ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଘୁଞ୍ଚିଲା

କଟକ,୧୫ା୪(କାର୍ତ୍ତିକ ସାହୁ): ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ୧ମ ବର୍ଷ ଛାତ୍ରୀଛାତ୍ରମାନେ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ କରିଥିବା ଦାବି ଶେଷରେ ଗୃହୀତ ହୋଇଛି। ଆଗାମୀ ଏପ୍ରିଲ ୨୪ତାରିଖରୁ ହେବାକୁ ଥିବା ଏହି ପରୀକ୍ଷାକୁ ଗ୍ରୀଷ୍ମଛୁଟି ପରେ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିସ ପ୍ରକାଶ ପାଇବା ପରେ ଛାତ୍ରୀଛାତ୍ରମାନେ ଧାରଣା ପ୍ରତ୍ୟାହୃତ କରିଥିଲେ।
ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସ ୧୪ ତାରିଖ ବିଜ୍ଞପ୍ତି ଅନୁଯାୟୀ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଆଗାମୀ ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହେବାର ଥିଲା। ଏହି ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ଛାତ୍ରୀଛାତ୍ରଙ୍କ ନିକଟରେ ସ୍ବଳ୍ପ ସମୟ ଥିବାରୁ ପଢ଼ାପଢ଼ି କରି ପ୍ରସ୍ତୁତ ହେବା କଷ୍ଟକର ହେବ ବୋଲି ଛାତ୍ରୀଛାତ୍ରମାନେ ଅଭିଯୋଗ କରିଥିଲେ।
ଅପରପକ୍ଷରେ ୟୁଜିସି ଗାଇଡ୍‌ ଲାଇନ୍‌ ଅନୁସାରେ ୨ଟି ସେମିଷ୍ଟର ପରୀକ୍ଷା ମଧ୍ୟରେ ୯୦ ଦିନର ସମୟ ବ୍ୟବଧାନ ରହିବା କଥା। ମାତ୍ର ଏଠାରେ ସମୟ ବ୍ୟବଧାନ ମାତ୍ର ୫୫ ଦିନ ରହୁଛି। ଏଥିସହ ଦ୍ୱିତୀୟ ସେମିଷ୍ଟର ସିଲାବସ୍‌ ଶେଷ କରିବା ପାଇଁ ଆବଶ୍ୟକ କ୍ଲାସ କରାଯାଇନାହିଁ। ଏସବୁ କାରଣରୁ ପରୀକ୍ଷା ଘୁଞ୍ଚାଇବା ନିମନ୍ତେ ସେମାନେ ୨ ଥର ସ୍ମାରକପତ୍ର ପ୍ରଦାନ କରି ନିବେଦନ କରିଥିଲେ। ହେଲେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା।
ଫଳରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଘୁଞ୍ଚାଇବା ଦାବିରେ ଗତ ଏପ୍ରିଲ ୨ରେ ପ୍ରଥମେ ଧାରଣାରେ ବସିଥିଲେ। ତଥାପି କିଛି ଫଳ ହେଲାନାହିଁ। ଫଳରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନେ ସୋମବାର ଦିନ ୧୦ଟାରୁ ବିଶ୍ୱବିଦ୍ୟାଳୟର ଆଡ୍‌ମିନିଷ୍ଟ୍ରେଟିଭ୍‌ ବ୍ଲକ ସମ୍ମୁଖରେ ପୁଣି ଧାରଣାରେ ବସି ରହିଥିଲେ।
ଛାତ୍ରୀଛାତ୍ରମାନେ ସକାଳ ୧୦ଟାରୁ ଧାରଣାରେ ବସିଥିଲେ। ପରୀକ୍ଷା ଘୁଞ୍ଚା ନ ଗଲେ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ୍‌ ଧରିଲେ। ପ୍ରବଳ ଖରା ଓ ଗରମ ହେତୁ ଜଣେ ଛାତ୍ରୀ ଓ ଜଣ ଛାତ୍ର ଶେତାଶୂନ୍ୟ ହୋଇପଡ଼ିଥିଲେ। ଅଧିକ ଗୁରୁତର ହେବାରୁ ଛାତ୍ରୀ ଜଣକୁ ଏସ୍‌ସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।
ଧାରଣା ଅବ୍ୟାହତ ରହିବା ଦେଖି ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ବୈଠକ ଡକାଯାଇ ଛାତ୍ରୀଛାତ୍ରଙ୍କ ଦାବି ଉପରେ ଆଲୋଚନା କରାଯାଇଥିଲା। ପ୍ରଥମେ ଅପରାହ୍ନ ପ୍ରାୟ ୪ଟା ବେଳେ ୨ଟି ପରୀକ୍ଷା ଘୁଞ୍ଚାଇବାକୁ ନୋଟିସ୍‌ ବାହାର କରାଯାଇଥିଲା। ହେଲେ ଧାରଣାକାରୀମାନେ ପୁରା ପରୀକ୍ଷା ଘୁଞ୍ଚାଇବା ଦାବି କରି ଧାରଣା ଚାଲୁ ରଖିଲେ। ଫଳରେ ପୁଣି ବୈଠକ ବସି ପୁରା ୨ୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଥିଲା। ଏନେଇ ନୋଟିସ୍‌ ପ୍ରକାଶ ପାଇବା ପରେ ସନ୍ଧ୍ୟାରେ ଛାତ୍ରୀଛାତ୍ରଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?