ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଘୁଞ୍ଚିଲା

କଟକ,୧୫ା୪(କାର୍ତ୍ତିକ ସାହୁ): ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ୧ମ ବର୍ଷ ଛାତ୍ରୀଛାତ୍ରମାନେ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ କରିଥିବା ଦାବି ଶେଷରେ ଗୃହୀତ ହୋଇଛି। ଆଗାମୀ ଏପ୍ରିଲ ୨୪ତାରିଖରୁ ହେବାକୁ ଥିବା ଏହି ପରୀକ୍ଷାକୁ ଗ୍ରୀଷ୍ମଛୁଟି ପରେ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିସ ପ୍ରକାଶ ପାଇବା ପରେ ଛାତ୍ରୀଛାତ୍ରମାନେ ଧାରଣା ପ୍ରତ୍ୟାହୃତ କରିଥିଲେ।
ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସ ୧୪ ତାରିଖ ବିଜ୍ଞପ୍ତି ଅନୁଯାୟୀ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଆଗାମୀ ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହେବାର ଥିଲା। ଏହି ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ଛାତ୍ରୀଛାତ୍ରଙ୍କ ନିକଟରେ ସ୍ବଳ୍ପ ସମୟ ଥିବାରୁ ପଢ଼ାପଢ଼ି କରି ପ୍ରସ୍ତୁତ ହେବା କଷ୍ଟକର ହେବ ବୋଲି ଛାତ୍ରୀଛାତ୍ରମାନେ ଅଭିଯୋଗ କରିଥିଲେ।
ଅପରପକ୍ଷରେ ୟୁଜିସି ଗାଇଡ୍‌ ଲାଇନ୍‌ ଅନୁସାରେ ୨ଟି ସେମିଷ୍ଟର ପରୀକ୍ଷା ମଧ୍ୟରେ ୯୦ ଦିନର ସମୟ ବ୍ୟବଧାନ ରହିବା କଥା। ମାତ୍ର ଏଠାରେ ସମୟ ବ୍ୟବଧାନ ମାତ୍ର ୫୫ ଦିନ ରହୁଛି। ଏଥିସହ ଦ୍ୱିତୀୟ ସେମିଷ୍ଟର ସିଲାବସ୍‌ ଶେଷ କରିବା ପାଇଁ ଆବଶ୍ୟକ କ୍ଲାସ କରାଯାଇନାହିଁ। ଏସବୁ କାରଣରୁ ପରୀକ୍ଷା ଘୁଞ୍ଚାଇବା ନିମନ୍ତେ ସେମାନେ ୨ ଥର ସ୍ମାରକପତ୍ର ପ୍ରଦାନ କରି ନିବେଦନ କରିଥିଲେ। ହେଲେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା।
ଫଳରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଘୁଞ୍ଚାଇବା ଦାବିରେ ଗତ ଏପ୍ରିଲ ୨ରେ ପ୍ରଥମେ ଧାରଣାରେ ବସିଥିଲେ। ତଥାପି କିଛି ଫଳ ହେଲାନାହିଁ। ଫଳରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନେ ସୋମବାର ଦିନ ୧୦ଟାରୁ ବିଶ୍ୱବିଦ୍ୟାଳୟର ଆଡ୍‌ମିନିଷ୍ଟ୍ରେଟିଭ୍‌ ବ୍ଲକ ସମ୍ମୁଖରେ ପୁଣି ଧାରଣାରେ ବସି ରହିଥିଲେ।
ଛାତ୍ରୀଛାତ୍ରମାନେ ସକାଳ ୧୦ଟାରୁ ଧାରଣାରେ ବସିଥିଲେ। ପରୀକ୍ଷା ଘୁଞ୍ଚା ନ ଗଲେ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ୍‌ ଧରିଲେ। ପ୍ରବଳ ଖରା ଓ ଗରମ ହେତୁ ଜଣେ ଛାତ୍ରୀ ଓ ଜଣ ଛାତ୍ର ଶେତାଶୂନ୍ୟ ହୋଇପଡ଼ିଥିଲେ। ଅଧିକ ଗୁରୁତର ହେବାରୁ ଛାତ୍ରୀ ଜଣକୁ ଏସ୍‌ସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।
ଧାରଣା ଅବ୍ୟାହତ ରହିବା ଦେଖି ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ବୈଠକ ଡକାଯାଇ ଛାତ୍ରୀଛାତ୍ରଙ୍କ ଦାବି ଉପରେ ଆଲୋଚନା କରାଯାଇଥିଲା। ପ୍ରଥମେ ଅପରାହ୍ନ ପ୍ରାୟ ୪ଟା ବେଳେ ୨ଟି ପରୀକ୍ଷା ଘୁଞ୍ଚାଇବାକୁ ନୋଟିସ୍‌ ବାହାର କରାଯାଇଥିଲା। ହେଲେ ଧାରଣାକାରୀମାନେ ପୁରା ପରୀକ୍ଷା ଘୁଞ୍ଚାଇବା ଦାବି କରି ଧାରଣା ଚାଲୁ ରଖିଲେ। ଫଳରେ ପୁଣି ବୈଠକ ବସି ପୁରା ୨ୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଥିଲା। ଏନେଇ ନୋଟିସ୍‌ ପ୍ରକାଶ ପାଇବା ପରେ ସନ୍ଧ୍ୟାରେ ଛାତ୍ରୀଛାତ୍ରଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri