଘାତକ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଜିତି ନେଇଛି। ଓ୍ବେଷ୍ଟଇଣ୍ଡିଜ୍‌ ଦ୍ୱାରା ପ୍ରଦତ୍ତ ୧୪୧ ରନର ଟାର୍ଗେଟକୁ ନ୍ୟୁଜିଲାଣ୍ଡ ୧୫.୪ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ୩-୧ ବ୍ୟବଧାନରେ ବିଜୟୀ ହୋଇଛି। ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ବର୍ଷାରେ ଧୋଇଯାଇଥିଲା। ଡଫିଙ୍କୁ ଉଭୟ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ୍‌ ବିବେଚିତ କରାଯାଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ୧୮.୪ ଓଭରରେ ୧୪୦ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପାଇଁ ରୋଷ୍ଟନ ଚେଜ ୩୮ (୩ ଚୌକା ଓ ୧ ଛକା), ରୋମାରିଓ ଶେଫର୍ଡ ୩୬ (୩ ଲେଖାଏ ଚୌକା ଓ ଛକା) ଓ ଜାସନ ହୋଲ୍ଡର ୨୦ (୧ ଲେଖାଏ ଚୌକା ଓ ଛକା) ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଡଫି ୪ ଓ ଜେମ୍ସ ନିଶାମ ୨ ଉଇକେଟ ନେଇଥିଲେ।

ଜବାବରେ ନ୍ୟୁଜିଲାଣ୍ଡ ୧୫.୪ ଓଭରରେ ୨ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପାଇଁ ଟିମ୍‌ ରବିନସନ ୪୫ (୫ ଚୌକା ଓ ୩ ଛକା) ଓ ରଚିନ ରବୀନ୍ଦ୍ର ୨୧ (୨ ଚୌକା ଓ ୧ ଛକା) ରନ କରି ଆଉଟ୍‌ ହୋଇଥିବା ବେଳେ ଡେଭନ କନଓ୍ବେ ୪୭ (୪ ଚୌକା ଓ ୧ ଛକା) ଓ ମାର୍କ ଚାପମ୍ୟାନ ୨୧ (୨ ଛକା) ରନରେ ଅପରାଜିତ ରହି ମ୍ୟାଚ୍‌ ଫିନିଶ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

କିଏ ସେ ଅଗ୍ନିମିତ୍ରା ପଲ? ଦିଲ୍ଲୀରେ ପହଞ୍ଚିବା ପରେ ବଢ଼ିଲା ହଲଚଲ, ହେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କୋଲକାତା,୬।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ଼କୁ ଭାଙ୍ଗି ଭାଜପା ୨୦୭ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ…

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ RCB ବିପକ୍ଷ ମ୍ୟାଚ୍‌, ମୁମ୍ବାଇ ଶିବିରରୁ ବଡ଼ ଖବର

ରାୟପୁର,୬।୫: ପିଠିରେ ଯନ୍ତ୍ରଣା ଯୋଗୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣ ଫିଟଥିବା ଜଣାପଡ଼ିଛି। ରବିବାର ଦିନ…

ପାରିବାରିକ ହିଂସା; ମଉସାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ବନ୍ଧାହେଲେ ପୁତୁରା

ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଏସ.ପୁନିଆ ରେଡ୍ଡୀ(୬୮) ଙ୍କୁ ତାଙ୍କ ପୁତୁରା ଏସ. ସିମାଞ୍ଚଳ ରେଡ୍ଡୀ ପାରିବାରିକ ବିବାଦକୁ କେନ୍ଦ୍ରକରି…

ଚିଚୈଗୁଡା ମଣ୍ଡି ନିର୍ମାଣ କାମରେ ଅନିୟମିତତା, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଜୁନାଗଡ଼,୬।୫(ସୁନୀଲ କୁମାର ସିଂହ): ଧାନ ମଣ୍ଡି ନିର୍ମାଣ ନାମରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ ଠିକାଦାର…

ଶୁଦ୍ଧି ହେଲେ ଜିତୁ ମୁଣ୍ଡା; ଭଉଣୀଙ୍କ ସମାଧି କରି ଜାତି ଭାଇଙ୍କୁ ଭୋଜି ଦେଲେ, ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ

ପାଟଣା,୬ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀର ଜମା ଟଙ୍କା ପାଇବା ପାଇଁ ପ୍ରଚଣ୍ଡ ରୌଦ୍ର ତାପରେ ମଶାଣୀରୁ…

ଚୋରଙ୍କ ଟାର୍ଗେଟରେ ହନୁମାନ ମନ୍ଦିର, ମୁଖାପିନ୍ଧି ଆସି ଲୁଟିନେଲେ ସୁନା ରୂପା ସମେତ ଦାନ ହୁଣ୍ଡି

ଛତ୍ରପୁର,୬ା୫(ଦିଲ୍ଲୀପ ସାମଲ): ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ । ରାତି ଅଧରେ ମନ୍ଦିର ଭିତରେ ପଶି ଲୁଟିନେଲେ ସୁନା ରୁପା ଅଳଙ୍କାର ସମେତ ଦାନ ହୁଣ୍ଡି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri